Posted inଖେଳ

ଫୁଟ୍‌ବଲ ପ୍ରତିଭାର ବିକାଶ ପାଇଁ ଅଭିନବ ଉଦ୍ୟମ

ଭୁବନେଶ୍ୱର, ୨୯।୧୦(କ୍ରୀଡ଼ା ପ୍ରତିନିଧି)-
ରାଜ୍ୟରେ ଫୁଟ୍‌ବଲର ପ୍ରଚାର ଓ ପ୍ରସାର ପାଇଁ ନିରନ୍ତର ଉଦ୍ୟମ କରିଆସିଥିବା ୟୁନିଟ୍‌-୬ ଆଥ୍‌ଲେଟିକ୍‌ ଆସୋସିଏଶନ ପକ୍ଷରୁ ଏବେ ଆଉ ଏକ ପଦକ୍ଷେପ ହାତକୁ ନିଆଯାଇଛି। ଲୋକଲୋଚନକୁ ଆସିପାରୁ ନ ଥିବା ଫୁଟବଲ ପ୍ରତିଭାର ବିକାଶ ପାଇଁ ଆସୋସିଏଶନ ପକ୍ଷରୁ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ଗତ ଜୁନ୍‌ ମାସରୁ ପିଲାମାନଙ୍କୁ ମାଗଣାରେ ଟ୍ରେନିଂ ଦିଆଯିବା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯାଇଛି। ୟୁନିଟ-୬ ହାଇସ୍କୁଲ ପଡ଼ିଆରେ ପ୍ରତି ଶନିବାର ଏବଂ ରବିବାର ଅପରାହ୍ନରେ ପିଲାମାନଙ୍କୁ ମାଗଣାରେ ଟିଫିନ୍‌ ଦିଆଯିବା ସହ ଆବଶ୍ୟକ ଖେଳ ସମ୍ପର୍କିତ ଟିପ୍ସ ଦିଆଯାଉଛି। ଆସୋସିଏଶନର ସଭାପତି ତପନ ମହାନ୍ତି ଏବଂ ସମ୍ପାଦକ ଦିଲୀପ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଛି। ଉପସଭାପତି ତଥା ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ପ୍ରଫୁଲ୍ଲ ମିଶ୍ର ଆବଶ୍ୟକସ୍ଥଳେ ପିଲାମାନଙ୍କୁ ଫୁଟ୍‌ବଲର ବିଭିନ୍ନ ନିୟମ ସମ୍ପର୍କରେ ଅବଗତ କରାଉଛନ୍ତି। ରାଜ୍ୟର ପୂର୍ବତନ ଖେଳାଳି ତଥା ଷ୍ଟେଟ୍‌ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ଦତ୍ତ ପିଲାମାନଙ୍କୁ ଟ୍ରେନିଂ ଦେଉଛନ୍ତି। ପୂର୍ବରୁ କଲ୍ୟାଣ ୟୁନିଟ୍‌-୬ ଆସୋସିଏଶନରେ ଟ୍ରେନିଂ ଦେଇ ଏକ ଦଳ ଗଠନ କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଏହି ଦଳ ଭଲ ପ୍ରଦର୍ଶନ କରି ଏଜି ଭଳି ଦଳକୁ ପରାସ୍ତ କରିଥିଲା। ଏବେ ଅବସର ପରେ ସେ ସେହି ୟୁନିଟ୍‌-୬ରେ ପିଲାମାନଙ୍କୁ ଟ୍ରେନିଂ ଦେଇ ଆଉ ଏକ ଦଳ ଗଠନ ପ୍ରୟାସରେ ରହିଛନ୍ତି। ବିଶେଷକରି ୧୩ ବର୍ଷରୁ କମ୍‌ ଦଳ ଗଠନ କରି ଆନ୍ତଃସ୍କୁଲ ପରି ବିଭିନ୍ନ ଟୁର୍ନାମେଣ୍ଟରେ ଖେଳାଇବା ତାଙ୍କର ଇଚ୍ଛା ରହିଛି। ଏହା ବ୍ୟତୀତ ସିନିୟରସ୍ତରରେ ଆଉ ଏକ ଟିମ୍‌ ଗଢ଼ି ସର୍ବଭାରତୀୟ ଟୁର୍ନାମେଣ୍ଟଗୁଡ଼ିକରେ ଭାଗନେବା ତାଙ୍କ ଲକ୍ଷ୍ୟ ରହିଛି। କଲ୍ୟାଣ ରାଜ୍ୟ ପକ୍ଷରୁ ଖେଳିବା ସହ ଷ୍ଟେଟ୍‌ବ୍ୟାଙ୍କ ତରଫରୁ କଟକ ଲିଗ୍‌ରେ ପ୍ରତିନିଧିତ୍ୱ କରିଥିଲେ। କଟକ ଲିଗ୍‌ରେ ସେ ରାଧାରମଣ, ରାଇଜିଂ ଷ୍ଟାର ଆଦି ଦଳ ପକ୍ଷରୁ ଖେଳିବାର ଅଭିଜ୍ଞତା ରଖିଛନ୍ତି। ନିଜ ସମୟରେ ସେ ରାଇଜିଂ ଷ୍ଟାରକୁ ୩ଟି ସିଲ୍ଡ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେତେବେଳେ ଏହା ଏକ ବିରଳ ସଫଳତା ଥିଲା ବୋଲି କଲ୍ୟାଣ କହିଛନ୍ତି।
”ଛୋଟପିଲାମାନଙ୍କୁ ନେଇ ଟ୍ରେନିଂ ଆରମ୍ଭ ହୋଇଛି। ଏମାନେ ୟୁନିଟ୍‌-୬ର ଭବିଷ୍ୟତ। ଏବେ ମୋ ନିକଟରେ ୩୫ରୁ ୪୦ ପିଲା ଟ୍ରେନିଂ ନେଉଛନ୍ତି। ବିଶେଷକରି ବଲ୍‌କୁ ରିସିଭ୍‌ କରିବା, ନିୟନ୍ତ୍ରଣରେ ରଖିବା, ଜଗଲିଂ, ଶରୀରକୁ ଫିଟ୍‌ ରଖିବା ପାଇଁ ଆବଶ୍ୟକ ବ୍ୟାୟାମ ଆଦି ଏଠାରେ ଶିଖାଯାଉଛି। ପ୍ରଥମେ ଫିଟ୍‌ନେସ୍‌ ଏବଂ ପରେ ସେମାନଙ୍କୁ ଫୁଟ୍‌ବଲର ମୌଳିକ ଶିକ୍ଷା ଦିଆଯିବା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏହା ବିଗ୍‌ନିଂ ଷ୍ଟେଜ୍‌ ହୋଇଥିଲେ ହେଁ ପିଲାମାନେ ଭଲ ରିସିଭ୍‌ କରୁଛନ୍ତି। ଫିଟ୍‌ନେସ ସ୍ତର ବଢ଼ିଲେ ସେମାନେ ଆହୁରି ଭଲ କରିବେ“ ବୋଲି କଲ୍ୟାଣ ପ୍ରକାଶ କରିଛନ୍ତି। ଏଠାରେ ଭଲ ପିଲା ମିଳିଲେ ଆମେ ତାଙ୍କୁ କୋଚିଂ ଦେଇ ଯେପରି ଭାରତୀୟ ଦଳରେ ସ୍ଥାନ ପାଇବେ ତା’ ଉପରେ ଧ୍ୟାନ ଦେବୁ। ସ୍ପୋଟର୍‌ସ ହଷ୍ଟେଲ ଚୟନ ପାଇଁ ମଧ୍ୟ ପିଲା ଉପଲବ୍ଧ ହୋଇପାରିବେ।
ଆସୋସିଏଶନ ସମ୍ପାଦକ ଦିଲୀପ ମଧ୍ୟ କ୍ୟାମ୍ପ୍‌କୁ ନେଇ ବେଶ୍‌ ଆଶାବାଦୀ। ‘ଗତ ୫ ମାସ ହେଲା କ୍ୟାମ୍ପ୍‌ ଆରମ୍ଭ ହୋଇଛି। ଏବେ ପାଖାପାଖି ୪୦ ପିଲା ଆମ ନିକଟରେ ଅଛନ୍ତି। ଏଠାରେ ଟ୍ରେନିଂ ନେଇ ଆମ ପିଲାମାନେ ଯେପରି ଆଇ-ଲିଗ୍‌ କିମ୍ବା ଆଇଏସ୍‌ଏଲ ଦଳରେ ସାମିଲ ହୋଇପାରିବେ ତା’ ଉପରେ ଧ୍ୟାନ ଦେବୁ। ମୋଟାମୋଟି ଫୁଟ୍‌ବଲରେ ଓଡ଼ିଶାର ପିଲାମାନେ ଯେପରି ନାଁ ରଖିପାରିବେ ତା’ ଉପରେ ଆମେ ଫୋକସ କରିବୁ। ପୂର୍ବତନ ରାଜ୍ୟ ଖେଳାଳି କଲ୍ୟାଣ ଦତ୍ତ ପୂରା ସମୟ ଦେଇ ପିଲାଙ୍କୁ ଟ୍ରେନିଂ ଦେଉଛନ୍ତି। ଏଠାରେ ଆବଶ୍ୟକ ସରଞ୍ଜାମ ମଧ୍ୟ ମାଗଣାରେ ଯୋଗାଇ ଦିଆଯାଉଛି। ଭବିଷ୍ୟତରେ କିଛି ପ୍ରତିଭାସମ୍ପନ୍ନ ପିଲାଙ୍କୁ ଏଠାରେ ରଖି ମାଗଣାରେ ଟ୍ରେନିଂ ଦେବା ସହ ସେମାନଙ୍କ ପାଠପଢ଼ା ଦାୟିତ୍ୱ ମଧ୍ୟ ଆମେ ବୁଝିବାକୁ ଲକ୍ଷ୍ୟ ରଖିଛୁ। ଟ୍ରେନିଂ ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ପିଲାମାନେ ଆସୁଛନ୍ତି। ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏବେ ସପ୍ତାହକୁ ୨ ଦିନ ଟ୍ରେନିଂ ଦେଉଛୁ, ଭବିଷ୍ୟତରେ ଏହାକୁ ନିୟମିତ କରିବାକୁ ଚେଷ୍ଟା କରୁଛୁ। ପିଲାଙ୍କ ମଧ୍ୟରେ ମ୍ୟାଚ୍‌ ମଧ୍ୟ ହେଉଛି। ଫଳରେ ବ୍ୟକ୍ତିଗତ ଭାବେ ପ୍ରଦର୍ଶନର ସ୍ତର ବଢ଼ାଇବା ପାଇଁ ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ବଢ଼ୁଛି“ ବୋଲି ଦିଲୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri