Posted inଖେଳ

ପ୍ରଥମ ଟେଷ୍ଟ: ପଲ୍‌ଙ୍କ ସ୍ଥାନରେ କୁମିନ୍ସ

ନର୍ଥ ସାଉଣ୍ଡ୍‌ (ଆଣ୍ଟିଗୁଆ), ୨୨।୮- ସ୍ଥାନୀୟ ସାର୍‌ ଭିଭିଆନ୍‌ ରିଚାଡର୍‌ସ ଷ୍ଟାଡିୟମରେ ଗୁରୁବାରଠାରୁ ଭ୍ରମଣକାରୀ ଭାରତ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଘରୋଇ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳକୁ ଧକ୍କା ଲାଗିଛି। ଦଳର ଯୁବ ଅଲ୍‌ରାଉଣ୍ଡର କେମୋ ପଲ୍‌ ଆଘାତଜନିତ ସମସ୍ୟା ଲାଗି ସିରିଜର ଏହି ପ୍ରଥମ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଗୋଇଠିରେ ଆଘାତ କାରଣରୁ ପଲ୍‌ଙ୍କ ସ୍ଥାନରେ ଦ୍ରୁତ ବୋଲର ମିଗୁଏଲ୍‌ କୁମିନ୍ସଙ୍କୁ ଶେଷ ମୁହୂର୍ତ୍ତରେ ଦଳରେ ସାମିଲ କରାଯାଇଛି ବୋଲି କ୍ରିକେଟ୍‌ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ କୁହାଯାଇଛି। ୨୧ ବର୍ଷୀୟ କେମୋ ପଲ୍‌ ଚଳିତ ବର୍ଷ ପ୍ରାରମ୍ଭରେ ଇଂଲଣ୍ଡ ବିପକ୍ଷରେ ଖେଳି ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ସେ ୩ ଟେଷ୍ଟ ମ୍ୟାଚ୍‌ରୁ ୯୬ ରନ ଓ ୬ଟି ଉଇକେଟ୍‌ ଅକ୍ତିଆର କରିଛନ୍ତି। ନିକଟରେ ଭାରତ ବିପକ୍ଷ ଟି୨୦ ସିରିଜରେ ସେ ସମସ୍ତ ୩ଟି ଯାକ ମ୍ୟାଚ୍‌ ଖେଳିଥିଲେ। ଡାହାଣହାତୀ ଦ୍ରୁତ ବୋଲର କୁମିନ୍ସ ୧୩ ଟେଷ୍ଟ ଖେଳି ୨୭ ଉଇକେଟ୍‌ ଅକ୍ତିଆର କରିଛନ୍ତି। କୁମିନ୍ସ ୨୦୧୬ରେ ଭାରତ ବିପକ୍ଷରେ ଖେଳି ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ବଡ଼ ଦାବି: ବଦଳିବେ ଏହି ୪ଦଳର ଅଧିନାୟକ

ନୂଆଦିଲ୍ଲୀ,୨୫।୫: ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏକ ବଡ଼ ଦାବି କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ’X’ରେ ଏକ ଭିଡିଓ ସେୟାର କରି IPLର…

ଝଗଡ଼ା ପରେ ସୀମା ପାର୍ କଲେ କୋହଲିଙ୍କ ଫ୍ୟାନ୍ସ, ଟ୍ରାଭିସ୍ ହେଡଙ୍କ ପତ୍ନୀଙ୍କୁ ଗାଳିଗୁଲଜ

ନୂଆଦିଲ୍ଲୀ,୨୫ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ୍ ହେଡ୍ ମୁହାଁମୁହିଁ ହୋଇଥିଲେ । ଫଳସ୍ୱରୂପ,…

ଦିଲ୍ଲୀର ଆଇପିଏଲ୍‌ ଅଭିଯାନ ଶେଷ

କୋଲକାତା,୨୫ା୫: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ମାପଚୁପ ବୋଲିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୪୦ ରନରେ କୋଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି। ପୂର୍ବରୁ ପ୍ଲେଅଫ୍‌…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ପୁଣି ଲଜ୍ଜିତ ହେଲା ୟୁପି! ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଚିୟରଲିଡର୍ସଙ୍କୁ ଦୁର୍ବବ୍ୟହାର, ଦେଖନ୍ତୁ Video

ଲକ୍ଷ୍ନୌ,୨୪।୫: ବର୍ତ୍ତମାନ, ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ପାଇଁ ସାରା ଭାରତରେ ଉତ୍ସାହ ଲାଗି ରହିଛି। ଦେଶର ବିଭିନ୍ନ ରାଜ୍ୟରେ 2026 ସିଜିନ ପାଇଁ ମ୍ୟାଚ…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

୧୫ ବର୍ଷ ପରେ IPLରେ ଏମିତି କାରନାମା କଲା RCB

ନୂଆଦିଲ୍ଲୀ,୨୩।୫: ଗତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ ଟାଇଟଲ ଜିତିଥିଲା। ସେହି ସିଜିନରେ ମଧ୍ୟ ଦଳ ଟେବୁଲ-ଟପର ନ…

ରାଗରେ ଏମିତି କାମ କରିଦେଲେ କୋହଲି: ଆଚରଣକୁ କଡ଼ା ସମାଲୋଚନା, ଦେଖନ୍ତୁ Video

ନୂଆଦିଲ୍ଲୀ,୨୩।୫: ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସକୁ ୫୫ ରନରେ ପରାସ୍ତ କରିଥିଲା। ମ୍ୟାଚ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ ହେଡ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri