ଫିଲ୍ମ ପୋଷ୍ଟର ବିବାଦ: ଭାଇରାଲ ଅଡିଓକୁ ନେଇ ଧମକ ଦେଲେ ଦୂତି, ମକଦ୍ଦମା କରିବାକୁ ଫେସ୍‌ବୁକ୍‌ରେ ପୋଷ୍ଟ କଲେ

ଭୁବନେଶ୍ୱର,୨୦ା୮(ବ୍ୟୁରୋ)- ଗଣେଶ ପୂଜାରେ ରିଲିଜ ହେବାକୁ ଥିବା ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ ଥମି ନ ଥିବାବେଳେ ପୁଣି ଆଉ ଏକ ବିବାଦ ଆରମ୍ଭ ହୋଇଛି। ଅଭିଯୋଗକାରିଣୀ ତଥା ଦୌଡରାଣୀ ଦୂତି ଚାନ୍ଦଙ୍କ ବିରୋଧରେ ବିଶୋଦାଗାର କରାଯାଇଥିବା ଏକ ଅଡିଓ ଏବେ ଭାଇରାଲ ହୋଇଛି। ଉକ୍ତ ଅଡିଓରେ କେହିଜଣେ ଦୂତି ପ୍ରଥମେ ନିଜ କଥା ସମ୍ଭାଳନ୍ତୁ ବୋଲି ପରାମର୍ଶ ଦେବାସହ ତାଙ୍କ ମା’ ଓ ପରିବାର ସମ୍ପର୍କରେ ମଧ୍ୟ କହୁଥିବା ଶୁଣିବାକୁ ମିଳୁଛି। ତେବେ ଉକ୍ତ ଅଡିଓଟି କାହାର ଓ କିଏ ଏହାକୁ ଭାଇରାଲ କଲେ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଏହାକୁ ନେଇ ଦୂତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଛନ୍ତି। ଉକ୍ତ ଅଡିଓ ମାଧ୍ୟମରେ ପପୁ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା କଥା ସେ ଉଲ୍ଲେଖ କରିଛନ୍ତି। ଏପରିକି ପପୁଙ୍କ ବିରୋଧରେ  କୋର୍ଟକୁ ଯିବେ ବୋଲି ଧମକ ମଧ୍ୟ ଦେଇଛନ୍ତି ଦୂତି।

ଦୂତି କହିଛନ୍ତି, ପପୁ ଏହି ଅଡିଓରେ ମୋର ବ୍ୟକ୍ତିଗତ କଥାକୁ ଉଠାଇଛନ୍ତି। ତାଙ୍କ ସହ ବ୍ୟକ୍ତିଗତ ସ୍ତରରେ ମୋର କୌଣସି ଶତ୍ରୁତା ନାହିଁ କିମ୍ବା ତାଙ୍କ ସହ କଥାବାର୍ତ୍ତା ମଧ୍ୟ ହୁଅନ୍ତି ନାହିଁ। ଫିଲ୍ମ ପୋଷ୍ଟରଟି ନାରୀ ସମାଜକୁ ବଦନାମ କରୁଥିବାରୁ ମୁଁ ଏହାକୁ ବିରୋଧ କରି ଅଭିଯୋଗ କରିଥିଲି। କେଉଁ କାରଣ ପାଇଁ ପପୁ ଏଭଳି ତାଙ୍କୁ ଲଜ୍ଜିତ କଲେ ସେ ଜାଣିନାହାନ୍ତି। ଯେହେତୁ ମୋ ମାନସମ୍ମାନ ଉପରେ ଆଞ୍ଚ ଆସିଛି ତେଣୁ ଆଇନର ଆଶ୍ରୟ ନେବି। ମୋର ଅନେକ ପରିଚିତ ସେଲିବ୍ରେଟି ଅଛନ୍ତି, ସେମାନେ  ଫୋନ୍‌ କରି ଏ ବିଷୟରେ ପଚାରୁଛନ୍ତି। ଯଦି ସେ ନିଜ ଭୁଲ ସ୍ବୀକାର ନ କରନ୍ତି ମୁଁ କୋର୍ଟରେ ମାନହାନୀ ମକଦ୍ଦମା କରିବି ବୋଲି ଦୂତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri