ପ୍ରଶାସନ କଲାନି, ଛାତ୍ରମାନେ କଲେ ରାସ୍ତା ମରାମତି

ଅତାବିରା, ୫।୭ (ଡି.ଏନ.ଏ.)-ବରଗଡ ଜିଲା ଅତାବିରା ବ୍ଲକ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ନାଇକେନପାଲି ଶ୍ରୀରାମନଗର ରାସ୍ତାକୁ ଶେଷରେ ଛାତ୍ରମାନେ ମରାମତି କରିଛନ୍ତି। ଏହି ରାସ୍ତାକୁ ମରାମତି କରିବା ପାଇଁ ଗ୍ରାମବାସୀ ବର୍ଷେ ହେଲା ପ୍ରଶାସନକୁ ଜଣାଇ ଆସୁଥିବାବେଳେ କୌଣସି ସୁଫଳ ମିଳି ନ ଥିଲା । ବର୍ଷାରେ ରାସ୍ତା ସାରା କାଦୁଅ ହୋଇ ଯାଇଥିବାରୁ ସ୍କୁଲ, କଲେଜକୁ ପଢ଼ିବାକୁ ଯାଉଥିବା ଛାତ୍ରୀଛାତ୍ରମାନେ ଅସୁବିଧା ଭୋଗୁଥିଲେ। ରାସ୍ତାର ଶୋଚନୀୟତା ଦେଖି ନାଇକେନପାଲି ଗ୍ରାମର ତୃତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନେ ଗୁରୁବାର ହାତରେ କୋଡି, କୋଦାଳ, ଡାଲାଭାର ଧରି ୧ କିମି ରାସ୍ତାର ମରାମତି କରିଥିଲେ। ଏ ନେଇ କାଦୋବାହାଲ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ବେହେରାଙ୍କୁ ପଚରାଯିବାରୁ ରାସ୍ତା ନିର୍ମାଣ କରିବା ପାଇଁ ଆଉ ପଞ୍ଚାୟତକୁ ଅନୁଦାନ ଆସୁନାହିଁ। ଅସ୍ଥାୟୀ ଭାବେ ପଞ୍ଚାୟତ ଫଣ୍ଡରୁ ମରାମତି କରାଯିବ ବୋଲି ସେ କହିଥିଲେ। ସେହିପରି ଗତବର୍ଷ ଉକ୍ତ ରାସ୍ତାରେ ୫୦ ଟ୍ରିପ୍‌ ମାଟି ଓ ବାଲି ପକାଯାଇଥିବା ସରପଞ୍ଚ ପଦ୍ମଳୟା କଲେତ କହିଛନ୍ତି। ଏ ସମ୍ପର୍କରେ ବିଡିଓ ପ୍ରଣବ କୁମାର ଚାନ୍ଦଙ୍କୁ ପଚରାଯିବାରୁ ତୁରନ୍ତ ରାସ୍ତା ମରାମତି ଓ ନିର୍ମାଣ କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥନୈତିକ ସମ୍ପର୍କ ବଢ଼ାଇବାକୁ ଭାରତ, ଦକ୍ଷିଣ କୋରିଆ ରାଜି

ନୂଆଦିଲ୍ଲୀ,୨୧ା୪ (ପି.ଟି.): ଭୂରାଜନୈତିକ ଅସ୍ଥିରତା ଦୃଷ୍ଟିରୁ ବାଣିଜ୍ୟ କ୍ଷେତ୍ରରେ ବାଧା ବଢ଼ୁଥିବାବେଳେ ଭାରତ ଏବଂ ଦକ୍ଷିଣ କୋରିଆ ସେମାନଙ୍କ ବାଣିଜି୍ୟକ ଚୁକ୍ତିକୁ ଅପ୍‌ଗ୍ରେଡ କରିବା ଲାଗି ଆଲୋଚନା…

ବିସ୍ଫୋରକ ଶତକ ମାରି ବଡ଼ ରେକର୍ଡ କଲେ ତିଲକ ବର୍ମା: ଆଇପିଏଲ ଇତିହାସରେ…

ମୁମ୍ବାଇ,୨୦।୩: ତିଲକ ବର୍ମାଙ୍କ ବିସ୍ଫୋରକ ଶତକ ଏବଂ ନମନ ଧୀରଙ୍କ ଦୃଢ଼ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ସୋମବାର ଅନୁଷ୍ଠିତ ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ…

ପାଇନ ଜଙ୍ଗଲରେ ନିଆଁ: ନିଦରେ ଶୋଇଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୪ (ଅରୁଣ ସାହୁ):ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଗୁଳଗୁଳି ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଜଙ୍ଗଲରେ ନିଆଁ ଲାଗିବାରୁ…

ସିଜିମାଳିରେ କର୍ପୋରେଟ ପାଇଁ ସରକାରୀ ଦମନଲୀଳା: ଆଦିବାସୀଙ୍କ ଜଳ-ଜଙ୍ଗଲ ଜମି ହକ ପାଇଁ ଏକଜୁଟ ହେଲେ ଏମ୍‌ପି

ଥୁଆମୂଳ ରାମପୁର, ୨୦।୪ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଏବଂ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ସିଜିମାଳି ପାହାଡ଼ ଏବେ ଅଶାନ୍ତ ହୋଇପଡ଼ିଛି। ବେଦାନ୍ତ କମ୍ପାନୀ ପାଇଁ…

ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଗର୍ଭବତୀ କଲେ ୬୫ ବର୍ଷୀୟ ବୃଦ୍ଧ, ଥାନାରେ ପହଞ୍ଚି ସବୁ ସତ ବଖାଣିଲେ…

ମୋହନା,୨୦।୪( ମନ୍ମଥ ମିଶ୍ର ) : ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ କଲେ ଗର୍ଭବତୀ ୬୫ ବର୍ଷୀୟ ବୃଦ୍ଧ । ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି…

ମୋଦିଙ୍କ ଗସ୍ତ ପୂର୍ବରୁ ଅଘଟଣ: କାର୍ଯ୍ୟକ୍ରମ ବାତିଲ ଘୋଷଣା

ଜୟପୁର,୨୦।୪: ରାଜସ୍ଥାନର ବାଲୋତ୍ରା ଜିଲାର ପାଚପଦରା ରିଫାଇନାରୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରିଫାଇନାରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ…

ଜନଗଣନା ସର୍ଭେ କରିବାକୁ ଯାଇଥିଲେ ଶିକ୍ଷକ, ଘେରିଗଲେ ମହୁମାଛି: ଆଉ ତା’ପରେ…

ନୂଆପଡ଼ା,୨୦ା୪ (ମକାରୁ ବେମାଲ):ଜନଗଣନା ସର୍ଭେ କାର୍ଯ୍ୟରେ ନିୟୋଜିତ ଜଣେ ଶିକ୍ଷକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତ ଶିକ୍ଷକ…

ଗଞ୍ଜାମରେ ଏହି ଦିନଠୁ ସ୍କୁଲ ଛୁଟି ଘୋଷଣା: ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଛତ୍ରପୁର ୨୦।୪(ଦିଲ୍ଲୀପ ସାମଲ ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri