ପ୍ରତ୍ୟେକ ଦିନ ଖୋସା କଲେ କ’ଣ ହେବ?

ପୂର୍ବରୁ ଅଧିକାଂଶ ମହିଳା ନିଜ ଚୁଟିରେ ଖୋସା କରିଥାନ୍ତି। ତାହା ଏବେ ଆଉ ସେମିତି ଦେଖିବାକୁ ମିଳୁ ନ ଥିବା ବେଳେ ଚୁଟିରେ ବନ କରିବା ଯୁବତୀମାନଙ୍କ ପାଇଁ ଟ୍ରେଣ୍ଡ ହୋଇଗଲାଣି। କିଛି ମହିଳା ଫ୍ୟାଶନ ପାଇଁ ଖୋସା କରୁଥିବା ବେଳେ ଆଉ କିଛି ମହିଳା ସର୍ବଦା ଚୁଟି ବାନ୍ଧି ରଖିଥାନ୍ତି। କିନ୍ତୁ ସର୍ବଦା ଖୋସା କରିବା ଆମ କେଶ ପାଇଁ କ୍ଷତିକାରକ ହୋଇଥାଏ ବୋଲି ଆପଣ ଜାଣିଛନ୍ତି କି। ଆସନ୍ତୁ ଜାଣିବା କିଛି କାରଣ…
*ବାରମ୍ବାର ଖୋସା କରିବା ଦ୍ୱାରା ଆଗ ଚୁଟି ଝଡିବା ସହ ମଥା ଚଉଡା ଦେଖାଯାଇଥାଏ। ଖୋସା କରିବା ଦ୍ୱାରା ମୁଣ୍ଡର ଉପର ଭାଗ ଖୁବ ତେଲିଆ ମଧ୍ୟ ଦେଖାଯାଇଥାଏ।
*ଖୋସା କରିବା ଦ୍ୱାରା ଚୁଟି ପଛ ଆଡ଼କୁ ଟାଣି ହୋଇଥାଏ ଓ ମୂଳରୁ ଦୁର୍ବଳ ହୋଇଥାଏ। ଏହି କାରଣରୁ ଚୁଟି ଝଡ଼ିବା ସମସ୍ୟା ଦେଖାଦେଇଥାଏ।
*ଚୁଟିକୁ ସର୍ବଦା ବାନ୍ଧି ରଖିବା ଦ୍ୱାରା ଚୁଟିମୂଳର ଝାଳ କେବେ ଶୁଖି ନଥାଏ। ଆଉ କିଛି କିଛି ମହିଳାମାନେ କେଶ ଧୋଇବା ପରେ ତାହାକୁ ଭଲଭାବେ ଶୁଖିବାକୁ ଦିଅନ୍ତି ନାହିଁ ଓ ଖୋସା କରିଦେଇଥାଆନ୍ତି। ଏହାଦ୍ୱାରା କେଶକୁ ପବନ ବାଜିନଥାଏ ଏବଂ ଏଥିରୁ ଦୁର୍ଗନ୍ଧ ବାହାରିବା ସହ ଉକୁଣି ହେବାର ସମ୍ଭାବନା ରହିଥାଏ।
*ସେହିପରି ଚୁଟି ବନ୍ଧାହେବା କାରଣରୁ ଚୁଟିର ଚମକ କମ୍‌ ହୋଇଥାଏ। ସେଥିପାଇଁ ନିୟମିତ ଖୋସା କରିବା ବ୍ୟତୀତ କେବେ କେବେ ଏହାକୁ ଖୋଲା ଛାଡ଼ିଦିଅନ୍ତୁ।
*ସର୍ବଦା ଚୁଟିକୁ ବାନ୍ଧି ରଖିବା ଦ୍ୱାରା ଏହା ତେଲିଆ ହୋଇଥାଏ। ଯେଉଁ କାରଣରୁ ଚୁଟିରେ ରୂପି ସମସ୍ୟା ଦେଖାଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ତାତିଲେ ଚାଷୀ, ୧୦ରେ ଜେଲଭରୋ ଆନ୍ଦୋଳନ: ଚାଷ, ଚାଷୀ ସମସ୍ୟା ଅସମାହିତ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। କିନ୍ତୁ ଏଠାରେ ଚାଷ ଓ…

ତାବରସାହି ଜଙ୍ଗଲରୁ ୨୫ ଲକ୍ଷର ଗଞ୍ଜେଇ ଜବତ, ଗୋଡ଼ାଇ ଗୋଡ଼ାଇ ବାନ୍ଧିଲା ପୋଲିସ

ମୋହନା,୫ା୮(ମନ୍ମଥ ମିଶ୍ର): ଗଜପତି ଜିଲା ରା.ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲାର ପର୍ଦ୍ଦାଫାଶ କରିଛି । ୨୫୧ କିଲୋଗ୍ରାମ ୨୦୦ ଗ୍ରାମ…

ବନ୍ୟା କ୍ଷୟକ୍ଷତି ଆକଳନ କଲେ ମନ୍ତ୍ରୀ, ପ୍ରଭାବିତ ଅଞ୍ଚଳରେ ହେବ…

କେନ୍ଦୁଝର,୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ବୁଧବାର କେନ୍ଦୁଝର ସର୍କିଟ ହାଉସ୍‌ଠାରେ ବନ୍ୟା ଦ୍ୱାରା ହୋଇଥିବା…

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

କୃଷ୍ଣପ୍ରସାଦ, ୫।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ପୂର୍ବରୁ ବିଧାନସଭା ସମ୍ମୁଖରେ ଶିକ୍ଷୟିତ୍ରୀମାନେ ମାଣବସା ଗୁରୁବାର…

୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ

ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି)…

ମୁମ୍ବାଇରେ ଶ୍ରମିକଙ୍କ ମୃତ୍ୟୁ, ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ, କାନ୍ଦବୋବାଳିରେ…

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର- ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ୨ୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ…

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

ଦାରିଙ୍ଗବାଡ଼ିରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି, ଜରିମାନା ବାବଦକୁ ଆଦାୟ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୁଧବାର ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚରେ ମୋଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri