ପ୍ରକୃତିର ଶୋଷଣ ନୂଆ ରୋଗର ପ୍ରକୋପ ବଢ଼ାଇବ

ଓ୍ବାଶିଂଟନ,୧୬ା୪: ମହାମାରୀ କରୋନା ଯୋଗୁ ବିଶ୍ୱ ଏବେ ଥରହର। କେହି କେହି ଏହା ମାନବୀୟ ଅବହେଳାର ପରିଣାମ ବୋଲି କହୁଥିବା ବେଳେ ପ୍ରକୃତିର ଶୋଷଣ ଏଭଳି ରୋଗକୁ ଆମନ୍ତ୍ରଣ କରିଛି ବୋଲି ମଧ୍ୟ କେତେକ ତଥ୍ୟରୁ ଜଣାପଡ଼ିଛି। କରୋନା ମହାମାରୀ ଓ ପ୍ରକୃତି ଉପରେ ମଣିଷର ଦାଉ ମଧ୍ୟରେ ସମ୍ପର୍କ ରହିଥିବା ଏଥିରୁ ଅନୁମେୟ। ଜଙ୍ଗଲରେ ରହୁଥିବା ଜୀବଜନ୍ତୁଙ୍କୁ ଶିକାର କରିବା, ସେମାନଙ୍କ ଛାଲ, ଶିଙ୍ଗ ଆଦି ବିଦେଶକୁ ଚଢ଼ାଦରରେ ବିକ୍ରିକରିବା, ଗଛଲତା କାଟି ପଦାକରିବା ସହିତ ଏଗୁଡ଼ିକୁ ବିକ୍ରିକରିବା ଆଦି ଯୋଗୁ ପ୍ରକୃତି ଭାରସାମ୍ୟ ହରାଉଛି। ଏଥିସହ ନୂଆ ରୋଗ ବୃଦ୍ଧି ଲାଗି ବାଟ ଫିଟାଉଛି ବୋଲି କେତେଜଣ ବୈଜ୍ଞାନିକ ମତ ଦେଇଛନ୍ତି। କରୋନା ଭାଇରସ୍‌ ବାଦୁଡ଼ି, ବଜ୍ରକାପ୍ତା ଓ ଅନ୍ୟ ଜଙ୍ଗଲୀ ଜୀବଙ୍କଠାରୁ ବ୍ୟାପିଥିବା ଆଶଙ୍କା କରାଯାଉଛି। ଏହା ମଣିଷ ସଂସ୍ପର୍ଶରେ ଆସିବାରୁ ବିଶ୍ୱରେ ଏବେ ଏଭଳି ମହାମାରୀ ଦେଖାଦେଇଛି।
ଗବେଷକମାନେ ବୈଜ୍ଞାନିକ ପଦ୍ଧତି ଦ୍ୱାରା ଛାନ୍‌ଭିନ୍‌ କରି ଜାଣିବାକୁ ପାଇଛନ୍ତି ଯେ, ଜୀବଜନ୍ତୁଙ୍କଠାରୁ ମଣିଷକୁ ବ୍ୟାପିଥିବା କରୋନା ଭୂତାଣୁ ପ୍ରକୃତିର ଭୟଙ୍କର କ୍ଷତି ଘଟାଇବ। ମାନବଜାତି ଯେଉଁଭଳି ଭାବେ ପ୍ରକୃତିକୁ ଶୋଷଣ କରିଚାଲିଛି, ଜୀବଜନ୍ତୁଙ୍କୁ ମାରି ଗଛଲତା ପଦାକରୁଛି, ଦିନ ଆସିବ ଆଉ ଏମାନଙ୍କ ଉପସ୍ଥିତି ଅନୁଭବ କରିହେବନି। ଜଙ୍ଗଲ ପଦା ହେବା ଫଳରେ ଜୀବଜନ୍ତୁମାନେ ସହର ମୁହାଁ ହେବା ସହ ମଣିଷ ସଂସ୍ପର୍ଶରେ ଆସିବାକୁ ବାଧ୍ୟ ହେବେ। ଫଳରେ ବିଭିନ୍ନ ପ୍ରକାର ଭୂତାଣୁ ମଣିଷକୁ ଗ୍ରାସ କରିବ ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଡ. ଖ୍ରୀଷ୍ଟାଇନ୍‌ ଜନ୍‌ସନ୍‌ ପ୍ରକାଶ କରିଛନ୍ତି। ପ୍ରାଣୀଙ୍କ ସଂସ୍ପର୍ଶରେ ମଣିଷ ଆସି ବିଭିନ୍ନ ସ୍ଥାନ ଯିବାଆସିବା କରିବା ଫଳରେ ସାରା ବିଶ୍ୱକୁ ଭୂତାଣୁ ବ୍ୟାପିବ। ଧୀରେ ଧୀରେ ଜଙ୍ଗଲ ଛାଡ଼ି ପ୍ରାଣୀମାନେ ନିଜ ସୁବିଧା ସ୍ଥାନ ବାଛିବେ ଓ ଏଣେତେଣେ ବିଚରଣ କରିବେ। ଫଳରେ ମହାମାରୀର ପ୍ରକୋପ ଭୟଙ୍କର ଭାବେ ବ୍ୟାପିବା ସହ ମାନବସମାଜକୁ ଗ୍ରାସ କରିବ। ସାର୍ସ, ମେର୍ସ, ଇବୋଲା, ଫ୍ଲୁ, କରୋନା ଭାଇରସ୍‌ ଭଳି ଭୂତାଣୁବାହୀ ରୋଗ ମଣିଷକୁ ଗ୍ରାସକରିବା ଫଳରେ କିଛିଟା ଜନସଚେତନତା ବଢ଼ିଛି ସତ। କିନ୍ତୁ କେତେକାଳ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯିବ ତାହା ସନ୍ଦେହପୂର୍ଣ୍ଣ। ଜଙ୍ଗଲ ନଷ୍ଟ ସହ ଜୀବଜନ୍ତୁମାନଙ୍କୁ ଶାଗମାଛ ଦରରେ ବିକ୍ରି କରାଯାଉଛି। ଏମାନଙ୍କଠାରୁ ପ୍ରସ୍ତୁତ ବିଭିନ୍ନ ଭୂତାଣୁବାହୀ ରୋଗ କିଣାଯାଉଛି। ଏବେ ଲୋକେ କିଛିଟା ସଚେତନ ହେଲେଣି। ପ୍ରକୃତିକୁ ଶୋଷଣମୁକ୍ତ କରିବା ଲାଗି ଇଣ୍ଡୋନେସିଆଠାରୁ ଆରମ୍ଭ କରି ବିଭିନ୍ନ ଦେଶରେ ସ୍ବର ଉଠିଲାଣି। ପରିବେଶ ସୁରକ୍ଷା, ଜଙ୍ଗଲ ରକ୍ଷା ଜୀବନ ଧାରଣର ଏକ ଅଙ୍ଗ ବୋଲି ଲୋକେ ହୃଦୟଙ୍ଗମ କଲେଣି। ଏହାକୁ ପରିବ୍ୟାପ୍ତ କରିବାର ସମୟ ଆସିଛି। ଯଦି ଏଭଳି ଆଦର୍ଶକୁ କାର୍ଯ୍ୟକାରୀ କରା ନ ଯାଏ, ତେବେ ବିଭିନ୍ନ ଭୂତାଣୁବାହୀ ରୋଗର ପ୍ରକୋପ ଅଧିକରୁ ଅଧିକ ବଢ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବୁଦ୍ଧି ଶିଖାଇଲା ଆମେରିକା

ଓ୍ବାଶିଂଟନ,୨୦ା୪: ଆମେରିକା ତିନୋଟି ଚାଇନିଜ୍‌ ଏବଂ ଗୋଟିଏ ବେଲାରୁଷ କମ୍ପାନୀକୁ ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଯନ୍ତ୍ରପାତି ଯୋଗାଇବାକୁ ବାରଣ କରିଛି। ଆମେରିକା ବୈଦେଶିକ ବିଭାଗ...

ଅନ୍‌ଲାଇନ୍‌ ଗେମ୍‌ ଖେଳି ଛାତ୍ରଙ୍କ ଜୀବନ ଗଲା

ଓ୍ବାଶିଂଟନ,୨୦ା୪: ଆମେରିକା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଏକ ଗମ୍ଭୀର ତଥା ପ୍ରଥମ ଘଟଣା ଘଟିଛି। ଜଣେ ଛାତ୍ର ଅନ୍‌ଲାଇନ୍‌ ଗେମ୍‌...

Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

ଗାଈର କଞ୍ଚା କ୍ଷୀରରୁ ମିଳିଲା H5N1 ବାର୍ଡ ଫ୍ଲୁ ଷ୍ଟ୍ରେନ୍‌; ସତର୍କ କଲା WHO

ନୂଆଦିଲ୍ଲୀ,୨୦।୪: ଆମେରିକାରେ ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲୁ ଭାଇରସ୍‌ ଷ୍ଟ୍ରେନ୍‌ ଏଚ୍‌୫ଏନ୍‌୧(H୫N୧) ଚିହ୍ନଟ ହୋଇଛି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri