Posted inଖେଳ

ଫ୍ୟାମିଲି କ୍ଲଜ୍‌ ଉଲ୍ଲଂଘନ: ନଜରରେ ଭାରତୀୟ ବରିଷ୍ଠ କ୍ରିକେଟର

ନୂଆଦିଲ୍ଲୀ,୨୧।୭ (ପି.ଟି.)- ବିଶ୍ୱକପ୍‌ ଖେଳିବାର ଅବସରରେ ଜଣେ ବରିଷ୍ଠ ଭାରତୀୟ କ୍ରିକେଟର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ‘ଫ୍ୟାମିଲି କ୍ଲଜ୍‌’ ବା ପରିବାର ଅନୁଚ୍ଛେଦ ଉଲ୍ଲଂଘନ କରି ନଜରକୁ ଆସିଛନ୍ତି। ସେମିଫାଇନାଲରେ ଭାରତ ପରାସ୍ତ ହୋଇ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା। ଖେଳାଳି ଜଣକ ନିଜ ପତ୍ନୀଙ୍କୁ ସାଥିରେ ରହିବା ପାଇଁ ଅନୁରୋଧ କରିଥିଲେ। ନିୟମ ଦୃଷ୍ଟିରୁ ୧୫ଦିନ ରହିଥିବା ବେଳେ ସେ ଅଧିକ ଦିନ ପାଇଁ ପତ୍ନୀଙ୍କୁ ସାଥିରେ ରଖିବା ପାଇଁ ଅନୁରୋଧ କରିଥିଲେ ଓ ରଖିଥିଲେ ମଧ୍ୟ। ପ୍ରଶାସକ କମିଟି (ସିଓଏ) ଏ ନିୟମ ଲାଗୁ କରିଥିଲା।
ସମ୍ପୃକ୍ତ ଖେଳାଳି ଜଣକ ବିନା ଅନୁମତିରେ ପୂରା ୭ ସପ୍ତାହ ପତ୍ନୀଙ୍କୁ ସାଥିରେ ରଖିଥିଲେ। ଅଧିକ ଦିନ ରହିବା ପାଇଁ ସେ ଅଧିନାୟକ କିମ୍ବା କୋଚ୍‌ଙ୍କଠାରୁ ଅନୁମତି ନେଇ ନ ଥିଲେ। ମେ ୩ ତାରିଖରେ ଅନୁଷ୍ଠିତ ବୈଠକରେ ସିଓଏ ଅଧିକ ଦିନ ପତ୍ନୀଙ୍କୁ ସାଥିରେ ରଖିବାର ନିୟମକୁ ବାତିଲ କରିଥିଲା। ଏହି ବୈଠକରେ ସମ୍ପୃକ୍ତ ଖେଳାଳିଙ୍କ ଅନୁରୋଧକୁ ସିଓଏ ପ୍ରତ୍ୟାଖ୍ୟାନ କରିଥିଲା। ଏପର୍ଯ୍ୟନ୍ତ ଏ ନେଇ ଘଟଣା ସମ୍ପର୍କରେ ସିଓଏକୁ ଅବଗତ କରାଯାଇ ନାହିଁ। ଏ ସଂକ୍ରାନ୍ତରେ ପ୍ରଶାସନିକ ପ୍ରବନ୍ଧକ ବା ଆଡମିନିଷ୍ଟ୍ରେଟିଭ୍‌ ମ୍ୟାନେଜର ସୁନୀଲ ସୁବ୍ରମନିୟମ୍‌ କାହିଁକି ଉଚିତ୍‌ ପଦକ୍ଷେପ ଗ୍ରହଣ କଲେ ନାହିଁ ବୋଲି ପ୍ରଶ୍ନ ଉଠିଛି। ଏ ନେଇ ସିଓଏ ସୁବ୍ରମନିୟମ୍‌ଙ୍କଠାରୁ ରିପୋର୍ଟ ମାଗିବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ତେବେ ସୁବ୍ରମନିୟମ ଏ ନେଇ ଏପର୍ଯ୍ୟନ୍ତ କିଛି ମନ୍ତବ୍ୟ ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri