Posted inଖେଳ

ଫିଫା ମହିଳା ବିଶ୍ୱକପ: ଆମେରିକାକୁ ଚତୁର୍ଥ ଟାଇଟଲ

ଲିଅନ, ୮।୭-ଫିଫା ମହିଳା ବିଶ୍ୱକପ୍‌ର ଅଷ୍ଟମ ସଂସ୍କରଣରେ ଏଥର ଗତଥରର ଚାମ୍ପିୟନ ଆମେରିକା ବାଜି ମାରିଛି। ଏଠାରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଆମେରିକା ୨-୦ ଗୋଲରେ ନେଦରଲାଣ୍ଡ୍ସକୁ ହରାଇ ଚାମ୍ପିୟନ ହେବା ସହ ପ୍ରଥମ ଦଳ ଭାବେ ଟାଇଟଲ ବଜାୟ ରଖିଛି। ଏଥିସହିତ ଆମେରିକା ରେକର୍ଡ ଚତୁର୍ଥଥର ପାଇଁ ବିଶ୍ୱକପ୍‌ ଟାଇଟଲ ଅର୍ଜନ କରିଛି। ପ୍ରଥମାର୍ଦ୍ଧରେ ବେଶ୍‌ ସଂଘର୍ଷ ଦେଖିତ୍ବାକୁ ମିଳିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଆମେରିକା ପ୍ରଭାବ ବିସ୍ତାର କରି ଦୁଇଟି ଗୋଲ ଦେଇଥିଲା। ଦଳ ତରଫରୁ ମେଗାନ ଆନା ରାପିନୋଏ ୬୧ତମ ମିନିଟ୍‌ରେ ପେନାଲ୍ଟି କର୍ନର ଜରିଆରେ ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାର ୮ ମିନିଟ୍‌ ପରେ ୬୯ତମ ମିନିଟ୍‌ରେ ରୋଜ ଲାଭେଲେ ଆଉ ଏକ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ବାରମ୍ବାର ପ୍ରୟାସ କରିଥିଲେ ମଧ୍ୟ ନେଦରଲାଣ୍ଡ୍ସ କୌଣସି ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲା। ପୂର୍ବରୁ ଆମେରିକା ୧୯୯୧, ୧୯୯୯, ୨୦୧୫ରେ ଚାମ୍ପିୟନ ହୋଇଥିଲା। ଟୁର୍ନାମେଣ୍ଟରେ ଆମେରିକାର ମେଗାନ ରାପିନୋଏ, ଆଲେକ୍ସ ମୋର୍ଗାନ ଓ ଇଂଲଣ୍ଡର ଏଲେନ ଟୋନୀ ହ୍ବାଇଟ ସର୍ବାଧିକ ୬ଟି ଲେଖାଏ ଗୋଲ ସ୍କୋର କରିଥିଲେ। ମେଗାନ ରାପିନୋଏ ଶ୍ରେଷ୍ଠ ଖେଳାଳି ଓ ନେଦରଲାଣ୍ଡ୍ସର ସାରି ଭାନ ଭିନେନଡାଲ ଶ୍ରେଷ୍ଠ ଗୋଲକିପର ବିବେଚିତ ହୋଇଛନ୍ତି। ଆୟୋଜକ ଫ୍ରାନ୍ସକୁ ଫେୟାର ପ୍ଲେ ପୁରସ୍କାର ପ୍ରଦାନ କରାଯାଇଛି। ଜୁନ ୭ରୁ ଆରମ୍ଭ ହୋଇ ଏହି ବିଶ୍ୱକପ୍‌ ମାସେ ବ୍ୟାପୀ ଚାଲିଥିଲା ଓ ଜୁଲାଇ ୭ ତାରିଖରେ ଶେଷ ହୋଇଛି। ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚ୍‌ରେ ସ୍ବିଡେନ ୨-୧ ଗୋଲରେ ଇଂଲଣ୍ଡକୁ ହରାଇଛି। ସ୍ବିଡେନ ତୃତୀୟ ଓ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri