Posted inଖେଳ

ବଞ୍ଚିବା ପାଇଁ ମଣିଷ ମାଂସ ଖାଇଥିଲେ ଖେଳାଳି

କିମ୍ବଦନ୍ତୀ ବାସ୍କେଟ୍‌ବଲ ଖେଳାଳି କୋବେ ବ୍ରାଏଣ୍ଟ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବାରେ ସେ ପ୍ରଥମ ଖେଳାଳି ନୁହନ୍ତି। ତାଙ୍କ ପୂର୍ବରୁ ବହୁ ଖେଳାଳି ବିମାନ କ୍ରାସ୍‌ ହେବାରୁ ମୃତ୍ୟୁବରଣ କରିଛନ୍ତି। ଖେଳାଳିଙ୍କ ସହ ଘଟିଥିବା ସବୁଠୁ ଭୟଙ୍କର ବିମାନ ଦୁର୍ଘଟଣା ସମ୍ପର୍କରେ ଜାଣିଛନ୍ତି କି? ୧୯୭୨ ମସିହା ଅକ୍ଟୋବର ୧୩ ତାରିଖ। ୪୫ ଜଣଙ୍କୁ ନେଇ ଉରୁଗୁୟାନ ଏୟାରଫୋର୍ସ ଫ୍ଲାଇଟ୍‌ ୫୭୧ ଉଡ଼ାଣ ଆରମ୍ଭ କରିଥିଲା। ଏଥିରେ ୧୯ ଜଣିଆ ଉରୁଗୁଏର ରଗ୍‌ବୀ ଦଳ ଓ ସେମାନଙ୍କ ପରିବାର, ସମର୍ଥକ ଏବଂ ବନ୍ଧୁ ଥିଲେ। ସାଣ୍ଟିଆଗୋ ଯାଉଥିବା ବିମାନ ଆଣ୍ଡେସ ପର୍ବତ ଅତିକ୍ରମ କରିବା ପରେ ଅନଭିଜ୍ଞ ପାଇଲଟ ଚୁରିକୋ (ଚିଲି) ପହଞ୍ଚି ଯାଇଥିବା ଭାବି ପୁଡାହୁଏଲ ବିମାନବନ୍ଦର ଆଡ଼େ ବିମାନ ଚଳାଇଥିଲେ। ମାତ୍ର ଏହା ଥିଲା ତାଙ୍କର ସବୁଠୁ ବଡ଼ ଭୁଲ୍‌। ବିମାନ ବରଫ ପାହାଡ଼ରେ ବାଡ଼େଇ ହୋଇଥିଲା। ଦୁଇ ଓ୍ବିଙ୍ଗ୍ସ ପାହାଡ଼ରେ
ଲାଗିଯାଇଥିଲା। ଏଥିରେ ୩ ବିମାନ କର୍ମଚାରୀ ଓ କିଛି ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଆଉ କିଛି ଯାତ୍ରୀ ଅତ୍ୟଧିକ ଥଣ୍ଡା ଓ ଆହତ ସମସ୍ୟା ଯୋଗୁ ପ୍ରାଣ ହରାଇଥିଲେ। ଦୁର୍ଘଟଣାର ୧୦ ଦିନ ପରେ ବିମାନ ଖୋଜା ପ୍ରକ୍ରିୟା ବନ୍ଦ କରିଦିଆଯାଇଥିବା ଟ୍ରାନ୍‌ଜିଷ୍ଟର ରେଡିଓରୁ ଜଣାପଡ଼ିଥିଲା। ଦୁର୍ଘଟଣାର ୧୭ ଦିନ ବେଳକୁ ମାତ୍ର ୨୭ ଜଣ ଯାତ୍ରୀ ବଞ୍ଚିଥିଲେ। ସେମାନଙ୍କର ସବୁଠୁ ବଡ଼ ଶତ୍ରୁ ଥିଲା ଭୋକ ଓ ଶୀତ। ସେମାନେ ଖାଇବାକୁ ନ ପାଇବାରୁ ଯାତ୍ରୀଙ୍କ ମୃତଦେହ ଖାଇଥିଲେ। ୬୦ ଦିନ ପରେ ଯାତ୍ରୀ ନାଣ୍ଡୋ ପାରାଡୋ ଓ ରବର୍ଟ କାନେସା ୩,୫୭୦ ମିଟର (୧୧,୭୧୦ ଫୁଟ) ବରଫ ପର୍ବତ ଛଢ଼ିଥିଲେ। ୧୦ ଦିନରେ ୬୧ କି.ମି. ଚାଲିଥିଲେ। ତା’ପରେ ତାଙ୍କୁ ପ୍ରଥମ ଲୋକ ଦେଖାଯାଇଥିଲା। କେବଳ ୧୪ ଯାତ୍ରୀଙ୍କୁ ୧୯୭୨ ମସିହା ୨୩ ଡିସେମ୍ବରରେ ଉଦ୍ଧାର କରାଯାଇଥିଲା। ସେମାନେ ୭୨ ଦିନ ଧରି ବଞ୍ଚତ୍ବା ପାଇଁ ସଂଘର୍ଷ କରିଥିଲେ। ଏହି ଘଟଣା ଆଣ୍ଡେସ ଫ୍ଲାଇଟ୍‌ ଡିଜାଷ୍ଟର ଭାବେ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri