ପୌର ପରିଷଦରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ଉନ୍ନତିରେ ଖର୍ଚ୍ଚ ହେଉନି ଅର୍ଥ

ତାଳଚେର, ୨୧ା୭ (ନି.ପ୍ର.) – ତାଳଚେର ପୌର ପରିଷଦରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ଯୁବ ସମାଜସେବୀ ସଂଗଠନ। ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସଂଗଠନର ସଭାପତି ସ୍ବାଧୀନ ଥମ୍ବ ଅଭିଯୋଗ କରିଛନ୍ତି, ପୌର ପରିଷଦକୁ ଆସୁଥିବା ବିଭିନ୍ନ ଅନୁଦାନର ଦୁରୁପଯୋଗ ହେଉଛି। ଟଙ୍କା ଆତ୍ମସାତ କରାଯାଉଥିବାବେଳେ ସହରର ଉନ୍ନୟନ କାର୍ଯ୍ୟରେ ଲଗାଯାଉନାହିଁ। ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଜିଲା ଖଣିଜ ପାଣ୍ଠିରୁ ୭୯ ଲକ୍ଷ ଟଙ୍କା ବ୍ୟୟରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥାରୁ ନିମ୍ନମାନର ଅଳିଆବୁହା ଟ୍ରଲି ଓ ଡଷ୍ଟବିନ କିଣାଯାଇଛି। ଏମସିଏଲ ପକ୍ଷରୁ ଖରାଦିନେ ଟ୍ୟାଙ୍କରରେ ଜଳ ଯୋଗାଣ ପାଇଁ ୭୦/୮୦ ଲକ୍ଷ ଟଙ୍କା ଦିଆଯାଉଛି । ନିୟମ ଅନୁଯାୟୀ ୮ ହଜାର ଲିଟର ବିଶିଷ୍ଟ ଟ୍ରକରେ ୨୧ଗୋଟି ୱାର୍ଡକୁ ଦୈନିକ ୧ଶହ ଟ୍ରିପ ଜଳ ଯୋଗାଣ ହେବାକଥା। ହେଲେ କେବଳ ୮ଟି ଟ୍ରାକ୍ଟର ଯୋଗେ ଜଳଯୋଗାଣ କରାଯାଇ ବ୍ୟାପକ ଅର୍ଥ ହେରଫେର କରାଯାଉଛି। ପୌର ପରିଷଦର ପୁରୁଣା କାରକୁ ବିନା ଟେଣ୍ଡରରେ ଶାଗମାଛ ଦରରେ ବିକ୍ରି କରାଯାଇଛି। ପରିଷଦର ନିଜସ୍ବ ଡ୍ରାଇଭରଙ୍କୁ ଅନ୍ୟ କାମରେ ନିୟୋଜିତ କରି ସରକାରୀ ଗାଡିର ଅପବ୍ୟବହାର ହେଉଛି। ସେହିପରି ନାଳନର୍ଦ୍ଦମା ସଫା କରା ନ ଯିବା, ପିସି କାରବାର, ପରିଷଦର ୨ ଜଣ କର୍ମଚାରୀଙ୍କୁ ଭୂମିହୀନ ଦର୍ଶାଇ ସରକାରୀ ଜମିରେ ଘର କରି ଭଡା ଦିଆଯିବା, ଗତ ୬ ତାରିଖରେ ମାଛ ବେପାରୀ ପ୍ରତାପ ବେହେରାଙ୍କ ମାଛରେ ବ୍ଲିଚିଂ ପାଉଡର ପକାଇବା ଘଟଣାରେ ପୌର କର୍ତ୍ତୃପକ୍ଷଙ୍କ ନାମରେ ଏତଲା ଦିଆଯାଇଥିଲେ ହେଁ ପୋଲିସ ନୀରବଦ୍ରଷ୍ଟା ସାଜିଛି ଅଭିଯୋଗ କରାଯାଇଛି। ଏ ସବୁର ଭିଜିଲାନ୍ସ ତଦନ୍ତ କରାଯିବାକୁ ସଭାପତିଙ୍କ ସମେତ ସଙ୍ଗଠନ ଜତିନ ମହାନ୍ତି, ଆଇନଜୀବୀ ଦୟାସାଗର ମିଶ୍ର ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଅଧିକାରୀ ଅତସି ପରିଡାଙ୍କୁ ପଚାରିବାରେ କହିଛନ୍ତି, ଅଭିଯୋଗଗୁଡିକର କୌଣସି ସତ୍ୟତା ନାହିଁ। ପୌର ପରିଷଦରେ ସ୍ବଚ୍ଛତା ଭିତ୍ତିରେ କାମ ହେଉଛି । ବିଗତ ୫ ବର୍ଷର ସମସ୍ତ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରିବାକୁ ସେ ମଧ୍ୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri