ପ୍ରବାସୀ ଓଡ଼ିଆଙ୍କୁ ନେଇ ପହଞ୍ଚିବ ସ୍ବତନ୍ତ୍ର ଟ୍ରେନ: ଜଗନ୍ନାଥପୁର ଷ୍ଟେଶନରେ ଗଞ୍ଜାମ ଜିଲାପାଳ, ଏସ୍‌ପିଙ୍କ ଅନୁଧ୍ୟାନ

ଛତ୍ରପୁର,୨ା୫(ଡି.ଏନ୍‌.ଏ.): କେରଳ, ସୁରଟ ଓ ବାଙ୍ଗାଲୁରରୁ ୩ଟି ସ୍ବତନ୍ତ୍ର ଟ୍ରେନରେ ପ୍ରବାସୀ ଓଡ଼ିଆମାନେ ଫେରୁଛନ୍ତି। କେରଳରୁ ବାହାରିଥିବା ଏର୍ନାକୁଲମ ଜଙ୍କଶନ- ଭୁବନେଶ୍ୱର ଶ୍ରମିକ ସ୍ପେସିଆଲ ଟ୍ରେନ ରବିବାର ସକାଳ ୫ଟାରୁ ୬ ଟା ମଧ୍ୟରେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନ ଠାରେ ଅଟକିବ। ସେଠାରେ ଦକ୍ଷିଣ ଓଡିଶାର ଯଥା, ଗଞ୍ଜାମ ଜିଲାର ୧୩୧ ଜଣ, କନ୍ଧମାଳର ୩୫୩, ବୌଦ୍ଧର ୬ ଜଣ, ରାୟଗଡାର ୧୭, ନବରଙ୍ଗପୁର ଜିଲାର ୩ ଏବଂ କୋରାପୁଟର ଜଣେ ଜଗନ୍ନାଥପୁର ଷ୍ଟେଶନରେ ଓହ୍ଲାଇବେ। ଅନ୍ୟମାନେ ଖୋର୍ଦ୍ଧା ଜଙ୍କଶନରେ ସକାଳ ସାଢ଼େ ୮ଟାରୁ ସାଢ଼େ ୯ଟା ମଧ୍ୟରେ ଓହ୍ଲାଇବେ ବୋଲି ଜଣାପଡିଛି। ଘରବାହୁଡ଼ାମାନଙ୍କର ସ୍କ୍ରିନିଂ ପରେ ସେମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯିବ । ଶନିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରୟ, ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ପ୍ରମୁଖ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri