ସୁସ୍ମିତାଙ୍କ ସହ ବ୍ରେକ୍‌ଅପ୍‌ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିକ୍ରମ

ମୁମ୍ବାଇ: ବଲିଉଡ୍‌ ପ୍ରେମ କାହାଣୀ ସବୁଠାରୁ ନିଆରା। ଏଠାରେ ନାୟିକାମାନଙ୍କର ନାଁ ସହ କେତେବେଳେ କାହା ନାଁକୁ ଯୋଡି ଦିଆଯାଇଥାଏ ତାହା ଅନୁମାନ କରିବା ମୁସ୍କିଲ। ଏମିତି ଏକ ନାଁ ହେଉଛି ବଲିଉଡ୍‌ର ସିଙ୍ଗଲ ମଦର ଭାବେ ପରିଚିତ ସୁସ୍ମିତା ସେନ୍‌। ଯଦିଓ ଆଜି ପର୍ଯ୍ୟନ୍ତ ସେ ସିଙ୍ଗଲ୍‌ ରହି ଯାଇଛନ୍ତି ତଥାପି ତାଙ୍କ ପ୍ରେମରେ ପାଗଳ ହୋଇଛନ୍ତି କେତେଜଣ ବଳିଉଡ୍‌ ସେଲିବ୍ରିଟି। ୧୯୮୨ରେ ବଲିଉଡରେ ସହ ନିର୍ଦ୍ଦେଶକ ଭାବେ କାମ କରିଥିବା ବିକ୍ରମ ଭଟ୍ଟ ତାଙ୍କ କ୍ୟାରିୟର ପାଇଁ ଯେତିକି ଚର୍ଚ୍ଚିତ ତାହା ସହ ତାଙ୍କ ପର୍ସନାଲ ଲାଇଫକୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ। ତାଙ୍କୁ ୨୭ ବର୍ଷ ହୋଇଥିବା ବେଳେ ସେ ପଡିଥିଲେ ନାୟିକା ସୁସ୍ମିତା ସେନ୍‌ଙ୍କ ପ୍ରେମରେ। ଆଉ ସେତେବେଳେ ସୁସ୍ମିତାଙ୍କ ବୟସ ଥିଲା ମାତ୍ର ୨୦ ବର୍ଷ। ଉଭୟଙ୍କ ରିଲେସନଶିପ ପରେ ବିକ୍ରମ ତାଙ୍କ ପ୍ରଥମ ସ୍ତ୍ରୀଙ୍କଠାରୁ ଅଲଗା ହୋଇଯାଇଥିଲେ ବୋଲି କୁହାଯାଏ। ହେଲେ ଏହାର କିଛିଦିନ ପରେ ସୁସ୍ମିତା ବି ତାଙ୍କ ଜୀବନରୁ ଦୂରେଇ ଯାଇଥିଲେ। ଆଉ ଏହି ବ୍ରେକ୍‌ଅପ୍‌ ପରେ ବିକ୍ରମ ନିଜକୁ ସମ୍ଭାଳି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଏକ ସାକ୍ଷାତ୍‌ କାରରେ କହିଥିଲେ। କେବଳ ସେତିକି ନୁହେଁ ଏହାପରେ ବିକ୍ରମଙ୍କ ଜୀବନରେ ଆସିଥିଲେ ମନିଷା ପଟେଲ। ହେଲେ ଏମାନଙ୍କ ପ୍ରେମ ସମ୍ପର୍କ ବି ବେଶିଦିନ ତିଷ୍ଠି ପାରି ନ ଥିଲା। ଆଉ ଶେଷରେ ସମ୍ପୂର୍ଣ୍ଣ ଏକେଲା ହୋଇଯାଇଥିଲେ ସହ ନିର୍ଦ୍ଦେଶକରୁ ବଲିଉଡ୍‌ର ହିଟ୍‌ ନିର୍ଦ୍ଦେଶକ ହୋଇ ସାରିଥିବା ବିକ୍ରମ ଭଟ୍ଟ। ଏକ ସାକ୍ଷାତ୍‌କାରରେ ସେ କହିଥିଲେ ତାଙ୍କ ଭୁଲ୍‌ ପାଇଁ ହିଁ ତାଙ୍କ ସାଂସାରିକ ଜୀବନ କଷ୍ଟକର ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri