ପୋଲିସ ସମ୍ମୁଖରୁ ଚମ୍ପଟ ମାରିଲେ ମୁଖ୍ୟ ଗୁଟ୍‌ଖା ବ୍ୟବସାୟୀ, ୨ ମୋଟରସାଇକେଲ ଜବତ; ୩ ଗିରଫ

ପୁରୁଷୋତ୍ତମପୁର,୧୪ା୫(ଡି.ଏନ୍‌.ଏ.): ମାରାତ୍ମକ କରୋନାକୁ ନେଇ ପ୍ରଶାସନ ପକ୍ଷରୁ ଗୁଟ୍‌ଖା ପରି ମାଦକ ଦ୍ରବ୍ୟ ବିକ୍ରି ଉପରେ କଟକଣା ଜାରି କରାଯାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏହି କଟକଣାକୁ ଉଲ୍ଲଂଘନ କରି ଜନୈକ ବ୍ୟବସାୟୀ ଦୀର୍ଘଦିନ ହେଲା ଚଢ଼ାଦରରେ ବେଆଇନ ଭାବେ କାରବାର ଚଳାଇ ଆସୁଥିଲେ। ପୋଲିସ ପକ୍ଷରୁ ଗୁରୁବାର ଧୋବାସାହି ଛକନିକଟରେ ଗୁଟ୍‌ଖା ବିକ୍ରି ଚାଲିଥିବା ବେଳେ ଅତର୍କିତ ଭାବେ ଚଢ଼ାଉ କରାଯାଇଛି। ଏହି ସମୟରେ ମାଷ୍ଟରମାଇଣ୍ଡ୍‌ ତଥା ମୁଖ୍ୟ ବ୍ୟବସାୟୀ ଜଣକ ସର୍ବସମ୍ମୁଖରେ ଘଟଣାସ୍ଥଳରୁ କୌଶଳ କ୍ରମେ ଚମ୍ପଟ ମାରିଛନ୍ତି। ଯାହାକି ଉପସ୍ଥିତ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଅନ୍ୟ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗୁଟ୍‌କା, ତବାଖୁ ପୁଡିଆ ସହ ୨ଟି ମୋଟରସାଇକେଲ ଜବତ କରିଛି॥ ଗିରଫ ଯୁବକମାନେ ହେଲେ ପୁରୁଷୋତ୍ତମପୁରର ପୂର୍ଣ୍ଣଚନ୍ଦ୍ର ପାଳ, ଗୋଠିଆଳି ଗ୍ରାମର ଏସ୍‌. ଜୟସେନ୍‌ ପାତ୍ର ଓ ଚଢ଼େୟାପଲ୍ଲୀର ଇ. ଉମାଶଙ୍କର ସେନାପତି । ଏହାକୁ ନେଇ କେସ୍‌ ନଂ. ୧୧୩/୨୦ ରୁଜୁ କରାଯାଇଛି । ଘଟଣାର ଅଧିକ ତଦନ୍ତ ଚାଲିଛି। ଏଥିରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ଓ ଚମ୍ପଟ ମାରିଥିବାର କୁହାଯାଉଛି ତାହାର ତଦନ୍ତ କରି ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହାୟତାର ହାତ ବଢ଼ାଇଲେ କଣ୍ଠଶିଳ୍ପୀ ଅସୀମା ପଣ୍ଡା: ବନ୍ୟା-ଭୂସ୍ଖଳନ ପୀଡ଼ିତଙ୍କୁ ଭେଟି…

ଭଞ୍ଜନଗର,୨୩।୧୧(ବାବୁଲା ପ୍ରଧାନ):ରାଜ୍ୟର ଜଣାଶୁଣା କଣ୍ଠଶିଳ୍ପୀ ଅସୀମା ପଣ୍ଡା ଗଞ୍ଜାମ ଜିଲାର ଗିଡ଼ିପାବାଲି ଓ ତଡ଼ମା ଏବଂ କନ୍ଧମାଳ ଜିଲ୍ଲାର ଇନ୍ଦ୍ରଗଡ଼ ଗ୍ରାମର ବନ୍ୟା ଓ ଭୂସ୍ଖଳନ ପୀଡ଼ିତ…

ଜନଜାତିଙ୍କୁ ମିଳୁନି ଆବାସ, ଭତ୍ତା ଓ ରୋଜଗାର: ଖବର ପ୍ରସାରଣ ପରେ ପହଞ୍ଚିଲା ପ୍ରଶାସନ

ମହାକାଳପଡ଼ା, ୨୩/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ଜନଜାତି ବହୁଳ ଶବରପଡ଼ାବାସୀଙ୍କ ପାଇଁ ଆବାସ ଗୃହ, ଭତ୍ତା, ସର୍ବଶିକ୍ଷା…

୨୦୨୯-୩୦କୁ ଘୁଞ୍ଚିଲା ଗୁଣପୁର ନିର୍ବାଚନମଣ୍ଡଳୀର ଲାଇଫ୍‌ଲାଇନ୍‌ :ପଦ୍ମପୁର–ଗୁଡ଼ାରୀ–ରାଇବିଜି ରାସ୍ତାର ପ୍ରଶସ୍ତୀକରଣ

ଗୁଡ଼ାରୀ, ୨୩/୧୧ (ପ୍ରମୋଦ କୁମାର ପତି): ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ଜୀବନରେଖା ଭାବେ ପରିଚିତ ପଦ୍ମପୁର–ଗୁଡ଼ାରୀ–ରାଇବିଜି ପୂର୍ତ୍ତ ବିଭାଗ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ୨୦୨୯-୩୦ ଆର୍ଥିକ…

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୩ ବିଜେଡି ନେତାଙ୍କୁ ଉଠାଇ ନେଲା ପୋଲିସ: ବଢୁଛି ଚର୍ଚ୍ଚା

ଗଞ୍ଜାମ, ୨୩।୧୧(ବିଦ୍ୟାଧର ସାହୁ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ୩ ଜଣ ବିଜେଡି ନେତାଙ୍କୁ ଉଠାଇ ନେଲା ଗଞ୍ଜାମ ଥାନା ପୋଲିସ। ସୋମବାର ସକାଳେ…

କେମିତି WTC ଫାଇନାଲ ଯିବ ଟିମ୍‌ଇଣ୍ଡିଆ: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୩।୧୨: ୱାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ (WTC) ୨୦୨୫-୨୭ ଫାଇନାଲ୍‌ରେ ପହଞ୍ଚିବା ଟିମ ଇଣ୍ଡିଆ ପାଇଁ ଏବେ ଚ୍ୟାଲେଞ୍ଜିଂ ହୋଇପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଡ୍ର’ ରହିବା…

୩ ଥର ଗର୍ଭପାତ, ୩୫ ଲକ୍ଷ ଟଙ୍କା ଠକେଇ! ଲିଭ୍‌-ଇନ୍‌ ପାର୍ଟନରଙ୍କ ବିରୋଧରେ ମହିଳାଙ୍କ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୧: ହରିୟାଣାର ଗୁରୁଗ୍ରାମସ୍ଥିତ ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ଜଣେ ମହିଳା ନିଜ ପୁରୁଷ ସହକର୍ମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ବିବାହର ପ୍ରତିଶ୍ରୁତି…

ଟେଷ୍ଟ କ୍ରିକେଟର ଭବିଷ୍ୟତ ଏହି ୫ କ୍ରିକେଟର୍‌: କେନ ୱିଲିୟମସନଙ୍କ ତାଲିକାରେ ଅଛନ୍ତି ୨ ଭାରତୀୟ

ନୂଆଦିଲ୍ଲୀ,୨୩।୧୧: ଟେଷ୍ଟ କ୍ରିକେଟ୍‌ର ଭବିଷ୍ୟତକୁ ନେଇ ବଡ଼ ମତ ରଖିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ ୱିଲିୟମସନ। ଆଗାମୀ ଦିନରେ ଟେଷ୍ଟ କ୍ରିକେଟ୍‌ରେ କେଉଁ ବ୍ୟାଟରମାନେ ରାଜ…

ଋଷିକୁଲ୍ୟାରେ ବ୍ୟାରେଜ୍‌, ତାରାତାରିଣୀରେ ନୌବିହାର: ଗଞ୍ଜାମର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪ ଦଫା ଦାବିପତ୍ର

ପୁରୁଷୋତ୍ତମପୁର, ୨୨।୧୧ (ସବିତା ମିଶ୍ର): ଋଷିକୁଲ୍ୟା ନଦୀରେ ବ୍ୟାରେଜ୍‌ ନିର୍ମାଣଠାରୁ ଆରମ୍ଭ କରି ମା’ ତାରାତାରିଣୀ ପୀଠରେ ନୌବିହାର ବ୍ୟବସ୍ଥା ପର୍ଯ୍ୟନ୍ତ। ଗଞ୍ଜାମ ଜିଲାର ଜଳସେଚନ, କୃଷି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?