Posted inଖେଳ

ପ୍ରଥମ ଦେଖାରେ ମଡେଲଙ୍କୁ କିସ୍‌ କରିଥିଲେ ଲୋକପ୍ରିୟ ଭାରତୀୟ କ୍ରିକେଟର

ପ୍ରାୟତଃ ପ୍ରଥମ ଦେଖାରେ ଉଭୟ ଯୁବକ ଓ ଯୁବତୀ ଲାଜ କରନ୍ତି କଥା ହେବାକୁ। ଆଉ ଅନ୍ୟ ସବୁ ତ ଦୂର କଥା। କିନ୍ତୁ ଲୋକପ୍ରିୟ ଭାରତୀୟ କ୍ରିକେଟର ପ୍ରଥମ ଦେଖାରେ ମଡେଲଙ୍କୁ କିସ୍‌ କରିଥିଲେ। ଏହି ଘଟଣା ୭ ବର୍ଷ ପୂର୍ବେ ଘଟିଥିଲା। ହେଲେ ନିକଟରେ ଏହା ସାମ୍ନାକୁ ଆସିଛି। ବିଗ୍‌ ବସ୍‌ ୨୦୧୨ ସଂସ୍କରଣର ପ୍ରତିଯୋଗୀ ସୋଫିଆ ହୟାତ ଓ ଭାରତୀୟ କ୍ରିକେଟର ରୋହିତ ଶର୍ମା ଏକଦା ପରସ୍ପରକୁ ଡେଟ୍‌ କରୁଥିଲେ। କିନ୍ତୁ ଖୁବ୍‌ ଶୀଘ୍ର ଉଭୟଙ୍କ ବ୍ରେକଅଫ୍‌ ହୋଇଥିଲା। ଲଣ୍ଡନର ଏକ କ୍ଲବରେ ଉଭୟ ପ୍ରଥମ ଥର ପରସ୍ପରକୁ ଭେଟିଥିଲେ। ଆଉ ଭାରତୀୟ ବ୍ୟାଟ୍ସମ୍ୟାନ ତାଙ୍କୁ କିସ୍‌ କରିଥିଲେ। ଏ ନେଇ ଏକ ସାକ୍ଷାତ୍‌କାରରେ ହୟାତ କହିଥିଲେ, ମୁଁ ଲଣ୍ଡନର ଏକ କ୍ଲବରେ ରୋହିତଙ୍କୁ ଭେଟିଥିଲି। ଜଣେ ସାଙ୍ଗ ରୋହିତଙ୍କୁ ମୋ ସହ ଚିହ୍ନା କରାଇଥିଲେ। ପୂର୍ବରୁ ମୁଁ ତାଙ୍କୁ ଜାଣି ନ ଥିଲି। କାରଣ ମୁଁ କ୍ରିକେଟ ଦେଖେ ନାହିଁ। ଆମେ ପରସ୍ପର ସହ କଥା ହେବା ପରେ ଏକୁଟିଆ ସ୍ଥାନକୁ ଚାଲି ଯାଇଥିଲୁ। ସେଠାରେ ସେ ମୋତେ କିସ୍‌ କରିଥିଲେ। ଏହା ବହୁତ ଭଲ ଅନୁଭୂତି ଥିଲା। ପରେ ଆମେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲୁ। ସେ ଆହୁରି କହିଛନ୍ତି, କିସ୍‌ କରିବା ୪ ଦିନ ପରେ ରୋହିତ ଆମ ଘରେ ମୋ ସହ ରହିଥିଲେ। ମୁଁ ଯେବେ ଭାରତ ଆସେ ସେତେବେଳେ ରୋହିତଙ୍କ ସ୍ଥାନରେ କିମ୍ବା ହୋଟେଲରେ ଭେଟୁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri