ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅପ୍ରୀତିକର ପରିସ୍ଥିତି:ଡୁପ୍ଲିକେଟ ଚାବିକୁ ନେଇ ଜୋର୍‌ଦାର କଳି

ବନ୍ତଳା,୧୯ା୧୧(ଡି.ଏନ.ଏ.) ଗେଟ୍‌ରେ ପଡ଼ୁଥିବା ତାଲାର ଡୁପ୍ଲିକେଟ୍‌ ଚାବିକୁ ନେଇ ପ୍ରଧାନ ଶିକ୍ଷକ ଓ ଅଙ୍ଗନଓ୍ବାଡି ଦିଦିଙ୍କ ମଧ୍ୟରେ କଳି ଯୋଗୁ ସୋମବାର ବନ୍ତଳା ଥାନା ବଡ଼କଣ୍ଟକୁଳ ପଞ୍ଚାୟତ ଜାମ୍ମୁଗାଡ଼ିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଏଥିଯୋଗୁ ଅଙ୍ଗନଓ୍ବାଡିର କୁନି କୁନି ପିଲାମାନଙ୍କୁ ଭୋକିଲା ରହିବାକୁ ପଡ଼ିଥିବା ବେଳେ ପ୍ରକଳ୍ପ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଘଣ୍ଟା ଘଣ୍ଟା ଧରି ଗେଟ୍‌ ବାହାରେ ବସି ରହିଥିଲେ। ଖବରପାଇ ସିଆରସିସି ଓ ଗ୍ରାମବାସୀ ପହଞ୍ଚି ସମାଧାନ କରିବା ପରେ ମଧ୍ୟାହ୍ନ ୧୨ଟା ୨୦ରେ ଗେଟ୍‌ ତାଲା ଖୋଲାଯାଇଥିଲା।
ଘଟଣାରୁ ପ୍ରକାଶ ଯେ, ଗ୍ରାମରେ ଅଙ୍ଗନଓ୍ବାଡି ଗୃହ ନ ଥିବାରୁ ଜାମ୍ମୁଗାଡ଼ିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୋଟିଏ ଶ୍ରେଣୀଗୃହରେ ସକାଳ ୬ଟା ୩୦ ରୁ ୯ଟା ୩୦ ଯାଏ ଅଙ୍ଗନଓ୍ବାଡି ପିଲାଙ୍କୁ ପାଠ ପଢ଼ାଇବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହିତ ଗୋଟିଏ ଶ୍ରେଣୀଗୃହ ଓ ସ୍କୁଲ ଗେଟ୍‌ର ଚାବି ଅଙ୍ଗନଓ୍ବାଡି ଦିଦି ରଖିବା ପାଇଁ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ଚାବି ରଖିବାକୁ ନେଇ ଅଙ୍ଗନଓ୍ବାଡି ଦିଦି ଓ ସହାୟିକାଙ୍କ ମଧ୍ୟରେ ବିବାଦ ଦେଖାଦେବାରୁ ଦିଦି ଏକ ଡୁପ୍ଲିକେଟ ଚାବି ତିଆରି କରି ସହାୟିକାଙ୍କୁ ଦେଇଥିଲେ। ଏ ନେଇ ସ୍କୁଲ ପ୍ରଧାନ ଶିକ୍ଷକ ଜାଣିବା ପରେ ଶନିବାର ଅଙ୍ଗନଓ୍ବାଡି ଦିଦିଙ୍କ ଠାରୁ ଅର୍ଜିନାଲ ଚାବି ନେଇଯାଇଥିଲେ। ସୋମବାର ସକାଳେ ଅଙ୍ଗନଓ୍ବାଡି ଦିଦି ଓ ସହାୟିକା ସ୍କୁଲକୁ ଆସିଥିବା ବେଳେ ଗେଟ୍‌ରେ ତାଲା ପଡିଥିଲା। ଡୁପ୍ଲିକେଟ ଚାବି ପାଖରେ ନ ଥିବାରୁ ଦୀର୍ଘ ସମୟ ଧରି ଶିଶୁମାନେ ବାହାରେ ବସିଥିଲେ। ଏଥିରେ କ୍ଷୁବ୍ଧ ହୋଇ ଦିଦି ଆଉ ଏକ ତାଲା ଆଣି ଗେଟ୍‌ରେ ପକାଇ ଦେଇଥିଲେ। ଫଳରେ ସ୍କୁଲ ଛାତ୍ରୀଛାତ୍ରମାନେ ମଧ୍ୟ ଭିତରକୁ ପଶି ନ ପାରି ବାହାରେ ବସି ରହିଥିଲେ। ଏ ନେଇ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ହୋତା କୁହନ୍ତି, ଦିଦିଙ୍କୁ ଗେଟ୍‌ର ଚାବି ଦିଆଯାଇଥିଲା। କିନ୍ତୁ ଦିଦି ଓ ସହାୟିକାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ଦିଦି ବେଆଇନ ଭାବେ ଏକ ଡୁପ୍ଲିକେଟ ଚାବି ତିଆରି କରିଥିଲେ। ଏହା ଜାଣି ତାଙ୍କ ପାଖରୁ ଅର୍ଜିନାଲ ଚାବି ସେ ମାଗି ନେଇଥିଲେ। ଛୁଟି ପରେ ବିଦ୍ୟାଳୟ ପରିସରରେ ଅନ୍ୟମାନେ ପ୍ରବେଶ କରୁଥିବାରୁ ଦୋଷ ପ୍ରଧାନ ଶିକ୍ଷକଙ୍କ ଉପରକୁ ଯିବ। ତେଣୁ ତାଙ୍କ ପାଖରୁ ଚାବି ଆଣିବାକୁ ବାଧ୍ୟ ହେଲି। ଦିଦି ମମତା ଘଡେଇ କୁହନ୍ତି, ଗୋଟିଏ ଚାବି ଦେଇଥିଲେ। ଅସୁବିଧା ଜାଣି ସରପଞ୍ଚ ଓ ଅନ୍ୟ ସଦସ୍ୟମାନେ ଏକ ଡୁପ୍ଲିକେଟ ଚାବି କରିଥିଲୁ। କିନ୍ତୁ ତାହା ହଜି ଯାଇଥିବାରୁ ସୋମବାର ଗେଟ୍‌ରେ ପଡ଼ିଥିବା ତାଲା ସକାଳୁ ଖୋଲାଯାଇ ପାରି ନ ଥିଲା। ଫଳରେ ଛୋଟ ଛୋଟ ପିଲାଙ୍କୁ ଭୋକିଲା ପେଟରେ ରହିବାକୁ ପଡ଼ିଥିଲା। ତେଣୁ ବାଧ୍ୟ ହୋଇ ଆଉ ଏକ ତାଲା ପକାଇ ଦେଇଥିଲି। ସିଆର୍‌ସିସି ବିମଳ ନାଏକ କୁହନ୍ତି, ଗ୍ରାମବାସୀଙ୍କ ସହାୟତାରେ ବିବାଦର ସମାଧାନ ହେଲା। ପ୍ରଧାନଶିକ୍ଷକ ଆଉ ଏକ ନୂତନ ତାଲାର ଚାବି ଦେଇଛନ୍ତି। ଉଭୟ ଶିକ୍ଷା କମିଟି ଓ ମାତୃ କମିଟି ସହିତ ସରପଞ୍ଚ, ୱାର୍ଡମେମ୍ବର ବସି ଏହାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା…

ଗଣେଶ ପୂଜା ପରେ ଏହି ୪ ରାଶିଙ୍କର ଚାଲିବ ଗୋଲ୍ଡେନ ଟାଇମ, ଲକ୍ଷ୍ମୀ-ନାରାୟଣ ରାଜଯୋଗରେ ବଢିବ ଧନ! ବିଦେଶ ଯାତ୍ରାର…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସେପ୍ଟେମ୍ବର ୨୬ରେ ବୁଧ ଗ୍ରହ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ। ତୁଳା ରାଶିରେ ବୁଧଙ୍କ ସହ ଶୁକ୍ରଙ୍କ ଯୁତି…

ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ: ମୂଲ୍ୟାଙ୍କନ ଉପରେ ପ୍ରଶ୍ନବାଚୀ

ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ…

ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ: ଭୋଟର ତାଲିକାରେ ନାଁ ଭୁଲ

ବେଙ୍ଗାଲୁରୁ,୯।୯: ଭୋଟର ତାଲିକାରେ ନାଁ ସ୍ପେଲିଂ ବନାନରେ ଅସଙ୍ଗତି ଥିବା ଜଣାପଡ଼ିବା ପରେ ଭାରତ ରତ୍ନ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସିଏନଆର ରାଓଙ୍କୁ ନୋଟିସ ଜାରି କରାଯାଇଛି।…

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନ୍‌ରେ ପଡ଼ିଲେ ଗୌତମ ଗମ୍ଭୀର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ

ପାଟଣା, ୯।୯ (ବୀର କିଶୋର ଦାଶ): ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ମୂଷାନାଳି ଗ୍ରାମରେ ବିଦ୍ୟୁତ୍ ଆଘାତ ଲାଗି ବୁଧବାର ସକାଳେ ଦୟାନିଧି ମହାନ୍ତ (୪୮)ଙ୍କ…

ଭଦ୍ରକ-ଧାମରା ରେଳପଥ ଅବରୋଧ ଡିପିସିଏଲ୍‌ର ଅନ୍ୟାୟ: ଅନୀତି ବିରୋଧରେ ଜନଆକ୍ରୋଶ

ତିହିଡ଼ି, ୯।୯ (ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ତିହିଡ଼ି ବ୍ଲକ ଅଧୀନ ପୀରହାଟ ଥାନା ଅନ୍ତର୍ଗତ ଗୁରୁଦାସପୁରଠାରେ ବୁଧବାର ସକାଳଠାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri