ଫୁଲବାଣୀରେ ତାଣ୍ଡବ ରଚିଲା ବର୍ଷା, ପବନ: ୮ ଶିଶୁ ସମେତ ୧୫ରୁ ଊର୍ଦ୍ଧ୍ୱ ଆହତ

ଫୁଲବାଣୀ ଅଫିସ, ୨୬ା୨-କନ୍ଧମାଳ ଜିଲା ଫୁଲବାଣୀ ସହରରେ ମଙ୍ଗଳବାର ସକାଳେ ପ୍ରବଳ ବର୍ଷା, ପବନ ହୋଇଥିଲା। ସକାଳ ପ୍ରାୟ ସାଢ଼େ ୭ଟାରେ ପବନ ବହିବା ଆରମ୍ଭ କଲା ା ପରେ ପରେ ମାତ୍ର ୫ରୁ ୭ ମିନିଟ ମଧ୍ୟରେ ପ୍ରବଳ ବର୍ଷା ପବନରେ ସହରର ଚିତ୍ର ବଦଳିଗଲା ା ପ୍ରାୟ ୧୫୦ କି.ମି. ବେଗରେ ପବନ ବହିବା ଯୋଗୁ ସହରର ମୁଖ୍ୟରାସ୍ତା କଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ଗଛ ଡ଼ାଳ ସବୁ ଭାଙ୍ଗି ପଡ଼ିଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ ପାଖରୁ ଜିଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ବଡ଼ ବଡ଼ ଡ଼ାଳ ଭାଙ୍ଗିପଡ଼ି ରାସ୍ତା ଅବରୋଧ ହୋଇଥିଲା। କେତେକ ସ୍ଥାନରେ ଗଛପଡ଼ି ଘର ମଧ୍ୟ ଭାଙ୍ଗିଛି ା ଏଥିରେ ଏକ ସ୍କୁଲର ୮ ଶିଶୁଙ୍କ ସମେତ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।
କଲେଜ ଛକ, ମାଦିକୁନ୍ଦା ଛକ, ଜିରିଙ୍ଗିପଡା, ଟାଉନ ଥାନା, ଜିଲାପାଳଙ୍କ ଅଫିସ, ଏସ୍‌ପି ଅଫିସ, ଏଜେଓ ହାଇସ୍କୁଲ, ମେଡିକାଲ ଛକ ପର୍ଯ୍ୟନ୍ତ ରାସ୍ତାରେ ଗଛପଡ଼ି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ା ଏସ୍‌ପି ପ୍ରତୀକ ଗୀତା ସିଂ ତୁରନ୍ତ ପୋଲିସ ବାହିନୀକୁ କାର୍ଯ୍ୟରେ ଲଗାଇବା ସହ ନିଜେ ରାସ୍ତା ସଫା କରିବାରେ ଲାଗି ପଡ଼ିଥିଲେ। ସେହିପରି ଅଗ୍ନିଶମ କର୍ମଚାରୀମାନେ ଆସି ଗଛ କାଟିବା ଆରମ୍ଭ କରିଥିଲେ। ଟିମ୍‌ ହ୍ୟୁମାନିଟିର ସଦସ୍ୟମାନେ ଏଥିରେ ସାମିଲ ହୋଇ ସହଯୋଗ କରିଥିଲେ ା ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ହେବାରୁ ପୂର୍ବାହ୍ନ ୧୦ଟା ସୁଦ୍ଧା ସମସ୍ତ ରାସ୍ତା ସଫା ହୋଇଥିଲା।
ବିଦ୍ୟୁତ୍‌ ବିଭାଗ ସୂଚନା ଅନୁଯାୟୀ, ସହର ମଧ୍ୟରେ ଥିବା ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗପଡ଼ିଛି। ୧୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ମରାମତି କାର୍ଯ୍ୟରେ ଲାଗିଛନ୍ତି। ଏବେ ମାଟ୍ରିକ୍‌ ପରୀକ୍ଷା ଚାଲିଥିବାରୁ ଯଥାଶୀଘ୍ର ବିଦ୍ୟୁତ୍‌ ସେବା ସ୍ବାଭାବିକ କରିବାକୁ କାମ ଚାଲିଛି ବୋଲି ସାଉଥକୋର ନିର୍ବାହୀ ଯନ୍ତ୍ରୀ ମନୋଜ ମହାନ୍ତି। ପ୍ରକାଶ କରିଛନ୍ତି। ପେଞ୍ଜି ସାହିରେ ଏକ ଏନଜିଓ ପକ୍ଷରୁ ଚାଲିଥିବା ସ୍କୁଲ ଉପରେ ଗଛ ଭାଙ୍ଗି ପଡ଼ିବାରୁ ସେଠାରେ ପଢୁଥିବା ୮ ଶିଶୁ ଓ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି। ସେହିପରି ପିଅନପଡ଼ା କାଳିମନ୍ଦିର ସାହିର ଏକ ଘର ଉପରେ ଗଛପଡ଼ି ୨ ଜଣ ଓ ମେଡିକାଲ ଛକରେ ପରିବା ବିକ୍ରି କରୁଥିବା ବେଳେ ଡାଳ ପଡ଼ି ଜଣେ ମହିଳା ଗୁରୁତର ହୋଇଛନ୍ତି। ଅନେକ କାର, ବାଇକ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସହରରେ ୨୦ ଘର ଭାଙ୍ଗିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଥିବା ଫୁଲବାଣୀ ତହସିଲଦାର ଦୀନମଣି ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ଏଣିକି ୧୨୫ ଦିନ ମିଳିବ କାମ: ନୂଆ ଯୋଜନାକୁ ନେଇ ଉତ୍ସାହିତ ଶ୍ରମିକ

ଭଞ୍ଜନଗର,୩।୭(ବାବୁଲା ପ୍ରଧାନ): ଜୁଲାଇ ୧ ତାରିଖରୁ ଭି.ବି-ଜୀ ରାମ ଜୀ ଯୋଜନା ସମଗ୍ର ଦେଶରେ ଲାଗୁ ହୋଇଛି। ପୂର୍ବରୁ ଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ ନିଯୁକ୍ତି…

ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

ସବୁଜ ଭବିଷ୍ୟତ ଗଢ଼ିବା ପାଇଁ ଶପଥ ନେଲେ ଛାତ୍ରୀଛାତ୍ର, ଜଳବାୟୁ ପରିବର୍ତ୍ତନରେ…

ମହାକାଳପଡ଼ା,୩ା ୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡ଼ାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହେବ ସଜୁବ ବନାନୀ। ଏଥିପାଇଁ ସ୍କୁଲ…

ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

ପାଟଣାଗଡ଼,୩।୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତୁଳସୀଡୁଙ୍ଗରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା…

ପୋଡମପେଟା ସମୁଦ୍ର କୂଳ ଲଂଘିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୩।୭(ଅନାଥ ତରାଇ):  ବିଶ୍ୱତାପନ ଓ ବଙ୍ଗୋପସାଗରରେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁଁ ଗଞ୍ଜାମ ଜିଲା ଉପକୂଳରେ ସ୍ଥିତି ଗମ୍ଭୀର ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri