ପୌର ପରିଷଦରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ଉନ୍ନତିରେ ଖର୍ଚ୍ଚ ହେଉନି ଅର୍ଥ

ତାଳଚେର, ୨୧ା୭ (ନି.ପ୍ର.) – ତାଳଚେର ପୌର ପରିଷଦରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ଯୁବ ସମାଜସେବୀ ସଂଗଠନ। ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସଂଗଠନର ସଭାପତି ସ୍ବାଧୀନ ଥମ୍ବ ଅଭିଯୋଗ କରିଛନ୍ତି, ପୌର ପରିଷଦକୁ ଆସୁଥିବା ବିଭିନ୍ନ ଅନୁଦାନର ଦୁରୁପଯୋଗ ହେଉଛି। ଟଙ୍କା ଆତ୍ମସାତ କରାଯାଉଥିବାବେଳେ ସହରର ଉନ୍ନୟନ କାର୍ଯ୍ୟରେ ଲଗାଯାଉନାହିଁ। ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଜିଲା ଖଣିଜ ପାଣ୍ଠିରୁ ୭୯ ଲକ୍ଷ ଟଙ୍କା ବ୍ୟୟରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥାରୁ ନିମ୍ନମାନର ଅଳିଆବୁହା ଟ୍ରଲି ଓ ଡଷ୍ଟବିନ କିଣାଯାଇଛି। ଏମସିଏଲ ପକ୍ଷରୁ ଖରାଦିନେ ଟ୍ୟାଙ୍କରରେ ଜଳ ଯୋଗାଣ ପାଇଁ ୭୦/୮୦ ଲକ୍ଷ ଟଙ୍କା ଦିଆଯାଉଛି । ନିୟମ ଅନୁଯାୟୀ ୮ ହଜାର ଲିଟର ବିଶିଷ୍ଟ ଟ୍ରକରେ ୨୧ଗୋଟି ୱାର୍ଡକୁ ଦୈନିକ ୧ଶହ ଟ୍ରିପ ଜଳ ଯୋଗାଣ ହେବାକଥା। ହେଲେ କେବଳ ୮ଟି ଟ୍ରାକ୍ଟର ଯୋଗେ ଜଳଯୋଗାଣ କରାଯାଇ ବ୍ୟାପକ ଅର୍ଥ ହେରଫେର କରାଯାଉଛି। ପୌର ପରିଷଦର ପୁରୁଣା କାରକୁ ବିନା ଟେଣ୍ଡରରେ ଶାଗମାଛ ଦରରେ ବିକ୍ରି କରାଯାଇଛି। ପରିଷଦର ନିଜସ୍ବ ଡ୍ରାଇଭରଙ୍କୁ ଅନ୍ୟ କାମରେ ନିୟୋଜିତ କରି ସରକାରୀ ଗାଡିର ଅପବ୍ୟବହାର ହେଉଛି। ସେହିପରି ନାଳନର୍ଦ୍ଦମା ସଫା କରା ନ ଯିବା, ପିସି କାରବାର, ପରିଷଦର ୨ ଜଣ କର୍ମଚାରୀଙ୍କୁ ଭୂମିହୀନ ଦର୍ଶାଇ ସରକାରୀ ଜମିରେ ଘର କରି ଭଡା ଦିଆଯିବା, ଗତ ୬ ତାରିଖରେ ମାଛ ବେପାରୀ ପ୍ରତାପ ବେହେରାଙ୍କ ମାଛରେ ବ୍ଲିଚିଂ ପାଉଡର ପକାଇବା ଘଟଣାରେ ପୌର କର୍ତ୍ତୃପକ୍ଷଙ୍କ ନାମରେ ଏତଲା ଦିଆଯାଇଥିଲେ ହେଁ ପୋଲିସ ନୀରବଦ୍ରଷ୍ଟା ସାଜିଛି ଅଭିଯୋଗ କରାଯାଇଛି। ଏ ସବୁର ଭିଜିଲାନ୍ସ ତଦନ୍ତ କରାଯିବାକୁ ସଭାପତିଙ୍କ ସମେତ ସଙ୍ଗଠନ ଜତିନ ମହାନ୍ତି, ଆଇନଜୀବୀ ଦୟାସାଗର ମିଶ୍ର ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଅଧିକାରୀ ଅତସି ପରିଡାଙ୍କୁ ପଚାରିବାରେ କହିଛନ୍ତି, ଅଭିଯୋଗଗୁଡିକର କୌଣସି ସତ୍ୟତା ନାହିଁ। ପୌର ପରିଷଦରେ ସ୍ବଚ୍ଛତା ଭିତ୍ତିରେ କାମ ହେଉଛି । ବିଗତ ୫ ବର୍ଷର ସମସ୍ତ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରିବାକୁ ସେ ମଧ୍ୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri