ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ:ପ୍ରଭାବିତ ଟ୍ରକ୍‌ ମାଲିକଙ୍କୁ ସ୍ବତନ୍ତ୍ର କୋଟା ପ୍ରଦାନ ଦାବି

ଯାଜପୁର ଅଫିସ/କାଳିଆପାଣି(ଡି.ଏନ୍‌.ଏ.),୪-୯- ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦରୁ ଗତ ୨ସପ୍ତାହରୁ ଊର୍ଦ୍ଧ୍ୱ ହେବ ଯାଜପୁର କାଳିଆପାଣି କ୍ରୋମ୍‌ ଖଣିରୁ ପରିବହନ ଠପ୍‌ ହୋଇ ପଡ଼ିଛି। ଏଥିଯୋଗୁ ଟ୍ରକ୍‌ ମାଲିକ, ଶ୍ରମିକ, ବ୍ୟବସାୟୀ ପ୍ରମୁଖଙ୍କ ଦାନାପାଣି ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି। ଖଣିବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ଏକାଧିକଥର ଏହି ବିବାଦର ସମଧାନ ପାଇଁ ପଦକ୍ଷେପ ନିଆଯାଇଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଆସୁଥିବା ସୁକିନ୍ଦା ମିନେରାଲ୍ସ ଟ୍ରକ୍‌ ଆସୋସିଏଶନ ମଙ୍ଗଳବାର ସାମାନ୍ୟ ନରମି ଥିବା ଜଣାପଡିଛି। ଏହିକ୍ରମରେ କ୍ରୋମ ଖଣି ଉପତ୍ୟକାରେ ପ୍ରଭାବିତ ୫ଟି ପଞ୍ଚାୟତର ଟ୍ରକ୍‌ ମାଲିକମାନେ କ୍ରୋମ୍‌ ପରିବହନ କ୍ଷେତ୍ରରେ ୩୦ପ୍ରତିଶତ ସ୍ବତନ୍ତ୍ର କୋଟା ପ୍ରଦାନ କରିବାକୁ କାଳିଆପାଣି ଥାନା ଅଧିକାରୀଙ୍କ ଜରିଆରେ ଯାଜପୁର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ଆଇନକୁ ଲାଗୁ କରାଯାଉ, ହେଲେ ଏହି ସ୍ବତନ୍ତ୍ର ସୁବିଧା ଦେବାକୁ ସେମାନେ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ା ହେଲେ ଏହି ସ୍ବତନ୍ତ୍ର କୋଟା କ’ଣ ତାହା ସ୍ମାରକପତ୍ରରେ ଦର୍ଶାଯାଇ ନାହିଁ।
ସୂଚନାଯୋଗ୍ୟ ଯେ, କ୍ରୋମ୍‌ ଖଣିଜ ପଦାର୍ଥ ପରିବହନରେ ଦୀର୍ଘଦିନ ହେଲା ଅନିୟମିତା ଲାଗି ରହିଛି। ଏନେଇ କୁହିକା ଟ୍ରକ୍‌ ମାଲିକ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ଆଇନ ଲାଗୁ କରିବାକୁ ଦାବି କରିଥିଲେ। ହାଇକୋର୍ଟ ଏହାର ସପକ୍ଷରେ ରାୟ ପ୍ରକାଶ କରି ଯାଜପୁର ଜିଲାପାଳଙ୍କୁ ୪ସପ୍ତାହ ମଧ୍ୟରେ ବିବାଦର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ଜିଲାପାଳ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଥିବାବେଳେ ନିର୍ଦ୍ଧିଷ୍ଟ ଟ୍ରକ୍‌ ମାଲିକ ସଂଘର ବିରୋଧ ଏହି ବିବାଦକୁ ଆହୁରି ଘନୀଭୂତ କରିଛି। ପୂର୍ବରୁ ପରିବହନ କ୍ଷେତ୍ରରେ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାନମାନି ଜାରି ରହିଛି। ସିରିଏଲ ଚାନ୍ଦା ବାବାଦକୁ ୬ଚକିଆ ଟ୍ରକ୍‌ରୁ ୩୦ଟଙ୍କା ଲେଖାଏ ଦୈନିକ ୧୦୦୦ ଗାଡ଼ିରୁ ୩୦ହଜାର ଏବଂ ବର୍ଷକୁ ୮୬ଲକ୍ଷ ୪୦ହଜାର ଟଙ୍କା ଆଦାୟ ହୁଏ। ସେହିପରି ୧୨ ଓ ୧୪ ଚକିଆ ଗାଡିରୁ ୫୦ ଟଙ୍କା ହିସାବରେ ବର୍ଷକୁ ୨୮ ଲକ୍ଷ ୮୦ ହଜାର ଟଙ୍କା ଆଦାୟ କରାଯାଏ ା ଏହାବାଦ ଶ୍ରମିକ ପ୍ରାପ୍ୟ ବାବଦକୁ ବର୍ଷକୁ ପ୍ରାୟ ୨୬ କୋଟି ଟଙ୍କା ଆଦାୟ ହୋଇଥାଏ। ଅନ୍ୟପକ୍ଷେ ମାମୁଲି ନାମରେ ୧୨ ଓ ୧୪ ଚକିଆ ଗାଡ଼ିରୁ ବାର୍ଷିକ ପ୍ରାୟ ୨୩ କୋଟି ଟଙ୍କା ଆଦାୟ ହେଉଥିବା ଚର୍ଚ୍ଚା ହେଉଛି। ତେଣୁ ଶ୍ରମିକଙ୍କୁ ଆୟୁଧ କରି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲା ପ୍ରଶାସନର ନିଷ୍ପତ୍ତିକୁ ମିନେରାଲ ସଂଘ ବିରୋଧ କରି ଆସୁଛି। ମିନେରାଲସ୍‌ ସଂଘର କର୍ମକର୍ତ୍ତା ଯେଉଁ ଗାଡିକୁ ପରବହନ ପାଇଁ ମେସେଜ କରୁଛନ୍ତି ସେହି ଗାଡ଼ିରେ କ୍ରୋମ୍‌ ଲୋଡିଂ ହୋଇଥାଏ। ମାତ୍ର ରାହାଁସୋଲ, କଅଁସ, ଚିଙ୍ଗୁଡିପାଳ, କାଳିଆପାଣି ଓ କାଙ୍କଡ଼ପାଳ ପଞ୍ଚାୟତର ଶତାଧିକ ଟ୍ରକ ମାଲିକ ଓ ତାଙ୍କ ପରିବାର ଖଣି ଦ୍ୱାରା ପ୍ରଭାବିତ ହେଉଛନ୍ତି। ଏହି ମର୍ମରେ ମିନେରାଲ୍‌ସ ସଂଘ ପକ୍ଷରୁ ଜିଲାପାଳଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଖଣିଠାରୁ ମାତ୍ର ୨୦୦ରୁ ୫୦୦ମିଟର ବ୍ୟବଧାନରେ ସେମାନେ ବସବାସ କରୁଛନ୍ତି। ଖଣିରୁ ନିର୍ଗତ ବିଷାକ୍ତ ଧୂଳିଧୂଆଁରେ ସେମାନେ ଜର୍ଜରିତ। ପୁରୁଷପୁରୁଷ ଧରି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅନେକ ଅକାଳରେ ମୃତ୍ୟୁବରଣ କରୁଛନ୍ତି ା ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ କରି ଖଣ୍ଡେ ଖଣ୍ଡେ ଟ୍ରକ୍‌ କିଣିବା ସହ କ୍ରୋମାଇଟ ପରିବହନ କରି ପରିବାର ପୋଷଣ କରୁଛନ୍ତି । ସେହିପରି ବିଭିନ୍ନ ଖଣି ଖନନ ଓ ସମ୍ପ୍ରସାରଣ ପାଇଁ ହେଉଥିବା ପଲ୍ଲୀସଭା ଓ ଜନଶୁଣାଣିକୁ ସେମାନେ ପୂର୍ଣ୍ଣ ମାତ୍ରାରେ ସମର୍ଥନ ଦେଇ ଆସୁଛନ୍ତି। ଏଣୁ ଖଣି ପ୍ରଭାବିତ ଅଞ୍ଚଳ ଅଧୀନ ସବୁବର୍ଗର ସାଧାରଣ ଟ୍ରକ୍‌ ମାଲିକଙ୍କୁ ପ୍ରତ୍ୟେକ ଖଣିରୁ କ୍ରୋମ୍‌ ପରିବହନ କ୍ଷେତ୍ରରେ ଯଥାର୍ଥ ଭାବେ ସ୍ବତନ୍ତ୍ର କୋଟା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ସୋମବାର ଓ ମଙ୍ଗଳବାର ସରକାରୀ ଛୁଟି ରହିଥିବାରୁ କ୍ରୋମ ପରିବହନ ବିବାଦର ସମାଧାନ ହୋଇ ପାରି ନ ଥିବାରୁ ବୁଧବାର ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ସହରାଞ୍ଚଳରେ ଛୁଇଁନି ୮୦% ମତଦାନ

ଯାଜପୁର,୧୮ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର କୋରେଇ ଓ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇ ପ୍ରମୁଖ ସହର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ରହିଛି। ତେବେ ଗତ ୩...

ନେତାଙ୍କୁ ଅଡୁଆ ଅଧାପନ୍ତରିଆ କାମ

ଯାଜପୁର,୧୭ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନ ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ରଖି ବିଜୁ ସେତୁ ଯୋଜନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri