ଫୁଲଝରଠାରେ ଖୋଲିଲା ରାଜ୍ୟର ପ୍ରଥମ ମହିଳା ଶାଖା ଡାକଘର

ଲହୁଣୀପଡା, ୩।୧୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଳକ ଅନ୍ତର୍ଗତ ଫୁଲଝରଠାରେ ଡାକ ବିଭାଗ ପକ୍ଷରୁ ଓଡ଼ିଶାର ପ୍ରଥମ ଥର ପାଇଁ ଏକ ମହିଳା ଶାଖା ଡାକଘର ଆନୁଷ୍ଠାନିକ ଭାବେ ଶନିବାର ଉଦ୍‌ଘାଟିତ ହୋଇଛି। ଏହାର ଉଦ୍‌ଘାଟନୀ ଉତ୍ସବରେ ରାଉରକେଲା ଡାକ ମଣ୍ଡଳର ଉପଅଧୀକ୍ଷକ ଯମେଶ୍ୱର ଗଡନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହି ଉଦ୍‌ଘାଟନୀ ଉତ୍ସବରେ ବଣାଇ ଉପଖଣ୍ଡ ଡାକ ନିରୀକ୍ଷକ ଶଶିରଞ୍ଜନ, ରାଉରକେଲା ଡାକ ମଣ୍ଡଳ କାର୍ଯ୍ୟାଳୟ ସୁପରଭାଇଜର ତରଣୀସେନ ଭୁସାଗର, ଡାକ ଓଭରସିୟର ମିତ୍ରଭାନୁ ସାହୁ, ଶରଧାପୁର ଶାଖା ଡାକପାଳ ଯୁଗଳ କିଶୋର ମାହାନ୍ତ ଯୋଗଦେଇଥିଲେ। ପ୍ରଥମ କରି ଫୁଲଝର ମହିଳା ଡାକ ଘରର ଶାଖା ଡାକପାଳ ପଲ୍ଲବି ମିଶ୍ର, ଅତିରିକ୍ତ ଡାକପାଳ ବାସନ୍ତି ପାତ୍ର, ଡାଳ ବିତରକ ବିଭାଗର ଅତିରିକ୍ତ ଡାକପାଳ ରୋଜାଲିନ ମାହାନ୍ତି ଉପସ୍ଥିତ ଥିଲେ। ଓଡ଼ିଶା ଡାକ ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁରକୁ ତିନୋଟି ରେଜିଓନରେ ବିଭକ୍ତ କରାଯାଇଥିଲେ ମଧ୍ୟ ସମ୍ବଲପୁର ରେଜିଓନ ରାଉରକେଲା ଡାକମଣ୍ଡଳ ପକ୍ଷରୁ ଲହୁଣୀପଡା ବ୍ଲକର ଫୁଲଝରଠାରେ ଓଡିଶାରେ ପ୍ରଥମ ଥର ପାଇଁ ଏହି ମହିଳା ଶାଖା ଡାକଘର ଉଦ୍‌ଘାଟିତ ହୋଇଛି। ଯାହାଦ୍ୱାରା ମହିଳାମାନେ ଅଧିକ ସେବା ପାଇପାରିବେ। ଟଙ୍କା ଦେଣନେଣ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ଇନ୍ଦିରା ଆବାସ ଯୋଜନାର ଟଙ୍କା ପାଇଁ ଫୁଲଝରଠାରୁ ଖୁଣ୍ଟଗାଁରେ ପ୍ରାୟ ୧୭ରୁ ୧୮ କି.ମି ଆସିବାକୁ ପଡୁଥିଲା। ଯଦି ଯେଉଁ ଦିନ ଯାନ୍ତ୍ରିକ ତ୍ରୁଟି ରହୁଥିଲା ସେଥିପାଇଁ ଦିନ ତମାମ ଅପେକ୍ଷା କରିବାକୁ ପଡୁଥିଲା । ଯାହାକି ଏବେ ସେ ସମସ୍ୟା ଦେଖାଦେବ ନାହିଁ ବୋଲି ଯୋଗଦେଇଥିବା ଅତିଥିମାନେ ସୂଚନା ଦେଇଥିଲେ। ଫୁଲଝର ଅଞ୍ଚଳରେ ଡାକ ବିଭାଗ ପକ୍ଷରୁ ମହିଳା ଶାଖା ଖୋଲା ଯାଇଥିବାରୁ ଲୋକମାନେ ଖୁସିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?