Posted inଖେଳ

ଫେସ୍‌ବୁକ୍‌ଠାରୁ କାହିଁକି ଦୂରରେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ, ୨୩।୩- ଭାରତୀୟ କ୍ରିକେଟ୍‌ ଦଳର ସୁଇଂ କିଙ୍ଗ୍‌ ଭାବେ ପରିଚିତ ଭୁବନେଶ୍ୱର କୁମାର ସୋସିଆଲ ମିଡିଆ ଫେସ୍‌ବୁକ୍‌ଠାରୁ ନିଜକୁ କାହିଁକି ଦୂରେଇ ରଖିଛନ୍ତି, ଏହାର ଉନ୍ମୋଚନ ସେ ନିଜେ କରିଛନ୍ତି। ‘ସ୍ପାଇସ୍‌ ପିଚ୍‌’ ନାମକ ଏକ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର କହିଛନ୍ତି, ତାଙ୍କ ସ୍ତ୍ରୀ (ନୁପୂର ନାଗର) ଦିନେ ଫେସ୍‌ବୁକ୍‌ ପାସ୍‌ଓ୍ବାର୍ଡ ମାଗିଥିଲେ। କିନ୍ତୁ ସେ କୌଣସି ବାହାନା କରି ଏହାକୁ ଏଡ଼ାଇ ଯାଇଥିଲେ। ତେବେ ପରଦିନ ନୁପୂର ମୋ ଫେସ୍‌ବୁକ୍‌ ଆକାଉଣ୍ଟର ନୂଆ ପାସ୍‌ଓ୍ବାର୍ଡ ମୋତେ ଦେଇଥିଲେ। ମୋ ଫେସ୍‌ବୁକ୍‌ ଆକାଉଣ୍ଟକୁ ସେ ହ୍ୟାକ୍‌ କରି ଦେଇଥିବା ଜାଣିଥିଲି। ଏହା ପରଠାରୁ ଆଉ କେବେ ମଧ୍ୟ ଫେସ୍‌ବୁକ୍‌ ବ୍ୟବହାର କରି ନାହିଁ ବୋଲି ଭାରତୀୟ ଦଳର ଏହି ନିର୍ଭରଯୋଗ୍ୟ ଦ୍ରୁତ ବୋଲର୍‌ କହିଛନ୍ତି। ଭୁବନେଶ୍ୱର ୨୦୧୭ ନଭେମ୍ବରରେ ଦୀର୍ଘ ଦିନର ବାନ୍ଧବୀ ନୁପୂରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଦିନିକିଆ କ୍ରିକେଟ୍‌ରେ ପ୍ରଥମ ଭାରତୀୟ ବୋଲର ଭାବେ ଭୁବନେଶ୍ୱର ପଦାର୍ପଣ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଉଇକେଟ୍‌ ହାସଲ କରିଥିଲେ। ପାକିସ୍ତାନ ଓପନିଂ ବ୍ୟାଟ୍ସମ୍ୟାନ ମହମ୍ମଦ ହାଫିଜ ତାଙ୍କ ଶିକାର ବନିଥିଲେ। ସେହିଭଳି ପ୍ରଥମ ଭାରତୀୟ ବୋଲର ଭାବେ ସେ କ୍ରିକେଟ୍‌ର ୩ଟି ଯାକ ଫର୍ମାଟ୍‌ରେ ୫ ଉଇକେଟ୍‌ ହାସଲ କରିବାର ବିରଳ କୃତିତ୍ୱ ଲାଭ କରିଛନ୍ତି। କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ପ୍ରତିକାର ସ୍ବରୂପ ରାଜ୍ୟର ସମସ୍ତ ନାଗରିକଙ୍କୁ ଘର ମଧ୍ୟରେ ରହିବାକୁ ଉତ୍ତର ପ୍ରଦେଶ ସରକାର ପରାମର୍ଶ ଦେଇଛନ୍ତି। ଏହି କାରଣରୁ ମିରଟ୍‌ ଜନ୍ମିତ ଭୁବନେଶ୍ୱର ବର୍ତ୍ତମାନ ଘରେ ପରିବାର ଗହଣରେ ସମୟ ଅତିବାହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri