ଫ୍ଲୋରାଲ ଫ୍ୟାଶନ

ଫ୍ଲୋରାଲ ପ୍ରିଣ୍ଟ: ଶାଢ଼ିର କେତେ ଭେରାଇଟି ଅଛି, ଯେମିତିକି ବନାରସୀ, କାଞ୍ଜିବରମ୍‌ କିମ୍ବା ସିଲ୍କ। ଏଥିମଧ୍ୟରୁ ଅନ୍ୟତମ ହେଉଛି ଫ୍ଲୋରାଲ ପ୍ରିଣ୍ଟ। ଋତୁ ବଦଳିବା ସହିତ ଫ୍ୟାଶନ୍‌ ମଧ୍ୟ ବଦଳିଯାଏ। ଶୀତଦିନ ଯିବାକୁ ବସିଲାଣି। ଏହା ଭିତରେ ଫ୍ଲୋରାଲ ପ୍ରିଣ୍ଟ ମାର୍କେଟରେ ଦେଖିବାକୁ ମିଳିଲାଣି। ଫ୍ଲୋରାଲ ପ୍ରିଣ୍ଟ କେବେ ଫ୍ୟାଶନ୍‌ରୁ ଆଉଟ୍‌ ହୁଏ ନାହିଁ। ଗତ କିଛିବର୍ଷ ହେବ ଏହାର କ୍ରେଜ୍‌ ରହିଛି। ଏହି ଶାଢ଼ିର ଭଲଗୁଣ ହେଲା ଏହା ପ୍ରାୟ ସମସ୍ତଙ୍କୁ ମାନିଥାଏ।
ଫ୍ଲୋରାଲ ଶାଢ଼ି ପ୍ଲେନ୍‌ ବ୍ଲାଉଜ୍‌ ସହ : ଫ୍ଲୋରାଲ ପ୍ରିଣ୍ଟର ଶାଢ଼ି ଫ୍ଲେନ୍‌ ବ୍ଲାଉଜ୍‌ ସହ ପିନ୍ଧିଲେ ଏହା ଆପଣଙ୍କୁ ଟ୍ରେଣ୍ଡି ଲୁକ୍‌ ଦେଇଥାଏ। ଏଥିପାଇଁ ଆପଣ ବ୍ଲାଉଜ୍‌କୁ ନେଇ ଅଧିକ ଟେନସନ୍‌ ନିଅନ୍ତୁ ନାହିଁ।
ଫ୍ଲୋରାଲ ପ୍ରିଣ୍ଟ କୁର୍ତ୍ତି : ଏବେ କଟନ କୁର୍ତ୍ତିରେ ଫ୍ଲୋରାଲ ପ୍ରିଣ୍ଟ ଯୁବତୀମାନଙ୍କ ମନକୁ ଭାରି ଜିଣୁଛି। ପ୍ରତିଦିନ ପିନ୍ଧିବାର ଥିଲେ ସିମ୍ପଲ କଟନ କୁର୍ତ୍ତିରେ ଫ୍ଲୋରାଲ ପ୍ରିଣ୍ଟ ଭଲ ଦେଖାଯାଏ। ଯଦି ଆପଣ କୌଣସି ପାର୍ଟି ଅକେଜନ୍‌ରେ ଫ୍ଲୋରାଲ ପ୍ରିଣ୍ଟ ପିନ୍ଧୁଥିଲେ ଏମ୍ଭ୍ରୋଏଡରୀ କିମ୍ବା ପ୍ୟାଚ୍‌ ଓ୍ବାର୍କର କୁର୍ତ୍ତିକୁ ଚୟନ କରିପାରିବେ। ଜିନ୍ସ ହେଉ କି ଜେଙ୍ଗିସ୍‌ ସହ ଏହି ଫ୍ଲୋରାଲ ପ୍ରିଣ୍ଟର କୁର୍ତ୍ତି ଭଲ ମାନିଥାଏ।
ସବୁ ଅକେଜନ୍‌ ପାଇଁ ପରଫେକ୍ଟ :
ଫ୍ଲୋରାଲ ପ୍ରିଣ୍ଟ ଶାଢ଼ି ସମସ୍ତଙ୍କୁ ମାନିଥାଏ। କେତେକ ଲାଇଟ୍‌ ଓ୍ବେଟ୍‌ ଫ୍ଲୋରାଲ ପ୍ରିଣ୍ଟ ଶାଢ଼ି ମିଳୁଛି, ଯାହାକୁ ଆପଣ ଅଫିସ୍‌ରେ ବି କ୍ୟାରି କରିପାରିବେ। ଖାଲି ଏତିକି ନୁହେଁ, ଜରି ବର୍ଡର ଓ୍ବାର୍କ ଶାଢ଼ି କିମ୍ବା ଓ୍ବାର୍କ ସହିତ ଶାଢ଼ି ଭଲ ଅପସନ୍‌ ପାର୍ଟି ପାଇଁ ପିନ୍ଧିିକି ଯିବାକୁ। ଏପରି ଟ୍ରେଣ୍ଡି ବ୍ଲାଉଜ୍‌ ଡିଜାଇନ୍‌ ସହ କ୍ୟାରି କରିପାରିବେ, ଯାହା ଆପଣଙ୍କ ପାର୍ଟି ଲୁକ୍‌କୁ ଗ୍ଲାମର୍ସ କରିପାରିବ।
ଫ୍ଲୋରାଲ ପ୍ରିଣ୍ଟରେ ରଙ୍ଗ : ଏମିତିରେ ବଜାରରେ ବିଭିନ୍ନ କଲରର ଫ୍ଲୋରାଲ ପ୍ରିଣ୍ଟ ମିଳୁଛି। କିନ୍ତୁ ମହିଳାମାନେ ଅଧିକ ହାଲ୍‌କା କଲର ପସନ୍ଦ କରୁଛନ୍ତି। ବ୍ଲାକ୍‌ ସହିତ କଲରଫୁଲ ଫ୍ଲାଓ୍ବାର ଟିକେ ବୋଲ୍ଡ ହୋଇଥାଏ। ଏହାର କଲର ଭେରାଇଟି ଅଧିକ ଭେରାଇଟିରେ ମିଳୁଛି।
ଆସେସୋରିଜ୍‌ : ଫ୍ଲୋରାଲ ପ୍ରିଣ୍ଟ ଆପଣଙ୍କୁ କମ୍ପ୍ଲିଟ୍‌ ଲୁକ୍‌ ଦେଇଥାଏ। ଅଫିସ୍‌ ପାଇଁ ପିନ୍ଧି ଯାଉଥିଲେ ଆପଣ ଏହା ସହ ଘଣ୍ଟା ଏବଂ ଇୟର ରିଙ୍ଗ୍ସ ଓ ପାର୍ଟି ପାଇଁ ଲାଇଟ୍‌ଓ୍ବେଟ୍‌ ନେକପିସ୍‌ ଓ ଇୟର ରିଙ୍ଗ୍ସ ପିନ୍ଧିଲେ ଏହା ଆପଣଙ୍କୁ କମ୍ପ୍ଲିଟ୍‌ ଲୁକ୍‌ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri