ପ୍ରସ୍ତାବିତ ତୈଳଭଣ୍ଡାରକୁ ବିରୋଧ

ଓଡାପଡା,୨୪ା୨(ଡି.ଏନ.ଏ) ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ସଦାଶିବପୁର ପଞ୍ଚାୟତ ତେନ୍ତୁଳିଆପଡା ଓ ରସାସିଂ ଅଞ୍ଚଳରେ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ୍‌)ର ପ୍ରସ୍ତାବିତ ତୈଳ ଭଣ୍ଡାରକୁ ଶନିବାର ଜୋରଦାର ବିରୋଧ କରାଯାଇଛି। ସଦାଶିବପୁର, ଗୁଣଦେଇ ଓ ଗଦାଶିଳା ପଞ୍ଚାୟତର ବହୁ ଲୋକେ ପସାସିଂ ଗ୍ରାମ ନିକଟରେ ଏ ନେଇ ଏକ ପ୍ରତିବାଦ ସଭା କରିଥିଲେ।
ଜିଲା ପରିଷଦର ପୂର୍ବତନ ସଭାପତି ରେବତୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବରିଷ୍ଠ କୃଷକ ନେତା ତଥା କୃଷକ ଆନ୍ଦୋଳନର ଆବାହକ ଲିଙ୍ଗରାଜ ଯୋଗଦେଇ ଏହି ପ୍ରକଳ୍ପକୁ ବିରୋଧ କରିବା ସହ ଏହା ଚାଷୀ, ଚାଷ, ହାତୀ ଓ ଅଞ୍ଚଳବାସୀଙ୍କ ପାଇଁ ଅନେକ ଅସୁବିଧା ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ। ସାମାଜିକ କର୍ମୀ ପ୍ରଶାନ୍ତ କୁମାର ମିଶ୍ର, ସରୋଜ କୁମାର ଶତପଥୀ, ଜୟନ୍ତ କୁମାର ଧଳ, ଶେଖରଚନ୍ଦ୍ର ସେଠି, ଅନ୍ତର୍ଯ୍ୟାମୀ ବରାଳ, ଗୋଲକ ବିହାରୀ ମହାନ୍ତି, ପ୍ରମିଳା ଜେନା, ଲକ୍ଷ୍ମଣ କବି, ସଦାଶିବପୁର ସମିତି ସଭ୍ୟା ଧରିତ୍ରୀ ମଲିକ ପ୍ରମୁଖ ସ୍ଥାନୀୟ ଅଞ୍ଚଳର ସମସ୍ୟା ପ୍ରତି ଗୁରୁତ୍ୱ ନ ଦେଇ ଜନବସତି ନିକଟରେ ଏଭଳି ଏକ ପ୍ରକଳ୍ପ ନିର୍ମାଣ ନିଷ୍ପତ୍ତିର ତୀବ୍ର ନିନ୍ଦା କରିଥିଲେ। ପ୍ରସ୍ତାବିତ ଅଞ୍ଚଳ ହାତୀ ଚଲାପଥ ହୋଇଥିବାରୁ ସେଠାରେ ପାଚେରି ନିର୍ମାଣ କଲେ ହାତୀପଲ ପଥ ହୁଡିବା ସହ ଗ୍ରାମାଭିମୁଖୀ ହୋଇ ଧନଜୀବନ ହାନି କରିବାର ସମ୍ଭାବନା ରହିଛି। ଉକ୍ତ ପ୍ରକଳ୍ପ ଏକ ଉପତ୍ାଦନମୂଳକ ପ୍ରକଳ୍ପ ହୋଇ ନ ଥିବାରୁ କମ୍ପାନୀ କର୍ତ୍ତୃପକ୍ଷ ନିଯୁକ୍ତି ପ୍ରଦାନ ନେଇ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରିବ ନାହିଁ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ଏହି ପ୍ରକଳ୍ପ ପାଇଁ ଜାନୁୟାରୀ ୩୧ରେ ରସାସିଂ ଓ ତେନ୍ତୁଳିଆପଡା ଗ୍ରାମରେ ହୋଇଥିବା ଗ୍ରାମସଭା ଜୋର ଜବରଦସ୍ତ ଓ ଏକତରଫା ଭାବେ କରାଯାଇଥିବାରୁ ତାହାକୁ ରଦ୍ଦ କରିବା ପାଇଁ ସେମାନେ ଦୃଢ଼ ଦାବି ଜଣାଇଥିଲେ। ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଥିଲା। ନିର୍ମଳ କୁମାର ଜେନା ଧନ୍ୟବାଦ ଦେଇଥିବା ବେଳେ ବାମଦେବ ପରିଡା, ସୁଶୀଳ ପରିଡା ଓ ଅଜିତ ବେହେରା ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri