ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ: ୨୪ରେ ଦେବଗଡ଼ ବନ୍ଦ ଡାକରା

ଦେବଗଡ଼,୨୨ା୭(ଡି.ଏନ୍‌.ଏ.): ଦେବଗଡ଼ ପୌରାଞ୍ଚଳ ମାର୍କେଟ ତଥା ବିଭିନ୍ନ ୱାର୍ଡରେ ପୌରପରିଷଦ ପକ୍ଷରୁ ହେଉଥିବା ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧକରି କିଛି ବ୍ୟବସାୟୀଙ୍କ ଦ୍ୱାରା ସ୍ଥାନୀୟ ଗୋପାଲଜୀ ମନ୍ଦିରରେ ଗତ ୧୯ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏ ନେଇ ଏକ ଅସ୍ଥାୟୀ କମିଟି ଗଠନ କରାଯାଇ ସଭାପତି ଭାବରେ ଶୁଶୀଲ କୁମାର କପରଦାର, ଉପସଭାପତି ଆଲୋକ କୁମାର ଅମାନ୍ତ, ସମ୍ପାଦକ ରାଜକିଶୋର ଦାଶ, ସହସମ୍ପାଦକ ସୁବ୍ରତ ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ସୁଧୀର କୁମାର ବ୍ରହ୍ମାଙ୍କୁ ମନୋନୀତ କରାଯାଇଥିଲା। ବୈଠକରେ ପୌରପରିଷଦର ଉଚ୍ଛେଦ ପ୍ରକ୍ରିୟାକୁ ନିନ୍ଦା କରାଯାଇଥିବା ବେଳେ ଆସନ୍ତା ୨୪ ତାରିଖରେ ୨୪ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା ପାଇଁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ପୂର୍ବରୁ ଥିବା ଜିଲା ବଣିକ ସଂଘକୁ ବାତିଲ କରିବା ସହ ଅସ୍ଥାୟୀ ଭାବେ ନୂତନ କର୍ମକର୍ତ୍ତା ମନୋନୀତ କରାଯିବ। ଅତ୍ୟାବଶ୍ୟକ ସେବା ଔଷଧ ଦୋକାନ ଓ ଜାତୀୟ ରାସ୍ତାକୁ ବାଦ୍‌ଦେଇ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ, ବ୍ୟବସାୟ ପ୍ରତିଷ୍ଠାନ ଆଦି ବନ୍ଦ ରହିବାକୁ ନୂତନ ସଂଘ ପକ୍ଷରୁ କୁହାଯାଇଛି। ସୋମବାର ସ୍ଥାନୀୟ ଗୋପାଲଜୀ ମନ୍ଦିରରେ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ୧୫୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri