ପ୍ରତିଦିନ ବ୍ରଶ୍‌ରେ ସଫା ହେଉଛନ୍ତି ଏହି ପ୍ରଜାତିର କୁମ୍ଭୀର

କୁମ୍ଭୀର ସମସ୍ତେ ଦେଖିଥିବେ ହେଲେ ଧଳା ରଙ୍ଗର କୁମ୍ଭୀରକୁ କେବେ ଦେଖିଛନ୍ତି। ଏହି ପ୍ରଜାତିର କୁମ୍ଭୀର ବହୁ ବିରଳ। ତାଙ୍କୁ ସବୁଠି ଦେଖିବାକୁ ମିଳେନାହିଁ। ଆମେରିକାର ନର୍ଥ କେରୋଲିନାସ୍ଥିତ ଏକ ଜୁ’ରେ ଧଳା ରଙ୍ଗର କୁମ୍ଭୀର ରହିଛନ୍ତି। ଏହାକୁ ଦେଖିବା ପାଇଁ କାହିଁ କେତେଦୂରୁ ଲୋକେ ଆସିଥାନ୍ତି। ହେଲେ ଆପଣ ଭାବୁଥିବେ ହଠାତ୍‌ କୁମ୍ଭୀର କଥା କାହିଁକି କହୁଛୁ। ଆଜ୍ଞା ଏହି କୁମ୍ଭୀର ଏଭଳି ସେଭଳି ନୁହେଁ ଏଥିରେ କିଛି ନିଆରା କଥା ରହିଛି। କେରୋଲିନାସ୍ଥିତ ଜୁ’ରେ ଥିବା ଏହି କୁମ୍ଭୀରଙ୍କୁ ବିଳାସମୟ ଓ ରାଜକୀୟଠାଣିରେ ଯତ୍ନ ନିଆଯାଇଥାଏ। ପ୍ରତିଦିନ ତାଙ୍କୁ ବ୍ରଶ୍‌ରେ ସଫା କରାଯାଉଥିବା ବେଳେ ସେମାନେ ରହୁଥିବା ପାଣିକୁ ମଧ୍ୟ କିଛି ଦିନ ବ୍ୟବଧାନରେ ପରିବର୍ତ୍ତନ କରାଯାଇଥାଏ। କାରଣ ଏଭଳି ପ୍ରଜାତିର କୁମ୍ଭୀରମାନେ ପ୍ରାକୃତିକ ଅବସ୍ଥାରେ ଜୀବିତ ହୋଇ ବେଶୀ ଦିନ ରହି ନ ଥାନ୍ତି।

ଏଠାରେ ୧୪ବର୍ଷର ଏକ କୁମ୍ଭୀର ରହିଛି ଯାହାର ନାମ ଲୁନା। ସେ ଅଲବିନୋ(ଧଳା ହୋଇଯିବାର ଏକ ରୋଗ) ରୋଗରେ ଆକ୍ରାନ୍ତ ହୋଇଛି। ବିଶ୍ୱରେ ଅଲବିନୋ କୁମ୍ଭୀର ବିରଳ। ସିକାଗୋର ପ୍ରାଣୀବିଜ୍ଞାନ ଅନୁସାରେ, ସାରା ବିଶ୍ୱରେ କେବଳ ୧୦୦ ଅଲବିନୋ କୁମ୍ଭୀର ଅଛନ୍ତି। କୁହାଯାଏ, ଏମାନଙ୍କର ଚମଡା ବହୁ ନରମା ହୋଇଥାଏ, ଯେଉଁଥିପାଇଁ ସେମାନେ ନିଜକୁ ଶିକାରୀଠାରୁ ବଞ୍ଚାଇପାରନ୍ତି ନାହିଁ। ଏତଦ୍‌ ବ୍ୟତୀତ ଅନ୍ୟମାନଙ୍କ ତୁଳନାରେ ଏଭଳି ପ୍ରଜାତିର କୁମ୍ଭୀର ଖରାରେ ମଧ୍ୟ ରହିପାରନ୍ତି ନାହିଁ।

କାରଣ ଖରାରେ ଏମାନଙ୍କର ଚମଡା ଓ ଆଖି ଜଳିଯାଇଥାଏ। ଏଥିପାଇଁ ଅଲବିନୋ ନିଜ ଶିକାରୀଙ୍କୁ ମଧ୍ୟ ଦେଖିପାରନ୍ତିନାହିଁ। ସୂଚନା ମୁତାବକ ଅଲବିନୋ ଏକ ସ୍ବତନ୍ତ୍ର ଜେନେଟିକ୍‌ ରୋଗ। ଯାହା କୌଣସି ବ୍ୟକ୍ତି, ମାଛ, ମାଙ୍ଗଡ, ସ୍ତନପ୍ରାଣୀ ଓ ସରୀସୃପକୁ ମଧ୍ୟ ହୋଇଥାଏ। ଏହି ରୋଗରେ ଆକ୍ରାନ୍ତ ହେବା ଦ୍ୱାରା ତ୍ୱଚା, ଆଖି ଓ କେଶର ରଙ୍ଗ ଧଳା ହୋଇଯାଉଥିବା ବେଳେ ଏମାନେ ଅତ୍ୟଧିକ ସମ୍ବେଦନଶୀଳ ମଧ୍ୟ ହୋଇଥାନ୍ତି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri