ଫାଣ୍ଡି ହେଲା ଥାନା, ସ୍ଥିତି ଯେମିତିକି ସେମିତି

ମୁରିବାହାଲ, ୪।୩ (ଡି.ଏନ୍‌.ଏ.) – ରାଜ୍ୟ ସରକାର ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଆଇନଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପୋଲିସ ସେବାକୁ କ୍ରିୟାଶୀଳ କରୁଛନ୍ତି। ନୂତନ ଥାନା ଓ ଫାଣ୍ଡି ଖୋଲା ଯାଉଛି। ଏହିକ୍ରମରେ ବଲାଙ୍ଗୀର ଜିଲା ମୁରିବାହାଲ ଫାଣ୍ଡିକୁ ୩ବର୍ଷ ତଳେ ଥାନାକୁ ଉନ୍ନୀତ କରାଯାଇଥିଲା। ଥାନା ମାନ୍ୟତା ପାଇବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା। ହେଲେ ଇତିମଧ୍ୟରେ ତିନିବର୍ଷ ବିତିଯାଇଥିଲେ ବି କୌଣସି ଭିତ୍ତିଭୂମିରେ ବିକାଶ ଘଟିଲା ନାହିଁ। ଫଳରେ ସ୍ଥିତି ପୂର୍ବରୁ ଯେମିତି ଥିଲା ସେମିତି ରହିଛି।
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପରେ ୨୦ ଡିସେମ୍ବର, ୨୦୧୬ରେ ୧୭ଗୋଟି ଗ୍ରାମପଞ୍ଚାୟତକୁ ନେଇ ରାଜ୍ୟ ସରକାର ମୁରିବାହାଲ ଫାଣ୍ଡିକୁ ଥାନାର ମାନ୍ୟତା ପ୍ରଦାନ କଲେ। ଏହି ଥାନା ଅଧୀନରେ ୧୩୦ଟି ଗ୍ରାମ ରହିଛି। ଏହା ସାଙ୍ଗକୁ ବ୍ଲକ, ତହସିଲ, ମେଡିକାଲ, କଲେଜ, କୃଷି ଉଦ୍ୟାନ, ପ୍ରାଣୀ ସମ୍ପଦ, ଶିକ୍ଷା ଅଫିସ, ୧୭ ଗୋଟି ବଜାର ଓ କେତେକ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ବି ରହିଛି। ଏକ ଥାନାର ଯାହା ସବୁ ଆନୁସଙ୍ଗିକ ବ୍ୟବସ୍ଥା ରହିବା କଥା, ତାହା ଏଠାରେ ଉପଲବ୍ଧ ହୋଇ ପାରିନାହିଁ। ଆବଶ୍ୟକ ପୋଲିସ ଅଧିକାରୀ ଓ କର୍ମଚାରୀ ଏଠାରେ ନ ଥିବାରୁ ଆଇନଶୃଙ୍ଖଳା ବଜାୟ ରଖିବା କାଠିକର ପାଠ ହେଉଥିବା ପରିଲକ୍ଷିତ ହେଉଛି। ବର୍ତ୍ତମାନ ଜଣେ ଥାନା ଅଧିକାରୀଙ୍କ ସହ ମଞ୍ଜୁରପ୍ରାପ୍ତ ୩ ସବ୍‌ଇନ୍ସପେକ୍ଟରଙ୍କ ମଧ୍ୟରୁ ୨ଜଣ କାର୍ଯ୍ୟରତ ଅଛନ୍ତି। ଗୋଟିଏ ପଦବୀ ଖାଲି ପଡିଛି । ସେହିପରି ୩ ଏଏସଆଇଙ୍କ ସ୍ଥାନରେ ୨ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ନୂଆ କରି ଖୋଲିଥିବା ଜେଏମଏଫସି କୋର୍ଟରେ ନିଯୁକ୍ତି ଦିଆଯାଇଛି । ସେହିପରି ୮ଜଣ କନଷ୍ଟେବଳଙ୍କ ସ୍ଥାନରେ ୫ଜଣ କାର୍ଯ୍ୟରତ ରହିଛନ୍ତି। ତନ୍ମଧ୍ୟରୁ ଥାନା ଭିଏଚ୍‌ଏଫ୍‌ ଓ କମ୍ପ୍ୟୁଟରରେ ୨ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।
କର୍ମଚାରୀ ଅଭାବଜନିତ ସମସ୍ୟା ଦେଇ ଗତି କରୁଥିବା ମୁରିବାହାଲ ଥାନାର ନୂତନ କୋଠା ଏଯାଏ ନିର୍ମିାଣ ହୋଇ ପାରିଲା ନାହିଁ। ୩ବର୍ଷ ହେଲା ପୁରୁଣା ଫାଣ୍ଡି ଗୃହରେ ଥାନା ଯାଇତାଇ ଚାଲିଛି । ଥାନାର କୋଠା, ଷ୍ଟାଫ କ୍ୱାର୍ଟର୍ସ ପାଇଁ ୨ବର୍ଷରୁ ଅଧିକ ସମୟ ହେଲା ୫ ଏକର ଜମି ଚିହ୍ନଟ ହୋଇ ସାରିଛି। ହେଲେ ଅବଧି ପର୍ଯ୍ୟନ୍ତ ଗୃହ ନିର୍ମାଣ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଅପରପକ୍ଷରେ କାର୍ଯ୍ୟରତ କର୍ମଚାରୀମାନେ ଷ୍ଟାଫ କ୍ୱାର୍ଟର୍ସ ନଥିବାରୁ ବଡ ଅସୁବିଧାର ସହ ବାହାରେ ରହି କାମ କରିବାକୁ ବାଧ୍ୟ ହେଉଛନ୍ତି। ପୁନଶ୍ଚ ହେଡକ୍ୱାର୍ଟର୍ସ ବାହାରେ ରହୁଥିବାରୁ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ କର୍ମଚାରୀ ଥାନାରେ ପହଞ୍ଚିବାରେ ସମସ୍ୟା ହେଉଛି। ଅନ୍ୟ ଏକ ଘଟଣାକ୍ରମରେ ଥାନାରେ ଜଣେ ମଧ୍ୟ ମହିଳା କନଷ୍ଟେବଳ ନଥିବାରୁ ଥାନାକୁ ଆସୁଥିବା ମହିଳାମାନେ ସେମାନଙ୍କ ଆପତ୍ତି, ଅଭିଯୋଗ ପରିପ୍ରକାଶ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ କଣ୍ଟାବାଞ୍ଜି ଏସ୍‌ଡିପିଓ ସରୋଜ କୁମାର ମହାପାତ୍ରଙ୍କୁ ପଚାରିବାରୁ ଏହି ସମସ୍ତ ବିଷୟକୁ ନେଇ ଜିଲା କର୍ତ୍ତୃପକ୍ଷ ଓ ସରକାରଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri