ଫ୍ୟାନଙ୍କଠାରୁ ବିବାହ ପ୍ରସ୍ତାବ ପାଇ ଏମିତି କହିଲେ କ୍ୟାଟ୍ରିନା

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଅପ୍‌କମିଂ ଫିଲ୍ମ ‘ଭାରତ’କୁ ନେଇ ବହୁତ ଖୁସି। ଫିଲ୍ମଟି ଆସନ୍ତା ଜୁନ୍‌ ୫ରେ ରିଲିଜ ହେବ। ଫିଲ୍ମର ପ୍ରମୋଶନକୁ ନେଇ କ୍ୟାଟି୍ରିନା ମିଡିଆ ଜରିଆରେ ଫ୍ୟାନମାନଙ୍କ ସହ ସିଧା କଥାବାର୍ତ୍ତା ଚାଲିଛି। ଏହି ସୁଯୋଗରେ କ୍ୟାଟ୍ରିନାଙ୍କୁ ଫିଲ୍ମ ବ୍ୟତୀତ ବିବାହ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ କିଛି ଫ୍ୟାନ। ଏକ ରିପୋର୍ଟ ଅନୁଯାୟୀ, ଫ୍ୟାନମାନଙ୍କ ମଧ୍ୟରୁ ଜଣେ କ୍ୟାଟ୍ରିନାଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ। ଫ୍ୟାନଙ୍କଠାରୁ ବିବାହ ପ୍ରସ୍ତାବ ପାଇ କ୍ୟାଟ୍ରିନା ଖୁବ୍‌ ସୁନ୍ଦର ଭାବେ ଉତ୍ତର ଦେଇଥିଲେ। ପ୍ରଶଂସକ ବି ଏହି ଉତ୍ତରକୁ ଖୁବ୍‌ ତାରିଫ କରିଛନ୍ତି।

ବିବାହ ବିଷୟରେ କ୍ୟାଟ୍ରିନା କୁହନ୍ତି, ଏହା ଏକ ପବିତ୍ର ସମ୍ପର୍କ। ସେ ଏହାକୁ ବିଶ୍ୱାସ କରନ୍ତି। ସେ ଆହୁରି ମଧ୍ୟ କହିଥିଲେ, ପିଲାମାନଙ୍କୁ ମଧ୍ୟ ସେ ଖୁବ୍‌ ଭଲପାଆନ୍ତି। ତେଣୁ ବିବାହ ପରେ ସେ ଖୁବ୍‌ଶୀଘ୍ର ମାଆ ହେବାକୁ ଚାହାନ୍ତି। ଏହି ପ୍ରଶ୍ନ ପଚାରିଥିବା ଫ୍ୟାନଜଣକ କ୍ୟାଟ୍ରିନାଙ୍କଠାରୁ ଏପରି ଉତ୍ତର ଶୁଣି ଖୁସିରେ ଫାଟି ପଡ଼ିଥିଲେ। କ୍ୟାଟ୍ରିନା କହିଥିଲେ, ଫ୍ୟାନମାନେ ମୋ ସହ ଏତେ ନିକଟତର ଜାଣି ମୁଁ ବହୁତ ଖୁସି। ମୋ’ ବିବାହ ପାଇଁ ସେମାନେ ଏତେ ଚିନ୍ତା କରୁଛନ୍ତି। କହି ରଖୁଛୁ, କ୍ୟାଟ୍ରିନା ବଲିଉଡ୍‌ର ସବୁଠୁ ଅଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ‘ଭାରତ’ ଫିଲ୍ମରେ ସେ ସଲମାନଙ୍କ ସହ ନଜର ଆସିବେ। ଏହାର ଶୁଟିଂ ଆବୁଧାବି, ସ୍ପେନ୍‌, ପଞ୍ଜାବ ଏବଂ ଦିଲ୍ଲୀରେ ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୧ା୮: ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ପୂର୍ବାହ୍ନରେ ପରଲୋକ ଘଟିଛି।…

କିଏ ସେହି ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା!

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତାଙ୍କ ପତ୍ନୀ ସୁନୀତା ଗୋବିନ୍ଦାଙ୍କ ସହ ଛାଡ଼ପତ୍ର ପାଇଁ…

ଗୋବିନ୍ଦାଙ୍କ ଛାଡପତ୍ରକୁ ନେଇ ବଡ଼ ଖୁଲାସା କଲେ ମ୍ୟାନେଜର, ଏହି କାରଣରୁ କୋର୍ଟ ଯାଇଥିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜାରି ରହିଛି । ଦୁହେଁଙ୍କ ମଧ୍ୟରେ…

ଗୋବିନ୍ଦାଙ୍କ ସହ ଛାଡପତ୍ର ନିଶ୍ଚିତ? ପୁଅ ସହିତ ଫ୍ୟାମିଲି କୋର୍ଟରେ ପହଞ୍ଚିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ଗତ ବର୍ଷ, ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଛାଡପତ୍ର ନେଇ ଖୁବ୍‌ ଗୁଜବ ଉଠିଥିଲା। ଯଦିଓ ଗଣେଶ ପୂଜା ସମୟରେ ଏମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri