ପ୍ରଶାସନିକ ଅବହେଳା, ଅଧାରେ ପଡ଼ିଛି ଆବାସ

କୁନ୍ଦୁରା,୨୨ା୨(ଡି.ଏନ୍‌.ଏ.)
କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଗରିବ ହିତାଧିକାରୀଙ୍କ ପାଇଁ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ପ୍ରଶାସନିକ ଅବହେଳା ଯୋଗୁ ୨୦୧୮-୧୯ରେ ଶତାଧିକ ଗୃହ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ବ୍ଲକର ୧୬ଟି ପଞ୍ଚାୟତରେ ଗ୍ରାମସଭା ଓ ପଲ୍ଲୀସଭା ଦ୍ୱାରା ଚୟନ ଏବଂ ଏସ୍‌ଇସିସି ତାଲିକାରେ ଥିବା ହିତାଧିକାରୀଙ୍କୁ ଆବାସ ଦିଆଯାଉଥିଲେ ମଧ୍ୟ ସେମାନଙ୍କୁ ପ୍ରଶାସନ ଠିକ୍‌ ସମୟରେ ଟଙ୍କା ଦେଉ ନ ଥିବାରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନ ଥିବା ଜଣାପଡ଼ିଛି। କୁନ୍ଦୁରା ବ୍ଲକ ପଖନାଗୁଡ଼ା ଗ୍ରାମର କେତେକ ହିତାଧିକାରୀ ବାରମ୍ବାର ଆବେଦନ କରିବା ସତ୍ତ୍ୱେ ସେମାନଙ୍କୁ ଏଯାବତ୍‌ ଆବାସ ମିଳୁ ନ ଥିବା ବିଡିଓ ସ୍ନେହପ୍ରଭା ମାଝିଙ୍କୁ ଅଭିଯୋଗ କରାଯାଇଛି। ଲିମା ପଞ୍ଚାୟତ ଗୁଣ୍ଠାଗୁଡା ଗ୍ରାମର ସନସାଇ ପରଜା ୫୦୦ ଟଙ୍କା ଲାଞ୍ଚ ନ ଦେବାରୁ ୨୦୧୭ ଜୁନ୍‌ର ଆବାସ ଗୃହ ଏ ଯାଏଁ ସମ୍ପୂର୍ଣ୍ଣ ହୋଇନାହିଁ। ତାଙ୍କୁ ଆବାସ କାର୍ଯ୍ୟାଦେଶ ମିଳିବାର କିଛି ଦିନ ପରେ ଜଣେ ସରକାରୀ କର୍ମଚାରୀ ୫ହଜାର ଟଙ୍କା ମାଗିଥିଲେ। ସନସାଇ ଦେଇ ନ ପାରିବା ଯୋଗୁ କୁନ୍ଦୁରା ବ୍ୟାଙ୍କ ସନ୍‌ସାଇଙ୍କ ଜମାଖାତାରେ ଥିବା ଆବାସ ବାବଦୀୟ ପ୍ରଥମ କିସ୍ତିକୁ ଅଟକାଇ ଦିଆଯାଇଥିଲା। ଏ ବିଷୟରେ ତତ୍କାଳୀନ ବିଡିଓ ବିଜୟାନନ୍ଦ ସେଠୀଙ୍କୁ ଭଲ ଭାବେ ଜଣାଥିବା ସତ୍ତ୍ୱେ ମଧ୍ୟ ଉକ୍ତ ଟଙ୍କାକୁ ସନସାଇଙ୍କୁ ଦିଆଯାଇ ନ ଥିଲା। ସେହିଭଳି ଅଗଷ୍ଟ ୨୦୧୯ରେ କୁନ୍ଦୁରା ବ୍ଲକକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯୪୩ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ୨୦୨୦ ଫେବୃୟାରୀ ସୁଦ୍ଧା ୬୧୫ଟି ସରିଛି। ବିଜୁ ପକ୍କାଘର ଯୋଜନାରେ ୧୦ଟି ପଞ୍ଚାୟତର ୩୪ ଜଣ ହିତାଧିକାରୀଙ୍କୁ ୨୦ ଅଗଷ୍ଟ ୨୦୧୯ରେ କାର୍ଯ୍ୟାଦେଶ ଦିଆଯାଇଥିଲା। ସେଥିମଧ୍ୟରୁ ୨୦୨୦ ଫେବୃୟାରୀ ସୁଦ୍ଧା ମାତ୍ର ୨୨ଟି ସରିଛି ା ଅନେକ ହିତାଧିକାରୀଙ୍କ ୯୫ ଦିନର ଟଙ୍କା ମଧ୍ୟ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଦିଆଯାଇ ନ ଥିବା ମିଳିତ ଜନଶୁଣାଣି ଶିବିରରେ ଅଭିଯୋଗ ହୋଇଥିଲା ା ଏହି ସବୁ କାର୍ଯ୍ୟଗୁଡ଼ିକୁ କୋରାପୁଟ ପ୍ରକଳ୍ପ ନିର୍ଦ୍ଦେଶକ ବ୍ଲକସ୍ତରୀୟ ଅଧିକାରୀଙ୍କୁ ବାରମ୍ବାର ତାଗିଦ କରୁଥିବା ସତ୍ତ୍ୱେ ମଧ୍ୟ ଗରିବ ହିତାଧିକାରୀଙ୍କ କଥା ଶୁଣିବାକୁ ପ୍ରଶାସନ ନାରାଜ ା ଏହାକୁ ନେଇ ବ୍ଲକ କାର୍ଯ୍ୟରେ ଆସିଥିବା ରାଣୀଗୁଡ଼ା ସରପଞ୍ଚ ସୁଭଦ୍ରା ଭୂମିଆ ଓ ପଖନାଗୁଡ଼ା ସରପଞ୍ଚ କହିଛନ୍ତି ଯେ, ଗ୍ରାମପଞ୍ଚାୟତସ୍ତରରୁ ଗରିବ ହିତାଧିକାରୀଙ୍କ ଆବାସ ଆବେଦନ ପାଖପାଖି ୫ଶହଟି ଦିଆଯାଇଥିବା ବେଳେ ସେଥିମଧ୍ୟରୁ ଅର୍ଦ୍ଧାଧିକ କୁଆଡ଼େ ଗାଏବ ହୋଇଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ରାମନବମୀ ଅବସରରେ ମୋଟର ସାଇକେଲ ରାଲିରେ ଦୁଇ ରାଜନୈତିକ ଦଳର ସମର୍ଥକ ଶ୍ରେୟ ନେବା ପ୍ରୟାସ

ପଟ୍ଟାଙ୍ଗି,୧୭।୦୪(ଶରତ ଧଳ)ସାରା ରାଜ୍ୟରେ ରାମନବମୀକୁ ନେଇ ରାମ ଓ ହନୁମାନ ମନ୍ଦିର ମାନଙ୍କରେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଯୁବ ଗୋଷ୍ଠୀଙ୍କ କ୍ଷେତ୍ରରରେ ଏହାକୁ ନେଇ...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri