ପ୍ରଥମଥର ପାଇଁ ହେଲା କୁକୁରର ହାର୍ଟ ଅପରେଶନ

ନୂଆଦିଲ୍ଲୀ,୯।୨: ଦେଶରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି। ପ୍ରଥମ କରି ସାଢେ ୭ ବର୍ଷର ଏକ କୁକୁରର ପେସ୍‌ମେକର ଇନପ୍ଲାଣ୍ଟ ସର୍ଜରୀ କରାଯାଇଛି। ପ୍ରାଣୀ ଚିକିତ୍ସକମାନେ ଦାବି କରିଛନ୍ତି କି ଏଭଳି ଅପରେଶନ ଦେଶର ପ୍ରଥମ। ଖୁସି ନାମକ ଏକ ମାଈ କୁକୁର ଛାତିରେ ପେଡିଆଟ୍ରିକ୍‌ ପେସ୍‌ମେକର ଲଗାଯାଇଛି। ଏହି କୁକୁରର ହାର୍ଟ ସମ୍ପୂର୍ଣ୍ଣ ଭାବେ ବ୍ଲକ ହୋଇଯାଇଥିବା ଚିକିତ୍ସକମାନେ କହିଛନ୍ତି। ଫଳରେ କୁକରର ହାର୍ଟ ବିଟ୍‌ ମିନିଟକୁ ମାତ୍ର ୨୦ ଥର ହେଉଥିଲା। ସାଧାରଣରେ ହାର୍ଟ ବିଟ୍‌ ମିନିଟରେ ୬୦-୧୨୦ଥର ରହିବା ଦରକାର। ମ୍ୟାକ୍ସ ଭେଟ୍ସ ସୁପର ସ୍ପେଶାଲିଟି ହସ୍ପିଟାଲର ଛୋଟ ପ୍ରାଣୀଙ୍କ ଇଣ୍ଟରଭେନଶନଲ କର୍ଡିଓଲୋଜିଷ୍ଟ ଡା. ଭାନୁ ଦେବ ଶର୍ମାଙ୍କ କହିବା କଥା ହେଲା, ଖୁସିର ହାର୍ଟ ସମାନ୍ୟ ଢଙ୍ଗରେ ସଞ୍ଚାଳନ କରୁ ନ ଥିଲା। ଫଳରେ ସେ ବାରମ୍ବାର ବେହୋସ୍‌ ହୋଇଯାଉଥିଲା। କୁକୁରର ମାଲିକଙ୍କ କହିବା ଅନୁଯାୟୀ, ଖୁସି ହେଉଛି ଏକ ଅଳସୁଆ କୁକୁର। ଗତବର୍ଷ ଫେବୃୟାରୀରେ ତା’ର କାନ ଅପରେଶନ ସମୟରେ ସେ ପଡିଯାଇଥିଲା। ହେଲେ ଡାକ୍ତରମାନେ କୌଣସି ମତେ ତାକୁ ବଞ୍ଚାଇ ଦେଇଥିଲେ। ହେଲେ ଏହାପରେ ବି ଖୁସି କୌଣସି ବଡ ରୋଗରେ ପୀଡିତ ଅନୁମାନ କରି ମାଲିକ ତାକୁ ହସ୍ପିଟାଲ ଆଣିଥିଲେ। ଆଉ ଡା. ଶର୍ମା ତା’ର ଇସିଜି କରିବା ପରେ କୁକୁରର ହାର୍ଟ ବ୍ଳକ ଥିବା ଜାଣିପାରିଥିଲେ। ଏହାପରେ ଡା.ଶର୍ମା ଓ ଡା. କୁନାଲ ଦେବ ଶର୍ମା ତାଙ୍କ ୟୁରୋପୀୟ ସହଯୋଗୀଙ୍କ ସହ ଏହା ଆଲୋଚନା କରି କୁକୁରର ହାର୍ଟ ଅପରେଶନ କରିଥିଲେ। ଗତ ଡିସେମ୍ବର ୧୫ରେ ଏହି ଅପରେଶନ କରାଯାଇ ମାତ୍ର ଦେଢ ଘଣ୍ଟା ଭିତରେ କୁକୁର ଛାତିରେ ପେସ୍‌ମେକର ଲଗାଯାଇଥିଲା। କୁକୁରର ମାଲିକଙ୍କ କହିବା କଥା ଖୁସି ଏବେ ପୂର୍ବାବସ୍ଥାକୁ ଫେରି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?