Posted inଖେଳ

ଫୁଟ୍‌ବଲ ପ୍ରତିଭାର ବିକାଶ ପାଇଁ ଅଭିନବ ଉଦ୍ୟମ

ଭୁବନେଶ୍ୱର, ୨୯।୧୦(କ୍ରୀଡ଼ା ପ୍ରତିନିଧି)-
ରାଜ୍ୟରେ ଫୁଟ୍‌ବଲର ପ୍ରଚାର ଓ ପ୍ରସାର ପାଇଁ ନିରନ୍ତର ଉଦ୍ୟମ କରିଆସିଥିବା ୟୁନିଟ୍‌-୬ ଆଥ୍‌ଲେଟିକ୍‌ ଆସୋସିଏଶନ ପକ୍ଷରୁ ଏବେ ଆଉ ଏକ ପଦକ୍ଷେପ ହାତକୁ ନିଆଯାଇଛି। ଲୋକଲୋଚନକୁ ଆସିପାରୁ ନ ଥିବା ଫୁଟବଲ ପ୍ରତିଭାର ବିକାଶ ପାଇଁ ଆସୋସିଏଶନ ପକ୍ଷରୁ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ଗତ ଜୁନ୍‌ ମାସରୁ ପିଲାମାନଙ୍କୁ ମାଗଣାରେ ଟ୍ରେନିଂ ଦିଆଯିବା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯାଇଛି। ୟୁନିଟ-୬ ହାଇସ୍କୁଲ ପଡ଼ିଆରେ ପ୍ରତି ଶନିବାର ଏବଂ ରବିବାର ଅପରାହ୍ନରେ ପିଲାମାନଙ୍କୁ ମାଗଣାରେ ଟିଫିନ୍‌ ଦିଆଯିବା ସହ ଆବଶ୍ୟକ ଖେଳ ସମ୍ପର୍କିତ ଟିପ୍ସ ଦିଆଯାଉଛି। ଆସୋସିଏଶନର ସଭାପତି ତପନ ମହାନ୍ତି ଏବଂ ସମ୍ପାଦକ ଦିଲୀପ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଛି। ଉପସଭାପତି ତଥା ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ପ୍ରଫୁଲ୍ଲ ମିଶ୍ର ଆବଶ୍ୟକସ୍ଥଳେ ପିଲାମାନଙ୍କୁ ଫୁଟ୍‌ବଲର ବିଭିନ୍ନ ନିୟମ ସମ୍ପର୍କରେ ଅବଗତ କରାଉଛନ୍ତି। ରାଜ୍ୟର ପୂର୍ବତନ ଖେଳାଳି ତଥା ଷ୍ଟେଟ୍‌ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ଦତ୍ତ ପିଲାମାନଙ୍କୁ ଟ୍ରେନିଂ ଦେଉଛନ୍ତି। ପୂର୍ବରୁ କଲ୍ୟାଣ ୟୁନିଟ୍‌-୬ ଆସୋସିଏଶନରେ ଟ୍ରେନିଂ ଦେଇ ଏକ ଦଳ ଗଠନ କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଏହି ଦଳ ଭଲ ପ୍ରଦର୍ଶନ କରି ଏଜି ଭଳି ଦଳକୁ ପରାସ୍ତ କରିଥିଲା। ଏବେ ଅବସର ପରେ ସେ ସେହି ୟୁନିଟ୍‌-୬ରେ ପିଲାମାନଙ୍କୁ ଟ୍ରେନିଂ ଦେଇ ଆଉ ଏକ ଦଳ ଗଠନ ପ୍ରୟାସରେ ରହିଛନ୍ତି। ବିଶେଷକରି ୧୩ ବର୍ଷରୁ କମ୍‌ ଦଳ ଗଠନ କରି ଆନ୍ତଃସ୍କୁଲ ପରି ବିଭିନ୍ନ ଟୁର୍ନାମେଣ୍ଟରେ ଖେଳାଇବା ତାଙ୍କର ଇଚ୍ଛା ରହିଛି। ଏହା ବ୍ୟତୀତ ସିନିୟରସ୍ତରରେ ଆଉ ଏକ ଟିମ୍‌ ଗଢ଼ି ସର୍ବଭାରତୀୟ ଟୁର୍ନାମେଣ୍ଟଗୁଡ଼ିକରେ ଭାଗନେବା ତାଙ୍କ ଲକ୍ଷ୍ୟ ରହିଛି। କଲ୍ୟାଣ ରାଜ୍ୟ ପକ୍ଷରୁ ଖେଳିବା ସହ ଷ୍ଟେଟ୍‌ବ୍ୟାଙ୍କ ତରଫରୁ କଟକ ଲିଗ୍‌ରେ ପ୍ରତିନିଧିତ୍ୱ କରିଥିଲେ। କଟକ ଲିଗ୍‌ରେ ସେ ରାଧାରମଣ, ରାଇଜିଂ ଷ୍ଟାର ଆଦି ଦଳ ପକ୍ଷରୁ ଖେଳିବାର ଅଭିଜ୍ଞତା ରଖିଛନ୍ତି। ନିଜ ସମୟରେ ସେ ରାଇଜିଂ ଷ୍ଟାରକୁ ୩ଟି ସିଲ୍ଡ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେତେବେଳେ ଏହା ଏକ ବିରଳ ସଫଳତା ଥିଲା ବୋଲି କଲ୍ୟାଣ କହିଛନ୍ତି।
”ଛୋଟପିଲାମାନଙ୍କୁ ନେଇ ଟ୍ରେନିଂ ଆରମ୍ଭ ହୋଇଛି। ଏମାନେ ୟୁନିଟ୍‌-୬ର ଭବିଷ୍ୟତ। ଏବେ ମୋ ନିକଟରେ ୩୫ରୁ ୪୦ ପିଲା ଟ୍ରେନିଂ ନେଉଛନ୍ତି। ବିଶେଷକରି ବଲ୍‌କୁ ରିସିଭ୍‌ କରିବା, ନିୟନ୍ତ୍ରଣରେ ରଖିବା, ଜଗଲିଂ, ଶରୀରକୁ ଫିଟ୍‌ ରଖିବା ପାଇଁ ଆବଶ୍ୟକ ବ୍ୟାୟାମ ଆଦି ଏଠାରେ ଶିଖାଯାଉଛି। ପ୍ରଥମେ ଫିଟ୍‌ନେସ୍‌ ଏବଂ ପରେ ସେମାନଙ୍କୁ ଫୁଟ୍‌ବଲର ମୌଳିକ ଶିକ୍ଷା ଦିଆଯିବା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏହା ବିଗ୍‌ନିଂ ଷ୍ଟେଜ୍‌ ହୋଇଥିଲେ ହେଁ ପିଲାମାନେ ଭଲ ରିସିଭ୍‌ କରୁଛନ୍ତି। ଫିଟ୍‌ନେସ ସ୍ତର ବଢ଼ିଲେ ସେମାନେ ଆହୁରି ଭଲ କରିବେ“ ବୋଲି କଲ୍ୟାଣ ପ୍ରକାଶ କରିଛନ୍ତି। ଏଠାରେ ଭଲ ପିଲା ମିଳିଲେ ଆମେ ତାଙ୍କୁ କୋଚିଂ ଦେଇ ଯେପରି ଭାରତୀୟ ଦଳରେ ସ୍ଥାନ ପାଇବେ ତା’ ଉପରେ ଧ୍ୟାନ ଦେବୁ। ସ୍ପୋଟର୍‌ସ ହଷ୍ଟେଲ ଚୟନ ପାଇଁ ମଧ୍ୟ ପିଲା ଉପଲବ୍ଧ ହୋଇପାରିବେ।
ଆସୋସିଏଶନ ସମ୍ପାଦକ ଦିଲୀପ ମଧ୍ୟ କ୍ୟାମ୍ପ୍‌କୁ ନେଇ ବେଶ୍‌ ଆଶାବାଦୀ। ‘ଗତ ୫ ମାସ ହେଲା କ୍ୟାମ୍ପ୍‌ ଆରମ୍ଭ ହୋଇଛି। ଏବେ ପାଖାପାଖି ୪୦ ପିଲା ଆମ ନିକଟରେ ଅଛନ୍ତି। ଏଠାରେ ଟ୍ରେନିଂ ନେଇ ଆମ ପିଲାମାନେ ଯେପରି ଆଇ-ଲିଗ୍‌ କିମ୍ବା ଆଇଏସ୍‌ଏଲ ଦଳରେ ସାମିଲ ହୋଇପାରିବେ ତା’ ଉପରେ ଧ୍ୟାନ ଦେବୁ। ମୋଟାମୋଟି ଫୁଟ୍‌ବଲରେ ଓଡ଼ିଶାର ପିଲାମାନେ ଯେପରି ନାଁ ରଖିପାରିବେ ତା’ ଉପରେ ଆମେ ଫୋକସ କରିବୁ। ପୂର୍ବତନ ରାଜ୍ୟ ଖେଳାଳି କଲ୍ୟାଣ ଦତ୍ତ ପୂରା ସମୟ ଦେଇ ପିଲାଙ୍କୁ ଟ୍ରେନିଂ ଦେଉଛନ୍ତି। ଏଠାରେ ଆବଶ୍ୟକ ସରଞ୍ଜାମ ମଧ୍ୟ ମାଗଣାରେ ଯୋଗାଇ ଦିଆଯାଉଛି। ଭବିଷ୍ୟତରେ କିଛି ପ୍ରତିଭାସମ୍ପନ୍ନ ପିଲାଙ୍କୁ ଏଠାରେ ରଖି ମାଗଣାରେ ଟ୍ରେନିଂ ଦେବା ସହ ସେମାନଙ୍କ ପାଠପଢ଼ା ଦାୟିତ୍ୱ ମଧ୍ୟ ଆମେ ବୁଝିବାକୁ ଲକ୍ଷ୍ୟ ରଖିଛୁ। ଟ୍ରେନିଂ ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ପିଲାମାନେ ଆସୁଛନ୍ତି। ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏବେ ସପ୍ତାହକୁ ୨ ଦିନ ଟ୍ରେନିଂ ଦେଉଛୁ, ଭବିଷ୍ୟତରେ ଏହାକୁ ନିୟମିତ କରିବାକୁ ଚେଷ୍ଟା କରୁଛୁ। ପିଲାଙ୍କ ମଧ୍ୟରେ ମ୍ୟାଚ୍‌ ମଧ୍ୟ ହେଉଛି। ଫଳରେ ବ୍ୟକ୍ତିଗତ ଭାବେ ପ୍ରଦର୍ଶନର ସ୍ତର ବଢ଼ାଇବା ପାଇଁ ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ବଢ଼ୁଛି“ ବୋଲି ଦିଲୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri