Posted inକଟକ

ଫାଇନ୍‌ ଦେଲେ, ସଚେତନ ହେଲେ

ଚୌଦ୍ୱାର,୨୫ା୩ (ଡି.ଏନ୍‌.ଏ): କରୋନା ଭୂତାଣୁକୁ ପ୍ରତିରୋଧ କରିବା ପାଇଁ ସାରା ବିଶ୍ୱ ସଚେତନତା ଉପରେ ଗୁରୁତ୍ୱ ଦେଇଛି। ସେହିପରି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆଗାମୀ ୨୧ଦିନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଘରୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି। ଏଥିନିମନ୍ତେ ସମସ୍ତ କମିଶନରେଟ ପୋଲିସଜୁ ସଜାଗ ରହିବା ସହ ଲୋକଙ୍କୁ ସଚେତନ କରାଇବା ଓ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ଚୌଦ୍ୱାର ପୋଲିସ ସକାଳ ୭ଟା ଠାରୁ ରାତି ୯ଟା ଫର୍ଯ୍ୟନ୍ତ ସହରର ୫୫ନଂ ଜାତୀୟ ରାଜପଥର ନୁନଟିକିରି ଛକଠାରୁ ଧୁମାବତୀ ପର୍ଯ୍ୟନ୍ତ ରାସ୍ତାରେ ଫୋର୍ସ ମୁତୟନ କରି କୌଣସି କାରଣ ନ ଥାଇ ପଦାକୁ ବାହାରିବା ଉପରେ ରୋକ୍‌ ଲଗାଇଛି। ଫଳରେ ସୋମବାର ଓ ମଙ୍ଗଳବାର ପୋଲିସ ପକ୍ଷରୁ ଥାନା ସମ୍ମୁଖରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଗାଡ଼ିକୁ ଯାଞ୍ଚ କରାଯାଇ ଫାଇନ କଟାଯାଇଥିଲା। ୧୭୯(୧) ନିୟମ ଅବମାନନା କରିଥିବା ଅଭିଯୋଗରେ ବିଭିନ୍ନ ବାଇକ ଚାଳଙ୍କଙ୍କଠାରୁ ପ୍ରାୟ ଲକ୍ଷାଧିକ ଟଙ୍କାର ଫାଇନ କଟାଯାଇଥିଲା ବୋଲି ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି। ଏହାକୁ ନେଇ କିଛି ସମୟ ପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲେ ହେଁ ସଚେତନତା ପାଇଁ ତଣ୍ଡ ଗଣିଲେ ସଚେତନ ହେବେ ବୋଲି ଚର୍ଚ୍ଚା ହୋଇଥିଲା। ବୁଧବାର ଚୌଦ୍ୱାର ସହର ଜନଶୂନ୍ୟ ହୋଇ ରହିଥିବା ଦେଖିବାକୁ ମିଳିଥିଲା। ସେହିପରି ପୋଲିସ ପକ୍ଷରୁ ବିଭିନ୍ନ ଗ୍ରାମାଞ୍ଚଳଗୁଡିକ ପ୍ରତି ନଜର ରଖାଯାଇ ଏକାଠି ନ ହେବା ସହ ଦୋକାନ ବଜାର ବନ୍ଦ ରଖିବା ପାଇଁ ଚେତାବନୀ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

କଟକ,୧୩।୭(ପ୍ରଭୁ କଲ୍ୟାଣ ପାଲ୍‌): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଆଜି…

ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ

କଟକ,୧୨ା୭: ମୁଣ୍ଡଳିରେ ପହଞ୍ଚିଛି ହୀରାକୁଦର ପ୍ରଥମ ବନ୍ୟାଜଳ। ଗତ ୯ ତାରିଖରେ ହୀରାକୁଦ ଜଳଭଣ୍ଡାର ତା’ର ୪ଟି ଗେଟ୍‌ ଖୋଲିଥିଲା। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri