Posted inଖେଳ

‘ଫିଟ୍‌ ରହିଲେ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ ଖେଳିବି’

ଲଣ୍ଡନ,୧୬ା୬(ପିଟି): ଅଷ୍ଟ୍ରେଲିଆ ଦଳ ଚଳିତ ବିଶ୍ୱକପ୍‌ରେ ୫ ମ୍ୟାଚ୍‌ରୁ ୪ ବିଜୟ ସହ ସର୍ବାଧିକ ୮ ପଏଣ୍ଟ ଅର୍ଜନ କରି ଶୀର୍ଷରେ ରହିଛି। ଏଭଳି ସ୍ଥିତିରେ ଡିଫେଣ୍ଡିଂ ଚାମ୍ପିୟନ ତା’ର ମୁଖ୍ୟ ପେସରଙ୍କୁ ବିଶ୍ରାମ ଦେବାକୁ ଯୋଜନା କରୁଛି। କିନ୍ତୁ ଏହି ବୋଲର ବିଶ୍ରାମ ନେବାକୁ ଇଚ୍ଛୁକ ନ ଥିବା ସ୍ପଷ୍ଟ କରିଛନ୍ତି। ଷ୍ଟାର୍କ ଏବେ ବିଶ୍ୱକପରେ ସର୍ବାଧିକ ଉଇକେଟ ଅକ୍ତିଆର କରିଥିବା ପୂର୍ବତନ ଅଷ୍ଟ୍ରେଲିଆନ ବୋଲର ବ୍ରେଟ ଲିଙ୍କ ସହ ମିଳିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଯଦି ମୁଁ ଫିଟ୍‌ ରୁହେ, ତେବେ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ ଖେଳିବି। କିନ୍ତୁ ଏହା ମୋ ଉପରେ ନିର୍ଭର କରୁନାହିଁ। ବିଶ୍ୱକପ୍‌ ଭଳି ଇଭେଣ୍ଟରେ ମୁଁ ବିଶ୍ରାମ ନେବାକୁ ଚାହୁଁ ନାହିଁ ବୋଲି ସେ କହିଛନ୍ତି। ଏଠାରେ ଶ୍ରୀଲଙ୍କା ବିପକ୍ଷରେ ମିଳିଥିବା ୮୭ ରନ୍‌ର ବିଜୟରେ ଷ୍ଟାର୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ସେ ୫୫ ରନ୍‌ ବ୍ୟୟରେ ୪ ଉଇକେଟ ଦଖଲ କରିଥିଲେ। ଡେଥ ଓଭରରେ ବୋଲିଂ କରିବା ସମସ୍ତ ବୋଲରଙ୍କ ପାଇଁ ଚ୍ୟାଲେଞ୍ଜିଂ। ନିଜ ଦଳକୁ ଜିତାଇବା ଓ ବିଶ୍ୱକପ୍‌ ଡିଫେଣ୍ଡ କରିବା ବହୁତ କିଛି ଚେଷ୍ଟା କରିବାକୁ ପଡ଼େ। ମୋର ଇକୋନମି ଅନ୍ୟ ବୋଲରଙ୍କଠାରୁ ଅଧିକ ହୋଇପାରେ କିନ୍ତୁ ଦଳକୁ ବ୍ରେକ୍‌ଥ୍ରୁ ଆବଶ୍ୟକ ହେଲେ ମୋତେ ଡକରା ପଡ଼େ ବୋଲି ବାମହାତୀ ପେସର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେନି ଆୟର: ତାଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୭।୯: ଭାରତୀୟ ଦଳ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜରେ ଟିମ ଇଣ୍ଡିଆର…

ଫାଇନାଲ ମଝିରେ ତିଲକ-ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା! ମଇଦାନରେ ଘଟିଲା… ଭିଡିଓ ଭାଇରାଲ

ଚେନ୍ନାଇ,୭।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନରେ…

ଇତିହାସ ରଚିବା ପରେ ହଠାତ୍‌ ପଡ଼ିଆ ଛାଡ଼ିଦେଲେ ଇଶାନ କିଶାନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୯: ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ ତଥା ପୂର୍ବ ଜୋନର ଅଧିନାୟକ ଇଶାନ କିଶାନ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଜଣେ ମ୍ୟାଚ ବିଜେତା ଖେଳାଳି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri