ଫିଲ୍ମ ‘ବରସାତ୍‌’ରୁ ରାତାରାତି ସୁପରଷ୍ଟାର ପାଲଟିଥିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ରେ ନିଜର ଭିନ୍ନ ହେୟାର ଷ୍ଟାଇଲ୍‌ରେ ଯୁବପିଢ଼ିଙ୍କୁ ନିଜ ପ୍ରତି ଆକର୍ଷିତ କରିଥିଲେ ୯୦ ଦଶକର ଅଭିନେତା ବବି ଦେଓଲ୍‌। ନିଜ ଲମ୍ବା ଓ କର୍ଲି ହେୟାର ସେହି ସମୟର ଯୁବପିଢ଼ିଙ୍କ ମଧ୍ୟରେ ଏକ କ୍ରେଜ୍‌ ସୃଷ୍ଟି କରିପାରିଥିଲେ ବବି। କ୍ୟାରିୟର ଭିତରେ ଖରାପ ସମୟ ଦେଇ ଗତି କରିଥିବା ବବି ସୋମବାର ନିଜର ୫୧ତମ ଜନ୍ମଦିନ ପାଳନ କରିଛନ୍ତି। ବବି ୧୯୬୭ ଜାନୁୟାରୀ ୨୭ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୭୭ରେ ବବି ନିଜ ପିତା ଧର୍ମେନ୍ଦ୍ରଙ୍କ ସହ ଫିଲ୍ମ ‘ଧରମବୀର’ରେ ଶିଶୁ କଳାକାର ଭାବେ ନଜର ଆସିଥିଲେ। ଏହି ଫିଲ୍ମରେ ଦର୍ଶକ ତାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରଥିଲେ। ବବିଙ୍କ ଅଭିନୀତ ୯୦ ଦଶକର ସେହି ଗୀତଗୁଡିକୁ ଆଜି ବି ପ୍ରଶଂସକ ମନେ ରଖିଛନ୍ତି। ୧୯୯୫ରେ ଟ୍ବିଙ୍କିଲ ଖାନ୍ନାଙ୍କ ସହ ବବି ଦେଓଲଙ୍କ ଅଭିନୀତ ଫିଲ୍ମ ‘ବରସାତ୍‌’ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେବା ସହ ରାତାରାତି ସୁପରଷ୍ଟାର କରିଦେଇଥିଲା। ଏହି ଫିଲ୍ମରେ ତାଙ୍କର ହେୟାର ଷ୍ଟାଇଲ୍‌ ବେଶ୍‌ ଚର୍ଚ୍ଚା ସାଉଁଟିଥିବା ବେଳେ ଯୁବପିଢ଼ି ଏହାକୁ କପି କରିବାକୁ ଲାଗିଥିଲେ। ଏହାପରେ ଫିଲ୍ମ ସୋଲଜର, ବାଦଲ, ଗୁପ୍ତ, ବିଚ୍ଛୁ, ଅଜନବୀ ଭଳି ବହୁ ସୁପରହିଟ୍‌ ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ୍‌ କରିଥିଲା। ୨୦୦୦ରେ ଆସିଥିବା ଫିଲ୍ମ ‘ବାଦଲ’ ପାଇଁ ତାଙ୍କୁ ‘ଫିଲ୍ମ ଫେୟାର ବେଷ୍ଟ ଡେବ୍ୟୁ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଥିଲେ ବବି। ଗୋଟିଏ ସମୟ ଥିଲା ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ରାଜ୍‌ କରୁଥିଲେ। ହେଲେ ଏମିତି ଏକ ସମୟ ଆସିଲା ଯେତେବେଳେ ତାଙ୍କୁ ଏକ ଡିଜେ ଭାବେ କାମ କରିବାକୁ ପଡ଼ିଥିଲା। ଫିଲ୍ମଠାରୁ ବହୁ ସମୟ ପର୍ଯ୍ୟନ୍ତ ଦୂରେଇ ରହିବା ପରେ ୨୦୧୬ରେ ସେ ଡିଜେ ଭାବେ କ୍ୟାରିୟର କରିଥିଲେ। ତେବେ ହୋମ ପ୍ରୋଡକ୍ସନରେ ତିଆରି ହୋଇଥିବା ‘ୟମଲା ପଗଲା ଦିଓ୍ବାନା’ ତାଙ୍କର ଶେଷ ଅଭିନୀତ ଫିଲ୍ମ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri