Posted inଖେଳ

ବଞ୍ଚିବା ପାଇଁ ମଣିଷ ମାଂସ ଖାଇଥିଲେ ଖେଳାଳି

କିମ୍ବଦନ୍ତୀ ବାସ୍କେଟ୍‌ବଲ ଖେଳାଳି କୋବେ ବ୍ରାଏଣ୍ଟ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବାରେ ସେ ପ୍ରଥମ ଖେଳାଳି ନୁହନ୍ତି। ତାଙ୍କ ପୂର୍ବରୁ ବହୁ ଖେଳାଳି ବିମାନ କ୍ରାସ୍‌ ହେବାରୁ ମୃତ୍ୟୁବରଣ କରିଛନ୍ତି। ଖେଳାଳିଙ୍କ ସହ ଘଟିଥିବା ସବୁଠୁ ଭୟଙ୍କର ବିମାନ ଦୁର୍ଘଟଣା ସମ୍ପର୍କରେ ଜାଣିଛନ୍ତି କି? ୧୯୭୨ ମସିହା ଅକ୍ଟୋବର ୧୩ ତାରିଖ। ୪୫ ଜଣଙ୍କୁ ନେଇ ଉରୁଗୁୟାନ ଏୟାରଫୋର୍ସ ଫ୍ଲାଇଟ୍‌ ୫୭୧ ଉଡ଼ାଣ ଆରମ୍ଭ କରିଥିଲା। ଏଥିରେ ୧୯ ଜଣିଆ ଉରୁଗୁଏର ରଗ୍‌ବୀ ଦଳ ଓ ସେମାନଙ୍କ ପରିବାର, ସମର୍ଥକ ଏବଂ ବନ୍ଧୁ ଥିଲେ। ସାଣ୍ଟିଆଗୋ ଯାଉଥିବା ବିମାନ ଆଣ୍ଡେସ ପର୍ବତ ଅତିକ୍ରମ କରିବା ପରେ ଅନଭିଜ୍ଞ ପାଇଲଟ ଚୁରିକୋ (ଚିଲି) ପହଞ୍ଚି ଯାଇଥିବା ଭାବି ପୁଡାହୁଏଲ ବିମାନବନ୍ଦର ଆଡ଼େ ବିମାନ ଚଳାଇଥିଲେ। ମାତ୍ର ଏହା ଥିଲା ତାଙ୍କର ସବୁଠୁ ବଡ଼ ଭୁଲ୍‌। ବିମାନ ବରଫ ପାହାଡ଼ରେ ବାଡ଼େଇ ହୋଇଥିଲା। ଦୁଇ ଓ୍ବିଙ୍ଗ୍ସ ପାହାଡ଼ରେ
ଲାଗିଯାଇଥିଲା। ଏଥିରେ ୩ ବିମାନ କର୍ମଚାରୀ ଓ କିଛି ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଆଉ କିଛି ଯାତ୍ରୀ ଅତ୍ୟଧିକ ଥଣ୍ଡା ଓ ଆହତ ସମସ୍ୟା ଯୋଗୁ ପ୍ରାଣ ହରାଇଥିଲେ। ଦୁର୍ଘଟଣାର ୧୦ ଦିନ ପରେ ବିମାନ ଖୋଜା ପ୍ରକ୍ରିୟା ବନ୍ଦ କରିଦିଆଯାଇଥିବା ଟ୍ରାନ୍‌ଜିଷ୍ଟର ରେଡିଓରୁ ଜଣାପଡ଼ିଥିଲା। ଦୁର୍ଘଟଣାର ୧୭ ଦିନ ବେଳକୁ ମାତ୍ର ୨୭ ଜଣ ଯାତ୍ରୀ ବଞ୍ଚିଥିଲେ। ସେମାନଙ୍କର ସବୁଠୁ ବଡ଼ ଶତ୍ରୁ ଥିଲା ଭୋକ ଓ ଶୀତ। ସେମାନେ ଖାଇବାକୁ ନ ପାଇବାରୁ ଯାତ୍ରୀଙ୍କ ମୃତଦେହ ଖାଇଥିଲେ। ୬୦ ଦିନ ପରେ ଯାତ୍ରୀ ନାଣ୍ଡୋ ପାରାଡୋ ଓ ରବର୍ଟ କାନେସା ୩,୫୭୦ ମିଟର (୧୧,୭୧୦ ଫୁଟ) ବରଫ ପର୍ବତ ଛଢ଼ିଥିଲେ। ୧୦ ଦିନରେ ୬୧ କି.ମି. ଚାଲିଥିଲେ। ତା’ପରେ ତାଙ୍କୁ ପ୍ରଥମ ଲୋକ ଦେଖାଯାଇଥିଲା। କେବଳ ୧୪ ଯାତ୍ରୀଙ୍କୁ ୧୯୭୨ ମସିହା ୨୩ ଡିସେମ୍ବରରେ ଉଦ୍ଧାର କରାଯାଇଥିଲା। ସେମାନେ ୭୨ ଦିନ ଧରି ବଞ୍ଚତ୍ବା ପାଇଁ ସଂଘର୍ଷ କରିଥିଲେ। ଏହି ଘଟଣା ଆଣ୍ଡେସ ଫ୍ଲାଇଟ୍‌ ଡିଜାଷ୍ଟର ଭାବେ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri