ପ୍ରାଚୀ ଉପତ୍ୟକାରୁ ଶ୍ରୀକ୍ଷେତ୍ରକୁ ପଠାଗଲା ଫଳ: ଅଣସର ଘରେ ଲାଗିବ ଭୋଗ

କାକଟପୁର, ୨୫।୬(ଡି.ଏନ୍‌.ଏ.)-ସ୍ନାନପୂର୍ଣ୍ଣିମାରେ ସ୍ନାନ କରି ଶ୍ରୀକ୍ଷେତ୍ରର ଶ୍ରୀଜୀଉମାନେ ଜ୍ୱରରେ ପୀଡ଼ିତ ହୋଇ ଏବେ ଅଣସର ଘରେ ବିଶ୍ରାମ ନେଉଛନ୍ତି। ଦଇତାପତି ଏବଂ ପତିମହାପାତ୍ର ସେବକମାନେ ଗୁପ୍ତ ସେବାକରି ଶ୍ରୀଜୀଉମାନଙ୍କୁ ସୁସ୍ଥ କରିବାରେ ଲାଗି ପଡ଼ିଛନ୍ତି। ଅଣସର ସମୟରେ ଶ୍ରୀଜୀଉମାନଙ୍କ ପାଖରେ ଫଳମୂଳ, ବନୌଷଧି ଭୋଗ ଲାଗି କରାଯାଇଛି। ଏ ନେଇ ମଙ୍ଗଳବାର ପ୍ରାଚୀ ଉପତ୍ୟକାର ବିଶ୍ୱମିତ୍ର ଆଶ୍ରମ ଓ ଦେଉଳି ମଠ ପକ୍ଷରୁ ସଂଗୃହୀତ ଫଳ କଦଳୀ, ବେଲ, ପଣସ, ନଡିଆ, ପଇଡ, ସପୁରି, ଖଜୁରି କୋଳି, ଆମ୍ବ, ସେଓ ଆଦି ଏକ ଝୁଡିରେ ସଂକୀର୍ତ୍ତନକରି ଶ୍ରୀକ୍ଷେତ୍ର ପଠାଇଛନ୍ତି। ଅତୀତରେ ପ୍ରାଚୀ ନଦୀ ସୁନାବ୍ୟା ଥିବା ସମୟରେ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଘଞ୍ଚ ଜଙ୍ଗଲ ରହିଥିଲା। ପ୍ରାଚୀ ଉପତ୍ୟକା ସହିତ ଶ୍ରୀମନ୍ଦିରର ରହିଛି ନିବିଡ଼ ସମ୍ପର୍କ। ନବକଳେବର ସମୟରେ ଶ୍ରୀଜୀୟୁମାନଙ୍କ ଦାରୁ ସନ୍ଧାନରେ ଆସୁଥିବା ଦଇତା ପତି ଓ ପତି ମହାପାତ୍ର ସେବକମାନେ କାକଟପୁର ଆସି ମା’ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ପ୍ରାଚୀ ତଟ ମାଧବ ଗ୍ରାମର ପ୍ରଭୁ ମାଧବାନନ୍ଦ ଶ୍ରୀଜୀଉଙ୍କ ମାମୁଘର ବୋଲି ପ୍ରବାଦ ରହିଛି। ତେଣୁ ଅଣସର ସମୟରେ ପ୍ରଚୀତଟସ୍ଥ ମଠ, ମନ୍ଦିରମାନଙ୍କ ପକ୍ଷରୁ ଶ୍ରୀଜୀୟୁମାନଙ୍କ ପାଇଁ ଫଳ ଭାର ଓ ବନୌଷଧି ପଠାଯାଉଥିଲା। ଏହି ପରମ୍ପରା କ୍ରମେ ବନ୍ଦ ହୋଇଯାଇଥିବାବେଳେ ୨୦୧୦ରୁ କେତେଜଣ ସଂସ୍କୃତିପ୍ରେମୀ ପୁନଃ ପ୍ରଚଳନ କରିଛନ୍ତି। ପ୍ରତିବର୍ଷ ଦେଉଳିମଠ ଏବଂ ବିଶ୍ୱାମିତ୍ର ଆଶ୍ରମ ପକ୍ଷରୁ ଭକ୍ତମାନଙ୍କଠାରୁ ଫଳମୂଳ ସଂଗୃହିତ ହୋଇ ଶ୍ରୀକ୍ଷେତ୍ର ପଠାଯାଉଛି। ହତୀ ଆଖଡ଼ା ମଠର ମହନ୍ତ ସୁଖରାମ ଦାସ, ବିଶ୍ୱାମିତ୍ର ଆଶ୍ରମର ପରିଚାଳକ ରାମପ୍ରିତୀ ଦାସ, ଦେଉଳି ମଠର ପୂଜକ ମିତୁ ରଞ୍ଜନ ଦିକ୍ଷୀତ, ସଂସ୍କୃତିପ୍ରେମୀ ପଣ୍ଡିତ ତ୍ରିଲୋଚନ ମିଶ୍ର, କାଳୀପ୍ରାସଦ ସ୍ବାଇଁ, ଛବିନ୍ଦ୍ର ପାତ୍ର, ବାବା ଉଗ୍ରସେନ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଜଗନ୍ନାଥ ପ୍ରେମୀ ଫଳଭାରକୁ ଶ୍ରୀକ୍ଷେତ୍ର ନେଇ ଯାଇଛନ୍ତି। ସେଠାରେ ଶ୍ରୀମନ୍ଦିର ପ୍ରଶାସନକୁ ଏହି ଫଳଭାର ଅର୍ପଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରାରେ ଅଘଟଣ, ଖେଳୁଥବା ବେଳେ ଗାଡିଆରେ ବୁଡ଼ି ୩ବର୍ଷ ଶିଶୁର ମୃତ୍ୟୁ

ବୈଶିଙ୍ଗା,୧୬।୭(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମରେ ଗୁରୁବାର ପବିତ୍ର ରଥଯାତ୍ରା ଉପଲକ୍ଷେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିବା…

ଛେରାପହଁରା କରିବାକୁ ଆସିଥିଲେ ଉପଜିଲାପାଳ, ରଥ ଆଗରେ ଶୋଇ ପ୍ରତିବାଦ କଲେ ଭକ୍ତ

ନୟାଗଡ଼,୧୬ା୭(ଲୋକନାଥ ମିଶ୍ର): ରଥଯାତ୍ରାରେ ଛେରାପହଁରା ପରି ସେବାକୁ ଉପଜିଲାପାଳ କର୍ଣଦେବ ସମାଦାର କରିବା ପାଇଁ ଯିବାବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପ୍ରତିବାଦରେ ରଥ ସମ୍ମୁଖରେ ଭକ୍ତ ଶାନ୍ତିପୂର୍ଣ୍ଣ…

ଇସ୍ରୋରେ ଚହଳ! ୧୦୦ ବୈଜ୍ଞାନିକଙ୍କ ଇସ୍ତଫା, ଚାକିରି ଛାଡ଼ିବା ନିୟମ ବଦଳାଇଲେ ସରକାର

ନୂଆଦିଲ୍ଲୀ,୧୬।୭: ଇସ୍ରୋର ୧୦୦ ବୈଜ୍ଞାନିକ ଇସ୍ତଫା ଦେବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଭାରତ ସରକାର । ଇସ୍ତଫା ଏବଂ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି।…

ନବନିର୍ମିତ ବିଦ୍ୟାଳୟ ଗୃହ ଶୁଭ ଉଦଘାଟନ: ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ

କେସିଙ୍ଗା,୧୬।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ପୋଷ୍ଟ ଅଫିସ ପାଶ୍ୱର୍ର୍ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଗୃହରେ ମୁଖ୍ୟ ଅତିଥି ଭାବେ…

ସତରେ କ’ଣ ସାପ ଶତ୍ରୁଙ୍କଠାରୁ ପ୍ରତିଶୋଧ ନେଇଥାଏ? ସତକଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାପ ବିଶ୍ୱର ସବୁଠାରୁ ବିଷାକ୍ତ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ସାପକୁ ଦେଖିବା ମାତ୍ରେ ଯେ କେହି ଭୟରେ ଥରି ଉଠେ। ସାରା ବିଶ୍ୱରେ ତିନି ହଜାରରୁ ଅଧିକ…

ମମତାଙ୍କୁ ଶକ୍ତ ଝଟ୍‌କା: ଆଉ ଜଣେ ଟିଏମସି ରାଜ୍ୟ ସଭା ଏମପି ଦେଲେ ଇସ୍ତଫା, କାରଣ….

କୋଲକାତା,୧୬ା୭: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି । ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଏବଂ ପଶ୍ଚିମବଙ୍ଗର ଟିଏମସି ରାଜ୍ୟ ସଭା ଏମପି କୋଏଲ…

ଜନଜାତିଙ୍କ ନିଆରା ପରମ୍ପରା: ରଥାରୂଢ଼ ହେଲେ ତିନି ଠାକୁର, ଏମ୍‌ପିଙ୍କ ଛେରାପହଁରା ପରେ ଗଡ଼ିଲା ରଥ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଦୁର୍ଗମ ଗବାଟବାଡ଼ି ଗ୍ରାମରେ ଗୁରୁବାର ରଥଯାତ୍ରା ବହୁ ଆଡ଼ମ୍ବର ତଥା ଜନଜାତିଙ୍କ ସଂସ୍କୃତି ପରମ୍ପରାରେ ପାଳିତ…

ହିନ୍ଦୁ ଛାତ୍ରଙ୍କୁ କଲମା ପଢ଼ାଇଲେ ଶିକ୍ଷକ, ଅଭିଭାବକ ସ୍କୁଲରେ ପଶି କଲେ….

ହାଇଦ୍ରାବାଦ,୧୬ା୭: ହାଇଦ୍ରାବାଦର ସଇଦାବାଦ ଅଞ୍ଚଳର ଏକ ଘରୋଇ ସ୍କୁଲରେ ବିବାଦ ଦେଖାଦେଇଛି । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ହିନ୍ଦୁ ଛାତ୍ରଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri