ଫୁଲବାଣୀ ୟୁନାଇଟେଡ୍‌ ବ୍ୟାଙ୍କ ଋଣ ଜାଲିଆତି : ଗିରଫ ଶାଖା ପରିଚାଳିକା ନିଲମ୍ବିତ

ଫୁଲବାଣୀ ଅଫିସ, ୨୬ା୯- ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ(କେସିସି) ଋଣ ପ୍ରଦାନରେ ଜାଲିଆତି ଘଟଣାରେ ୟୁନାଇଟେଡ୍‌ ବ୍ୟାଙ୍କ ଫୁଲବାଣୀ ଶାଖା ପରିଚାଳିକା ସାଗରିକା ନାୟକ ମଙ୍ଗଳବାର ଜେଲ ଯାଇଛନ୍ତି। ବୁଧବାର ବିଭାଗୀୟ ତଦନ୍ତ କରାଯାଇ ସାଗରିକାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ା ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ବ୍ୟାଙ୍କ ଶାଖା ପରିଚାଳକ ଭାବେ ନିଯୁକ୍ତି ଦିଆଯାଇଛି ା ସାଗରିକା ଗିରଫ ହୋଇ ଜେଲଯିବା ପରେ ୨ଦିନ ଧରି ବ୍ୟାଙ୍କର ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ସମ୍ବଲପୁର ଜୋନ ଆଞ୍ଚଳିକ ମୁଖ୍ୟ ମହାପ୍ରବନ୍ଧକ ଅଭିଯୋଗ ସମ୍ପର୍କରେ ବ୍ୟାଙ୍କ କର୍ମଚାରୀ, ଠକେଇର ଶୀକାର ହୋଇଥିବା କେତେଜଣ ହିତାଧିକାରୀଙ୍କୁ ପଚରାଉଚୁରା କରିଥିଲେ ା ଏହାପରେ ନିଲମ୍ବନ ସମ୍ପର୍କିତ ଚିଠି ସାଗରିକାଙ୍କ ଟେବୁଲ ଉପରେ ରଖିବା ସହ ବ୍ୟାଙ୍କର ସୁପରିଚାଳନା ପାଇଁ ଅନ୍ୟ ଜଣଙ୍କୁ ଶାଖା ପରିଚାଳକ ଦାୟିତ୍ୱ ଦେଇଥିଲେ ା ସୂଚନାଯୋଗ୍ୟ, ବ୍ୟାଙ୍କ ଶାଖା ପରିଚାଳିକା ସାଗରିକା ଟଙ୍କା ନେଇ ଚାଷୀଙ୍କ ଋଣ କରାଉଥିଲେ। ପ୍ରଥମ ପର୍ଯ୍ୟାୟରେ ଋଣ ଟଙ୍କା ଦେବା ପୂର୍ବରୁ ଗ୍ରାହକଙ୍କ ଏଟିଏମ୍‌ ମାଗି ନେଉଥିଲେ। ନିଜେ ଟଙ୍କା ଉଠାଇ ନେଇ ବାକି ଟଙ୍କା ଦିଆଯିବ ବୋଲି ଗ୍ରାହକଙ୍କୁ କହୁଥିଲେ ମଧ୍ୟ ପରେ ଦେଉ ନ ଥିଲେ। ଏ ନେଇ ଅସନ୍ତୁଷ୍ଟ ଚାଷୀମାନେ ଫୁଲବାଣୀ ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଥିଲେ ା ଏହି ଘଟଣାର ତଦନ୍ତ କରି ପୋଲିସ ସାଗରିକା ଏବଂ ତାଙ୍କ ସ୍ବାମୀ ସୁଜିତ ଷଡ଼ଙ୍ଗୀଙ୍କୁ ଗିରଫ କରିଥିଲା ା ଘଟଣାରେ ସଂଶ୍ଳିଷ୍ଟ ଜଣେ ମଧ୍ୟସ୍ଥଙ୍କୁ ପୋଲିସ ମୁଖ୍ୟ ସାକ୍ଷୀ କରିଥିବା ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ପତାକା ଉତ୍ତୋଳନକଲେ ବ୍ଲକ୍‌ ଅଧ୍ୟକ୍ଷ: ପ୍ରଥମ ଥର ପାଇଁ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜାତୀୟ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri