ପ୍ରଶ୍ନ ଘେରରେ ପିଏମ୍‌ କେୟାର୍ସ

ନୂଆଦିଲ୍ଲୀ,୧୧ା୫: କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଜାରି ହୋଇଥିତ୍ବା ଲକ୍‌ଡାଉନ୍‌ ଯୋଗୁ ବ୍ୟବସାୟିକ କାରବାର ପ୍ରାୟ ହେଉନାହିଁ କହିଲେ ଚଳେ। ଏଭଳି ସମୟରେ ଆର୍ଥିକ କ୍ଷତିରେ ଚାଲୁଥିବା କମ୍ପାନୀଗୁଡ଼ିକ ଛଟେଇ ସହ ନିଜ କର୍ମଚାରୀଙ୍କ ଦରମା ମଧ୍ୟ କାଟଛାଣ୍ଟ କରୁଛନ୍ତି। ଏହାସତ୍ତ୍ୱେ କମ୍ପାନୀଗୁଡ଼ିକ ପିଏମ୍‌ କେୟାର୍ସ ପାଣ୍ଠିକୁ ବିପୁଳ ଅର୍ଥ ଦାନ କରୁଛନ୍ତି। ଏହି ଅର୍ଦ୍ଧ-ଘରୋଇ ରିଲିଫ୍‌ ଫଣ୍ଡର ଯାଞ୍ଚ ହେବ ନାହିଁ ବୋଲି ଏପରି କରାଯାଉଥିବା କୁହାଯାଉଛି। ନିଜର ତଥାକଥିତ ଦୁର୍ଦ୍ଦିନ ସମୟରେ କମ୍ପାନୀଗୁଡ଼ିକ ଏହି ରିଲିଫ୍‌ ଫଣ୍ଡକୁ ଏତେ ପରିମାଣର ଡୋନେଶନ ଦେବା କର୍ପୋରେଟ୍ସ ଓ କର୍ମଚାରୀଙ୍କ ମଧ୍ୟରେ ଅନାସ୍ଥା ଭାବ ସୃଷ୍ଟି କରିଛି। ପିଏମ୍‌ କେୟାର୍ସ କୌଣସି ଉତ୍ତରଦାୟିତ୍ୱର ପରିଧି ମଧ୍ୟରେ ଆସୁ ନ ଥିବାରୁ ଏହା ସରକାର ଓ କମ୍ପାନୀଗୁଡ଼ିକର କେଉଁ ଉଦ୍ଦେଶ୍ୟକୁ ସାଧିତ କରିବ ବୋଲି କେତେକ ମହଲରେ ପ୍ରଶ୍ନ ଉଠିଲାଣି।
କୋଭିଡ୍‌-୧୯ର ମୁକାବିଲା ପାଇଁ ନବଗଠିତ ପିଏମ୍‌ କେୟାର୍ସ ରିଲିଫ ଫଣ୍ଡକୁ ବିପୁଳ ପରିମାଣର ଡୋନେଶନ ଆସିବାରେ ଲାଗିଛି। ସେଲିବ୍ରିଟି, ଟାଇକୁନ, ମଧ୍ୟବିତ୍ତ ପ୍ରଫେସନାଲ ଓ ଶିଳ୍ପପତିମାନେ ଏହି ପାଣ୍ଠିକୁ ଦାନ କରୁଛନ୍ତି। ଆର୍ଥିକ ଅନଟନ ଯୋଗୁ କମ୍ପାନୀ ଚଳାଇ ହେଉନାହିଁ ବୋଲି କହୁଥିବା ମାଲିକମାନେ କାହିଁକି ଏପରି କରୁଛନ୍ତି ବୋଲି କେତେକ ମହଲରେ ପ୍ରଶ୍ନ ଉଠିଲାଣି। କିୟୋର ଡଟ୍‌ ଫିଟ୍‌ କଥା ବିଚାର କରାଯାଉ। ମେ ୪ ତାରିଖରେ ଏହି ଫିଟ୍‌ନେସ୍‌ ଷ୍ଟାର୍ଟଅପ୍‌ ପ୍ରାୟ ୮୦୦ କର୍ମଚାରୀଙ୍କୁ ଛଟେଇ କରିବା ସହ ଅନେକ ଫିଟନେସ୍‌ ସେଣ୍ଟରକୁ ମଧ୍ୟ ବନ୍ଦ କରିଦେଇଥିଲା। ଏହି କମ୍ପାନୀ ଛଟେଇ ହୋଇଥିବା କର୍ମଚାରୀଙ୍କ ପାଇଁ ଆପାତକାଳୀନ ପାଣ୍ଠିରେ ୨ କୋଟି ଟଙ୍କା ବା ୨୬୦,୦୦୦ ଡଲାରର ବ୍ୟବସ୍ଥା କରିଥିବାବେଳେ ପିଏମ୍‌ କେୟାର୍ସ ଓ ଅନ୍ୟ ରିଲିଫ ଫଣ୍ଡଗୁଡ଼ିକୁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇ ବଦାନ୍ୟତା ଦେଖାଇଛି। ସେହିପରି ନିକଟରେ ଫେସ୍‌ବୁକ୍‌ ଓ ଆମେରିକାର ପ୍ରାଇଭେଟ ଇକ୍ୱିଟି କମ୍ପାନୀ ସିଲ୍‌ଭର ଲେକ୍‌ ଭାରତର ଅନ୍ୟତମ ବୃହତ୍‌ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ପୁଞ୍ଜିନିବେଶ କରିଛନ୍ତି। ଏହାପରେ ମୁକେଶ ଅମ୍ବାନୀଙ୍କ ଏହି କମ୍ପାନୀ ନିଜ ହାଇଡ୍ରୋକାର୍ବନ ବ୍ୟବସାୟର କର୍ମଚାରୀମାନଙ୍କ ଦରମା କାଟ କରିବା ସହ ପ୍ରଦର୍ଶନ ଆଧାରରେ ଦେୟକୁ ସ୍ଥଗିତ ରଖିଛି। ଏହାସତ୍ତ୍ୱେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପିଏମ୍‌ କେୟାର୍ସକୁ ୫୦୦ କୋଟି ଟଙ୍କା ଡୋନେଶନ ଦେଇଛି। ଏଭଳି ସ୍ଥିତିରେ କମ୍ପାନୀଗୁଡ଼ିକ ନିଜ ଷ୍ଟାଫ୍‌ଙ୍କ ପ୍ରତି ଚୁକ୍ତି ଅନୁସାରେ ଦାୟିତ୍ୱ ତୁଲାଇବା ପରିବର୍ତ୍ତେ ରିଲିଫ୍‌ ଫଣ୍ଡକୁ ସ୍ବେଚ୍ଛାକୃତ ଭାବେ ଏତେ ମାତ୍ରାରେ ଅର୍ଥ ଦାନ କରିବା ନେଇ ସେମାନେ ବିସ୍ମିତ ହେବା ସ୍ବାଭାବିକ।
କମ୍ପାନୀଗୁଡ଼ିକ ପକ୍ଷରୁ ପିଏମ୍‌ କେୟାର୍ସ ପାଣ୍ଠିକୁ ଦିଆଯାଉଥିବା ଅର୍ଥକୁ ସେମାନଙ୍କର ବାର୍ଷିକ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌)ର ଅଂଶ ଭାବେ ଆଇନତଃ ହିସାବ କରାଯିବ ବୋଲି କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏଫ୍‌ଏକ୍ୟୁରେ ଦର୍ଶାଯାଇଛି। ବର୍ତ୍ତମାନର ପରୀକ୍ଷଣ ସମୟରେ କମ୍ପାନୀଗୁଡ଼ିକ ସରକାରୀ କଳକୁ ଦାନ କରିବା ଜରୁରୀ ହୋଇଥିବାବେଳେ ସିଏସ୍‌ଆର୍‌ର ନେଟ୍‌ ଆର୍ଥିକ ବୋଝ ପରୋକ୍ଷ ଭାବେ କର୍ମଚାରୀଙ୍କ ମୁଣ୍ଡରେ ପଡ଼ୁଥିବା ଭଳି ମନେହେଉଛି। କର୍ପୋରେଟ୍‌ ହାଉସ୍‌ଗୁଡ଼ିକ ନିଜ ଷ୍ଟାଫ୍‌ଙ୍କ ଅର୍ଥ ଉପଯୋଗ କରି ସିଏସ୍‌ଆର୍‌ ଉତ୍ତରଦାୟିତ୍ୱରୁ ମୁକୁଳିବା ପାଇଁ ମହାମାରୀକୁ ବ୍ୟବହାର କରୁଛନ୍ତି କି ବୋଲି ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ।
କେବଳ କମ୍ପାନୀ ଓ ଷ୍ଟାର୍ଟଅପ୍‌ଗୁଡ଼ିକର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠୁନାହିଁ, ବରଂ ପିଏମ୍‌ କେୟାର୍ସ ପାଣ୍ଠି ମଧ୍ୟ ସନ୍ଦେହ ଘେରକୁ ଟାଣି ହୋଇଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏହି ଫଣ୍ଡର ଉଦ୍ଦେଶ୍ୟ ହେଉଛି ଜରୁରୀ ସମୟରେ ଜନସ୍ବାସ୍ଥ୍ୟ, ବିପର୍ଯ୍ୟୟ, ଅନଟନ ବେଳେ ଡୋନେଶନକୁ କାର୍ଯ୍ୟରେ ଲଗାଯିବ। ସେହିପରି ସ୍ବାସ୍ଥ୍ୟସେବା ସୃଷ୍ଟି ଓ ଏହାର ଉନ୍ନତୀକରଣ ତଥା ଏସମ୍ପର୍କିତ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରଭାବିତ ଲୋକଙ୍କୁ ଅନୁଦାନ ବା ରିହାତି ଆକାରରେ ଆର୍ଥିକ ସହାୟତା ପ୍ରଦାନ ମଧ୍ୟ ଏହି ପାଣ୍ଠିରୁ କରାଯିବ ବୋଲି ଏଥିରେ ବ୍ୟବସ୍ଥା ରହିଛି। ୧୯୪୮ରେ ଗଠନ କରାଯାଇଥିବା ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ଫଣ୍ଡ (ପିଏମ୍‌ଏନ୍‌ଆର୍‌ଏଫ୍‌) ଭଳି ପିଏମ୍‌ କେୟାର୍ସର ଉଦ୍ଦେଶ୍ୟ ରହିଛି। ତେବେ ପିଏମ୍‌ଏନ୍‌ଆର୍‌ଏଫ୍‌ର ଉଦ୍ଦେଶ୍ୟ ଜାତୀୟ ସ୍ତରର ସମସ୍ତ ପ୍ରକାର ଦୁଃଖ ଦୁର୍ଦ୍ଦଶା ବେଳେ ପାଣ୍ଠି ବିନିଯୋଗ କରିବା ହୋଇଥିବାବେଳେ ଏହି ଦୁଇ ପାଣ୍ଠିରେ ଦୁଇଟି ବଡ଼ ପାର୍ଥକ୍ୟ ରହିଛି। ପ୍ରଥମତଃ ଦାନଭିତ୍ତିକ ଫଣ୍ଡ ପିଏମ୍‌ କେୟାର୍ସ ପାର୍ଲାମେଣ୍ଟ ଦ୍ୱାରା ପ୍ରଣୀତ କୌଣସି ଆଇନ ବଳରେ ଗଠନ କରାଯାଇନାହିଁ। ଏପରି କି ଏହା ଭାରତର କନ୍‌ସୋଲିଡେଟେଡ୍‌ ଫଣ୍ଡ ବା ସରକାରଙ୍କ ମୁଖ୍ୟ ବ୍ୟାଙ୍କ ଆକାଉଣ୍ଟର ଅଂଶ ମଧ୍ୟ ନୁହେଁ। ପିଏମ୍‌ କେୟାର୍ସ ଫଣ୍ଡ ଏକ ସାମ୍ବିଧାନିକ ବା ସରକାରୀ ଫଣ୍ଡ ନୁହେଁ, ବରଂ ଅର୍ଦ୍ଧଘରୋଇ ପାଣ୍ଠି। ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ହୋଇଥିବାବେଳେ ପ୍ରତିରକ୍ଷା, ସ୍ବରାଷ୍ଟ୍ର ଓ ଅର୍ଥମନ୍ତ୍ରୀମାନେ ଟ୍ରଷ୍ଟି ଅଛନ୍ତି। ପିଏମ୍‌ଏନ୍‌ଆର୍‌ଏଫ୍‌ ମଧ୍ୟ ଏକ ଅର୍ଦ୍ଧଘରୋଇ ପାଣ୍ଠି ହୋଇଥିଲେ ହେଁ ଇଣ୍ଡିଆନ୍‌ ଟ୍ରଷ୍ଟିଜ୍‌ ଆକ୍ଟର ଧାରା ୧୯ ଅଧୀନରେ ଦେଶର କୌଣସି ନାଗରିକ ଏହାର ପରିଚାଳନା ସମ୍ପର୍କରେ ଯାଞ୍ଚ କରିପାରିବେ।
ଅନ୍ୟପକ୍ଷରେ ପିଏମ୍‌ କେୟାର୍ସ ଫଣ୍ଡକୁ ‘ଇଣ୍ଡିପେଣ୍ଡେଣ୍ଟ ଅଡିଟର୍ସ’ଙ୍କ ଦ୍ୱାରା ଯାଞ୍ଚ କରାଯାଇ ପାରିବ ବୋଲି ଏଥିରେ ପ୍ରସ୍ତାବ ରହିଛି। ତେବେ ଯେଉଁ ସ୍ବାଧୀନ ସମୀକ୍ଷକ ଏହି ପାଣ୍ଠିର ଯାଞ୍ଚ କରିବେ ସେ ଅଧ୍ୟକ୍ଷ ଓ ଟ୍ରଷ୍ଟିମାନଙ୍କ ଦ୍ୱାରା ହିଁ ନିଯୁକ୍ତ ହେବେ। ଅର୍ଥାତ୍‌ ଏହି ସ୍ବାଧୀନ ସମୀକ୍ଷକଙ୍କ ନିରପେକ୍ଷତା ବା ସ୍ବାଧୀନତା ଉପରେ ମଧ୍ୟ ବିରାଟ ପ୍ରଶ୍ନବାଚୀ ରହୁଛି। ପିଏମ୍‌ଏନ୍‌ଆର୍‌ଏଫ୍‌କୁ ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ଯାଞ୍ଚ କରିଥାଆନ୍ତି ଏବଂ ତଦାରଖ ସମ୍ପର୍କିତ ରିପୋର୍ଟ ମଧ୍ୟ ସାର୍ବଜନୀନ ହୋଇଥାଏ। ଆଲୋଚନା ସାପେକ୍ଷ ପ୍ରଶ୍ନଟି ହେଉଛି ପିଏମ୍‌ଏନ୍‌ଆର୍‌ଏଫ୍‌ ଥାଉ ଥାଉ ବିନା କୌଣସି ଆଇନ ପ୍ରଣୟନରେ ଏକ ଛଦ୍ମ ଘରୋଇ ଏବଂ ସିଏଜିଙ୍କ ପରିସର ବହିର୍ଭୂତ ପାଣ୍ଠି କାହିଁକି ଗଠନ କରାଗଲା?


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri