ପ୍ରାକୃତିକ ବିପର୍ଯ୍ୟୟଠାରୁ ବଳିଯାଉଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର, ୯।୭ (ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାର କାରଣ ହୋଇଛି। ପ୍ରତିବର୍ଷ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏପରି କି ଏହା ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁଠାରୁ ମଧ୍ୟ ଢେର ଅଧିକ। ଗତ ୩ ବର୍ଷରେ ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ୬୨୨୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଡ଼କ ଦୁର୍ଘଟଣାରେ ଗତ ୨ ବର୍ଷ ମଧ୍ୟରେ ୧୯ ହଜାର ଲୋକଙ୍କର ଜୀବନ ଯାଇଛି। ଏହି ସମୟରେ ୯ ଲକ୍ଷ ୩୮ ହଜାର ଲୋକ ଆହତ ହୋଇଛନ୍ତି।
୨୦୧୭ ତୁଳନାରେ ୨୦୧୮ରେ ରାଜ୍ୟରେ ୧୧ ପ୍ରତିଶତ ଦୁର୍ଘଟଣା ବୃଦ୍ଧି ପାଇଥିବା ବେଳେ ଜାନୁୟାରୀରୁ ମେ’ ମାସ ମଧ୍ୟରେ ୨୦୧୮ ତୁଳନାରେ ୨୦୧୯ ସଡ଼କ ଦୁର୍ଘଟଣା ହାର ୧୧.୭୯ ପ୍ରତିଶତ ବୃଦ୍ଧି ପାଇଛି। ଯେଉଁଠିକି ଜାତୀୟ ହାର ରହିଛି ମାତ୍ର ୦.୬ ପ୍ରତିଶତ। ଗଞ୍ଜାମ, ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, ଅନୁଗୋଳ, ସମ୍ବଲପୁର, ବାଲେଶ୍ୱର, କୋରାପୁଟ ଏବଂ ଢେଙ୍କାନାଳ ଆଦି ୧୨ଟି ଜିଲାରେ ସର୍ବାଧିକ ବ୍ୟକ୍ତିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ୨୦୧୭ରେ ଏହି ଜିଲାଗୁଡିକରେ ୪୭୯୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୮ରେ ୫୩୧୫ ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୮ରେ ଗଞ୍ଜାମ ଜିଲାରେ ସର୍ବାଧିକ ୪୦୪ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ୩୭୪, ଖୋର୍ଦ୍ଧା ୩୪୬, କଟକ ୩୪୧, କେନ୍ଦୁଝର ୩୧୬, ଯାଜପୁର ୨୬୦, ମୟୂରଭଞ୍ଜ ୨୫୯, ଅନୁଗୋଳ ୨୫୮, ସମ୍ବଲପୁର ୨୩୫, ବାଲେଶ୍ୱର ୨୨୮ ଏବଂ କୋରାପୁଟ ଜିଲାରେ ୨୦୨ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ହାର କମାଇବାକୁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି, ସେନେଇ ଜୁଲାଇ ୩୧ ତାରିଖ ସୁଦ୍ଧା ସୁପ୍ରିମକୋର୍ଟଙ୍କ କମିିଟି ନିକଟରେ ରାଜ୍ୟ ସରକାର ରିପୋର୍ଟ ଦେବେ। ତେଣୁ ଆସନ୍ତା ୧୫ ତାରିଖ ସୁଦ୍ଧା ଏ ନେଇ ରିପୋର୍ଟ ଯୋଗାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ, ଜିଲାପାଳ, ଏସ୍‌ପି, ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତା ଦୁର୍ଘଟଣା ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ବିଭିନ୍ନ ରାଜ୍ୟରେ ହେଉଥିବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ରାଧାକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ପ୍ରତିବର୍ଷ ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁ ପୂର୍ବବର୍ଷଠାରୁ ୧୦ ପ୍ରତିଶତ ହ୍ରାସ କରିବାକୁ କମିଟି ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଥିଲା। ମାତ୍ର ବିଡ଼ମ୍ବନାର ବିଷୟ, ଓଡ଼ିଶାରେ ଏହି ମୃତ୍ୟୁହାର କମିବା ବଦଳରେ ବୃଦ୍ଧି ପାଇଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ରେ ଦେଶରେ ୧ ଲକ୍ଷ ୪୯ ହଜାର ଦୁର୍ଘଟଣା ଘଟିଥିବା ବେଳେ ଓଡ଼ିଶାରେ ୫୩୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ୫ ହଜାରରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁ ଦୁର୍ଘଟଣା ହାର ବଢୁଛି। ୨୦୧୯ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ୧୩୦୮ ଜଣ ମଦ୍ୟପ ଗାଡ଼ି ଚାଳକଙ୍କୁ ଧରାଯାଇଥିବା ବୈଠକରେ ସୂଚନା ଦିଆଯାଇଛି। କଟକ ଓ ଭୁବନେଶ୍ୱର ରାଜ୍ୟ ରାଜପଥର ପିତାପଲ୍ଲି ଠାରୁ ଜଗତପୁର ମଧ୍ୟରେ ୨୧ଟି ସ୍ଥାନରେ ବ୍ଲକସ୍ପଟ୍‌ ଚିହ୍ନଟ କରାଯାଇଛି। ଏହିସବୁ ସ୍ଥାନରେ ସାଇଜେନ ବ୍ୟବସ୍ଥା କରିବା, ମୁମ୍ବାଇ-ପୁନେ ଜାତୀୟ ରାଜପଥ ଢାଞ୍ଚାରେ ଖୋର୍ଦ୍ଧାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଦୁର୍ଘଟଣା ରୋକିବା, ଭାରିଯାନଗୁଡିକ ଆବଶ୍ୟକତାଠାରୁ ଅଧିକ ପରିମାଣରେ ସାମଗ୍ରୀ ପରିବନ ନ କରିବା, ରାଜ୍ୟର ସମସ୍ତ ଜିଲା ସଦର ମହକୁମାରେ ଷ୍ଟୁଡେଣ୍ଡ ଟ୍ରାଫିକ ଭଲ୍ୟୁଣ୍ଟିୟର ବ୍ୟବସ୍ଥା ଲାଗୁ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।
ଅଜଣା ଗାଡ଼ି ଧକ୍କାରେ କୌଣସି ବ୍ୟକ୍ତି ଗୁରୁତର ଆହତ କିମ୍ବା ମୃତ ହେଲେ ଆହତ ବ୍ୟକ୍ତି ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ। ମୃତ ବ୍ୟକ୍ତିଙ୍କୁ ୨ ଲକ୍ଷ ଏବଂ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବେ। ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଯଦି ଧରା ନ ପଡ଼େ, ସେ କ୍ଷେତ୍ରରେ ଏହି କ୍ଷତିପୂରଣ ସରକାର ନିଜେ ବହନ କରିବେ। ଏଥିପାଇଁ ରାଜ୍ୟ ସରକାର ୫ କୋଟି ଟଙ୍କାର ଏକ ସୋଲାଟିୟମ ପାଣ୍ଠି ଯୋଜନା ଆରମ୍ଭ କରିଛନ୍ତି। ସୋମବାର ସଚିବାଳୟଠାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ପ୍ରଥମ ବୈଠକ ଶେଷରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ଜି. ଶ୍ରୀନିବାସ। ୨୦୧୦ ସୁଦ୍ଧା ମୃତ୍ୟୁହାର ୫୦ ପ୍ରତିଶତ କମାଇବା ଓ ପ୍ରତିବର୍ଷ ପୂର୍ବବର୍ଷ ତୁଳନାରେ ୧୦ ପ୍ରତିଶତ କମାଇବା ଲକ୍ଷ୍ୟରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ଦୁର୍ଘଟଣାଗ୍ରସ୍ତ ଛାତ୍ର ଆଶୀର୍ବାଦ ବସ୍ତିଆଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଆର.କେ. ଶର୍ମା, କୃଷି ଉତ୍ପାଦନ କମିଶନର ଗଗନ ଧଳ, ପରିବହନ କମିଶନର ଅନିଲ ସାମଲ, ପରିବହନ ବିଭାଗ ସ୍ବତନ୍ତ୍ର ସଚିବ ମନୋରଞ୍ଜନ ମିଶ୍ର, ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି, ବସ୍‌ ମାଲିକ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri