ପ୍ରଦର୍ଶନୀ ପଡ଼ିଆ ସମ୍ମୁଖ ରାସ୍ତାରେ ଭିଡ଼ ଅସମ୍ଭାଳ

ଭୁବନେଶ୍ୱର,୩।୨(ବ୍ୟୁରୋ): ସ୍ମାର୍ଟ ସିଟିରେ ଦିନକୁଦିନ ଟ୍ରାଫିକ୍‌ ସମସ୍ୟା ଜଟିଳ ହେବାରେ ଲାଗିଛି। ଏବେ କମିଶନରେଟ୍‌ ପୋଲିସ ପକ୍ଷରୁ କଳ୍ପନାରୁ ରାଜମହଲ ମୁଖ୍ୟରାସ୍ତା ସମେତ ବାପୁଜୀ ନଗର ବଜାରରେ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଥିବାବେଳେ ଏହା ଉପରେ ପୂରା ଫୋକସ୍‌ ଦେଉଛି। ଏପଟେ କିନ୍ତୁ ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଜାମ୍‌ ଭିତରେ ଘଣ୍ଟା ଘଣ୍ଟା ଫସି ରହି ନାନା ହଟହଟା ହେଉଛନ୍ତି ଲୋକେ। ପ୍ରଦର୍ଶନୀ ପଡ଼ିବା ସମ୍ମୁଖ ରାମ ମନ୍ଦିରରୁ ୧୧ ତାଲା ଛକ ରାସ୍ତାରେ ଅସମ୍ଭାଳ ଭିଡ଼ ହେଉଛି। ଫଳରେ ୨/୩ ମିନିଟ୍‌ର ରାସ୍ତାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। ଏବେ ପ୍ରଦର୍ଶନୀ ପଡ଼ିବାରେ ଦୁଇଟି ବଡ଼ ମେଳା ଚାଲିଛି। ଆଦିବାସୀ ମେଳା ଓ ହସ୍ତତନ୍ତ ମେଳା ପାଇଁ ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗିରହୁଥିବା ଜଣାପଡ଼ିଛି। ସ୍ଥିତି ଏପରି ହୋଇଛି ଯେ ନିୟୋଜିତ ଟ୍ରାଫିକ୍‌ ପୋଲିସ ଓ ସୁରକ୍ଷା କର୍ମୀ ନାକେଦମ୍‌ ହୋଇପଡୁଛନ୍ତି।
ବାରମ୍ବାର ଘଟିଲାଣି ଦୁର୍ଘଟଣା
ମେଳା ସମୟରେ ଟ୍ରାଫିକ୍‌ ପରିଚାଳନା ଠିକ୍‌ ରହୁ ନ ଥିବାରୁ ଗାଡ଼ିମୋଟର ମନଇଚ୍ଛା ଚଳାଚଳ କରୁଛି। ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି। ରବିବାର ସନ୍ଧ୍ୟାରେ ମେଳା ଦେଖିବାକୁ ଆସିଥିବା ଲୋକେ ରାସ୍ତା ପାର୍‌ ହେଉଥିବା ସମୟରେ ଏକ କାର ମାଡ଼ି ଯାଇଥିଲା। କାର ଧକ୍କାରେ ଜଣେ ଶିଶୁ ତଳେ ପଡ଼ିଯିବା ସହ ତାଙ୍କ ମୁଣ୍ଡ ମାଡ଼ ହୋଇଥିଲା। ଏପରି ଲୋକେ ଭୟ ଓ ଆଶଙ୍କା ଭିତରେ ଯାଉଛନ୍ତି। ଦୁର୍ଘଟଣା କେତେବେଳେ ବି ଜୀବନ ନେଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ରାସ୍ତା ଉପରେ ଗାଡ଼ି ପାର୍କିଂ, ବିଏମ୍‌ସି ଷ୍ଟାଣ୍ଡ
ରାସ୍ତା ଉପରେ ଗାଡ଼ି ପାର୍କିଂ କରାଯିବା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ସବୁଠୁ ବଡ଼ କଥା ହେଲା ଭିଆଇପି କିମ୍ବା ଅତିଥିମାନେ ମେଳାକୁ ଆସିଲେ ସେମାନଙ୍କ ଗାଡ଼ି ରାସ୍ତା ଉପରେ ରଖାଯାଉଛି। ସେହିଭଳି ଗୋଟିଏ ପାର୍ଶ୍ୱରେ ରାସ୍ତା ଉପରକୁ ମାଡ଼ି ଗାଡ଼ି ପାର୍କିଂ ଷ୍ଟାଣ୍ଡ କରାଯାଇଛି। ନିୟୋଜିତ କର୍ମଚାରୀମାନେ ଗାଡ଼ି ପାର୍କିଂ ଫି’ ରଖି ବିଏମ୍‌ସି ରସିଦ୍‌ ଧରାଉଛନ୍ତି। ଫଳରେ ରାସ୍ତା ସଂକୁଚିତ ହେବା ସହ ଟ୍ରାଫିକ ଜାମ୍‌ ଲାଗି ରହୁଛି। ଅନେକ ସମୟରେ ଏହାକୁ ନେଇ ଉତ୍ତେଜନା ଦେଖାଦେଉଛି। ଭିଭିଆଇଙ୍କ ଗାଡ଼ିକୁ ନ ହଟାଇ ସାଧାରଣ ଲୋକଙ୍କୁ ବାରଣ କରୁଥିବାରୁ ପୋଲିସ ସହ ମୁହାଁମୁହିଁ ହେଉଛନ୍ତି। ଶେଷରେ ପୋଲିସ ଚୁପ୍‌ ରହୁଥିବାରୁ ଲୋକେ ଯିଏ ଯେଉଁଠି ପାରିଲେ ଗାଡ଼ି ରଖି ଚାଲିଯାଉଥିବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ୁଛି।
ଉଠା ଦୋକାନୀଙ୍କ ଅଧା କବ୍‌ଜା
ରାସ୍ତାଟି ଅଧିକ ଓସାର ହୋଇଥିଲେ ମଧ୍ୟ ସବୁବେଳେ ଦୁଇପାର୍ଶ୍ୱରେ ଉଠା ଦୋକାନୀ ଓ ବୁଲା ବେପାରୀ ପସରା ମେଲାଉଛନ୍ତି। ମେଳା ସମୟରେ ଏହି ବ୍ୟବସାୟୀଙ୍କ ସଂଖ୍ୟା ବଢ଼ିଯାଉଛି। ସେମାନେ ଫୁଟ୍‌ପାଥ୍‌ ସହ ରାସ୍ତାକୁ କବ୍‌ଜା କରି ରହୁଥିବାରୁ ଗାଡ଼ିମୋଟର ଚଳାଚଳ ଓ ଲୋକଙ୍କ ଯାତାୟାତା ବାଧାପ୍ରାପ୍ତ ହେଉଛି। ଏଥିପ୍ରତି ନା ପାଲିସ ଅବା ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି।

କଟକଣା ମାନୁନାହାନ୍ତି : ଟ୍ରାଫିକ୍‌ ଡିସିପି

ଟ୍ରାଫିକ୍‌ ଜାମ୍‌ ଦୂର ପାଇଁ ରାମମନ୍ଦିରରୁ ବୁଦ୍ଧ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ିମୋଟର ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ତଥାପି ଟ୍ରାଫିକ୍‌ ସମସ୍ୟା ସୃଷ୍ଟିହୋଇ ଲୋକେ ହୀନସ୍ତା ହେବା ଏହାର ପରିଚାଳନାରେ ତ୍ରୁଟି ଥିବା କୁହାଯାଉଛି। ଏ ନେଇ ଟ୍ରାଫିକ୍‌ ଡିସିପି ସାଗରିକା ନାଥ କହିଛନ୍ତି, ଉକ୍ତ ରାସ୍ତାକୁ ଓ୍ବାନ୍‌ ଓ୍ବେ କରାଯାଇଛି। ତଥାପି ଲୋକେ ମାନୁନାହାନ୍ତି। ତେଣୁ ମେଳା ଶେଷହେବା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଗାଡି ଚଳାଚଳ ବନ୍ଦ କରିବା ପାଇଁ ଯୋଜନା କରାଯାଉଛି। ଏପରି କି ଆସନ୍ତା ବର୍ଷ ଏପରି ଦୁଇଟି ମେଳାକୁ ଅଲଗା ଅଲଗା ସ୍ଥାନରେ ଆୟୋଜନ କରିବାକୁ ପ୍ରଶାସନକୁ ପ୍ରସ୍ତାବ ଦେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?