ପ୍ରତ୍ୟକ୍ଷ ଦର୍ଶନ ଦିଅନ୍ତି ବାଲୁଙ୍କେଶ୍ୱର

ବରୀ,୨୨।୨: ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବାଲିବିଲି ଗ୍ରାମରେ ରହିଛନ୍ତି ବାଲୁଙ୍କେଶ୍ୱର ମହାଦେବ। ଏହି ମହାଦେବଙ୍କୁ ଭକ୍ତି ବିଶ୍ୱାସ ଓ ବିନମ୍ରତାର ସହିତ ପୂଜାର୍ଚ୍ଚନା କରି ନିଜକୁ ସମର୍ପିତ କରିଦେଲେ ପ୍ରତ୍ୟେକ୍ଷ ଦର୍ଶନ ମିଳିଥାଏ ବୋଲି ଗ୍ରାମବାସୀଙ୍କର ବିଶ୍ୱାସ ରହିଛି। ଏହି ବିଶ୍ୱାସ ବଳରେ ବହୁ ଦୂରାରୋଗ୍ୟରୁ ରୋଗୀ ମୁକ୍ତି ପାଇଛନ୍ତି। ସର୍ପାଘାତର ଶିକାର ହୋଇଥିବା କେତେଜଣଙ୍କୁ ନୂତନ ଜୀବନ ମିଳିପାରିଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅବସରପ୍ରାପ୍ତ ଅଧ୍ୟକ୍ଷ ଗୋକୁଳାନନ୍ଦ ପତି କହିଛନ୍ତି। ୧୮ ତାରିଖରୁ ଏହି ପୀଠରେ ଦଶମ ବାର୍ଷିକୋତ୍ସବ ପାଳନ କରାଯାଉଛି। କଳସଯାତ୍ରା, ଅଙ୍କୁରାରୋପଣ, ଯଜ୍ଞ, ମହାପ୍ରସାଦ ସେବନ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଗୁରୁବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଶୁକ୍ରବାର ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଯଜ୍ଞକୁଣ୍ଡରେ ସମାଜର ମଙ୍ଗଳ ପାଇଁ ୬୦ କେଜିରୁ ଊର୍ଦ୍ଧ୍ୱ ଘୃତାହୂତି କରାଯାଇଛି। ୩ଦିନ ଧରି ଚାଲିଥିବା ଯଜ୍ଞରେ ପଣ୍ଡିତ ରାମଚନ୍ଦ୍ର ପଣ୍ଡା, ଉପେନ୍ଦ୍ର କଣ୍ଠ, ପ୍ରବୀର ମିଶ୍ର, ଗୋକୁଳାନନ୍ଦ ପତି ପ୍ରମୁଖ ଉପସ୍ଥିତ ରହି ଯଜ୍ଞ ପରିଚାଳନା କରିଥିଲେ। ଏହି ଉତ୍ସବରେ ଦୈନନ୍ଦିନ ଶହଶହ ସଂଖ୍ୟାରେ ଭକ୍ତ ଉପସ୍ଥିତ ରହି ନୈବେଦ୍ୟର ମହାର୍ଘ୍ୟ ଅର୍ପଣ କରିବା ସହିତ ପ୍ରଭୁ ବାଲୁଙ୍କେଶ୍ୱରଙ୍କ ପାଖରେ ଶୁଭ ମନାସିଛନ୍ତି। ଏନେଇ ଏକ ଲୋକକଥା ରହିଛି। ଶୁଣାଯାଏ, ଏଠାରେ ଏକ ବାଲିହୁଙ୍କା ଥିଲା। ଏହି ବାଲିହୁଙ୍କା ଉପରେ ସ୍ଥାନୀୟ ଗାଁର ଏକ ଗାଈ ଆସି ଠିଆହୁଏ। ତା କ୍ଷୀର ସବୁ ଏହି ବାଲିହୁଙ୍କାରେ ଝରିଯାଇଥାଏ। ଗୋପାଳ ଜଣଙ୍କ ଗାଈ କାହିଁକି କ୍ଷୀର ଦେଉନାହିଁ ଭାବି ଦିନେ ଗାଈକୁ ଜଗିଥିଲେ। ଗାଈ ଆସି ପୂର୍ବଭଳି ବାଲିହୁଙ୍କା ପାଖରେ ଠିଆ ହୋଇଥିଲା। ସେଠାରେ ତା କ୍ଷୀର ସବୁ ଆପେଆପେ ଝରି ପଡୁଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ପ୍ରଘଟ ହୋଇଯିବାରୁ ବାଲିହୁଙ୍କାକୁ ଗ୍ରାମବାସୀଙ୍କ ପକ୍ଷରୁ ଖୋଳା ଯାଇଥିଲା। ୬/୭ ଫୁଟ ଖୋଳିଲା ପରେ ସେଠାରେ ଏକ ବିରାଟକାୟ ଲିଙ୍ଗ ଦେଖିବାକୁ ମିଳିଲା। ସେହିଦିନଠାରୁ ବାଲିବିଲି, ଅଲିପୁର, ଭବାନିପୁର ଗ୍ରାମର ଲୋକେ ବାଲୁଙ୍କେଶ୍ୱର ମହାଦେବଙ୍କ ନାମରେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଥିଲେ। ପ୍ରଥମେ ଏକ ଚାଳିଆଘର କରାଯାଇଥିଲାବେଳେ ୨୦୦୦ ମସିହାରୁ ସ୍ଥାୟୀ ମନ୍ଦିର ନିର୍ମାଣ କରାଯାଇ ୨୦୦୯ରେ ମନ୍ଦିର ପ୍ରତିଷ୍ଠା ଉସତ୍ବ ପାଳନ କରାଯାଇଥିଲା। ସେହିଦିନଠାରୁ ମହାଦେବଙ୍କ ବାର୍ଷିକ ଉତ୍ସବ ରୀତିନିତୀ ଅନୁଯାୟୀ କରାଯାଉଛି। ସନ୍ତାନ, ବ୍ୟାଧି ଗ୍ରହରିଷ୍ଟ ଖଣ୍ଡନ ପାଇଁ ଏଠାରେ ମାନସିକ କରି ପୂଜାର୍ଚ୍ଚନା କରାଯାଇଥାଏ। ଏହି ଗ୍ରାମର ରୁଞ୍ଜଚରଣ ବେହେରା (୬୦)ଙ୍କୁ ଏକ ବିଷଧର ସର୍ପ କାମୁଡିଥିଲାବେଳେ ଏଠାରେ ଅଧିଆ ପଡି ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ସେହିଦିନଠାରୁ ରୁଞ୍ଜ ସବୁବେଳେ ବାଲୁଙ୍କେଶ୍ୱରଙ୍କ ବେଢାରେ ବସି ରହିଥାନ୍ତି। ପ୍ରତ୍ୟେକଦିନ ଏଠାରେ ଭକ୍ତ ମନସ୍କାମନା ପୂରଣ ପାଇଁ ରୁଦ୍ରାଭିଷେକ କରିବା ସହିତ ଗୁଆ ବସାଇଥାନ୍ତି ବୋଲି ପୂଜକମାନେ କହିଛନ୍ତି। ଏଥିନିମନ୍ତେ ଶ୍ରୀଧର ମିଶ୍ର, ଶ୍ରୀପତି ମିଶ୍ର, ଶ୍ରୀକର ମିଶ୍ର ପ୍ରମୁଖ ସ୍ଥାୟୀ ପୂଜକଭାବେ ନିଯୁକ୍ତି ପାଇଛନ୍ତି। ୨୮ ଡିସିମିଲ ଜାଗାରେ ମହାଦେବଙ୍କ ବେଢା ରହିଛି। ଏନେଇ ଏକ ମନ୍ଦିର କମିଟି ଗଠନ କରାଯାଇଛି। ଏହାର ସଭାପତି ଗୋକୁଳାନନ୍ଦ ପତି ରହିଥିଲାବେଳେ ବନୋଜ କୁମାର ସାମଲ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି। ମହାଶିବରାତ୍ରି ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଏଠାରେ ଲାଗି ରହିବ। ତେଣୁ ଏନେଇ କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି। ବାଲୁଙ୍କେଶ୍ୱର ଯୁବକ ସଂଘ ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ରହିଥିବା ସଂଘ ପକ୍ଷରୁ ପ୍ରଦୀପ ମହାରଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri