ଫିଲ୍ମ ‘ବାଲା’ ଲାଗି ଆୟୁଷ୍ମାନ ହେବେ ଲଣ୍ଡା, କହିଲେ ଏପରି କରିବା ବହୁତ କଷ୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଏବେ ଆଗାମୀ ଫିଲ୍ମ ‘ବାଲା’ର ଶୁଟିଂରେ ବ୍ୟସ୍ତ। ଏହି ଫିଲ୍ମରେ ତାଙ୍କ ନାୟିକା ଭାବେ ନଜର ଆସିବେ ଭୂମି ପେଡନେକର ଓ ୟାମି ଗୌତମ। ଫିଲ୍ମର କାହାଣୀ ଏକ ଲଣ୍ଡା ଯୁବକ ଓ ଛୋଟ ସହରର ଝିଅଙ୍କ ଜୀବନ ଉପରେ ପର୍ଯ୍ୟବଶିତ। ପ୍ରଥମ ଥର ପାଇଁ ଜଣେ ଅପରିପକ୍ୱ ଲଣ୍ଡା ଯୁବକଙ୍କ ଭୂମିକାରେ ଆୟୁଷ୍ମାନଙ୍କୁ ଦେଖିବାକୁ ମିଳୁଥିବା ବେଳେ ଛୋଟ ସହରର ଯୁବତୀ ସାଜିବେ ଭୂମି।

ଯେହେତୁ ଆୟୁଷ୍ମାନ ଜଣେ ଲଣ୍ଡା ଯୁବକ ଭୂମିକାରେ ନଜର ଆସିବେ, ଏଥିଯୋଗୁ ତାଙ୍କୁ ମୁଣ୍ଡନ କରାଇବାକୁ ପଡ଼ିପାରେ। ମାତ୍ର ଫିଲ୍ମରେ ଯୁବକଙ୍କ ଦୁଇ ରୁ ତିନିଟି ସୋପାନ ବିଷୟରେ ଦେଖାଯିବ। ଏଣୁ ଲଣ୍ଡା ହେବା ଉଚିତ ନୁହେଁ ବୋଲି ସେ ଭାବୁଛନ୍ତି। ମାତ୍ର ଯଦି ବି ସେ ଲଣ୍ଡା ହୁଅନ୍ତି, ତେବେ ନକଲି କେଶ ଲଗାଇ ଫିଲ୍ମର ବାକି ଅଂଶ ଶୁଟିଂ କରିବେ ବୋଲି କହିଛନ୍ତି।
ଆୟୁଷ୍ମାନଙ୍କୁ ଏବେ ୩୦ ବର୍ଷ ହୋଇଥିଲେ ହେଁ ତାଙ୍କର କେଶ ଝଡ଼ିବା ପରି ସମସ୍ୟା ନାହିଁ। ଏଣୁ ଲଣ୍ଡା ହେବା ବହୁତ କଷ୍ଟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଆଙ୍କ ୧.୩୫ କୋଟିର ଝୁମ୍‌କା ଗାଏବ୍‌

ଅଭିନେତା ଅନିଲ କପୁରଙ୍କ ସାନ ଝିଅ ପ୍ରଯୋଜିକା ରିଆ କପୁରଙ୍କ ଝୁମ୍‌କା ଚୋରି ହୋଇଯାଇଛି। ମେଟ ଗାଲା ଇଭେଣ୍ଟ ପାଇଁ ସେ ଭଡ଼ା ନେଇଥିବା ହୀରା ଏବଂ…

୬୦ ବର୍ଷରେ ସାତଫେରା, ହୋଟେଲ ନୁହେଁ କି ମଣ୍ଡପ ନୁହେଁ, ଏଇଠି ଏହିଦିନ ଗୌରୀଙ୍କୁ ତୃତୀୟ ବିବାହ କରିବେ ଆମିର, ଜାଣନ୍ତୁ ତାରିଖ

ମୁମ୍ବାଇ,୨୦।୬: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଶିରୋନାମାରେ ଅଛନ୍ତି। ପ୍ରକୃତରେ, ଅଭିନେତା ଏବଂ ତାଙ୍କ ପ୍ରେମିକା ଗୌରୀ…

ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ କୋର୍ଟଙ୍କ ସମନ

ହାଇଦ୍ରାବାଦ,୧୯।୬: ହାଇଦ୍ରାବାଦ କୋର୍ଟ ପକ୍ଷରୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ସମନ ଜାରି କରାଯାଇଛି। ସମନରେ ଅଭିନେତା ଅଲ୍ଲୁଙ୍କୁ ଆସନ୍ତା ୨୨ ତାରିଖରେ କୋର୍ଟରେ ହାଜର ହେବାକୁ କୁହାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri