ପୋଲିସ ବିଭାଗରେ ଅଦଳବଦଳ: ବଦଳିଲେ ୨୦ ଇନ୍ସପେକ୍ଟର, ୩୯ ଏସ୍‌ଆଇ

କଟକ ଅଫିସ,୭।୬: ରାଜ୍ୟ ପୋଲିସରେ ଇନ୍ସପେକ୍ଟର, ସବ୍‌-ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର ସ୍ତରରେ ଶନିବାର ଅଦଳବଦଳ କରାଯାଇଛି। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ବଦଳି ନିର୍ଦ୍ଦେଶ ଜାରି କରିଛି। ବଦଳି ତାଲିକାରେ ରହିଛନ୍ତି ୧୫ ଜଣ ଇନ୍ସପେକ୍ଟର, କେବିକେ ଓ କନ୍ଧମାଳରେ ୫ବର୍ଷ ପୂରଣ କରିଥିବା ୨୩ ଜଣ ଏସ୍‌ଆଇ, ପାରିବାରିକ କାରଣରୁ ୧୨ ଜଣ ଏସ୍‌ଆଇ, ୪ ଜଣ ଏସ୍‌ଆଇ, ୨ ଜଣ ଏଏସ୍‌ଆଇ ଓ ପଦୋନ୍ନତି ପାଇଥିବା ୫ ଜଣ ଇନ୍ସପେକ୍ଟର ରହିଛନ୍ତି।

ଇନ୍ସପେକ୍ଟର ସ୍ତରରେ କମିଶନରେଟ୍‌ ପୋଲିସର ଦିଲ୍ଲୀପ ସ୍ବାଇଁଙ୍କୁ ଗଞ୍ଜାମ, ଜୟଦେବ ବିଶ୍ୱଜିତ୍‌ଙ୍କୁ ଏସ୍‌ଆର୍‌ପି କଟକ, ଜ୍ଞାନେନ୍ଦ୍ର କୁମାର ସାହୁଙ୍କୁ ପୁରୀ ବଦଳି କରାଯାଇଛି। ବ୍ରହ୍ମପୁର ପୋଲିସ ଜିଲାର ସୁମନ୍ତ କିଶାନଙ୍କୁ କେନ୍ଦ୍ରାପଡ଼ା, ଗୌରାଙ୍ଗ ଚରଣ ସାହୁଙ୍କୁ ଭଦ୍ରକ, ଗଞ୍ଜାମ ପୋଲିସ ଜିଲାର ଯୁବରାଜ ସ୍ବାଇଁ, ପୁରୀ ପୋଲିସର ସୁବ୍ରତ ସାହୁଙ୍କୁ କମିଶନରେଟ୍‌ ପୋଲିସକୁ ବଦଳି କରାଯାଇଛି। ସେହିପରି ଏସ୍‌ଟିଏଫ୍‌ର ପ୍ରଜ୍ଞା ପାରମିତା ଜେନାଙ୍କୁ ନୟାଗଡ଼ ଓ ଆଲୋକ କୁମାର ଜେନାଙ୍କୁ ଭଦ୍ରକ, ଅର୍ଥନୈତିକ ଅପରାଧ ଶାଖାର ନିବେଦିତା ଦାସଙ୍କୁ ଏସ୍‌ଆର୍‌ପି କଟକ, କେନ୍ଦ୍ରାପଡ଼ାର ରାମ କୁମାର ମୁର୍ମୁଙ୍କୁ ବ୍ରହ୍ମପୁର, ଜିଆର୍‌ପି କଟକର ଭରତ ଚନ୍ଦ୍ର ସାହୁଙ୍କୁ କମିଶନରେଟ୍‌ ପୋଲିସ, ଭିଜିଲାନ୍ସର ସୁଶାନ୍ତ କୁମାର ମିଶ୍ରଙ୍କୁ ଭଦ୍ରକ, ଭାଲେଣ୍ଟିନା ରାୟଙ୍କୁ ବ୍ରହ୍ମପୁର ଏବଂ ସିଆଇଡିର ଅକ୍ଷୟ କୁମାର ନାୟକଙ୍କୁ ବ୍ରହ୍ମପୁର ପୋଲିସ ଜିଲାକୁ ବଦଳି କରାଯାଇଛି। ପଦୋନ୍ନତି ପାଇଥିବା ଇନ୍ସପେକ୍ଟର ଚମ୍ପତ୍ତି ପାତ୍ରଙ୍କୁ କମିଶନରେଟ୍‌ ପୋଲିସରୁ ରାଉରକେଲା, ଦୁର୍ଗାଚରଣ ପ୍ରଧାନଙ୍କୁ ଜିଆର୍‌ପି ରାଉରକେଲାରୁ ଏସ୍‌ଆରପି କଟକ, ଚାରୁଲତା ନନ୍ଦଙ୍କୁ ସିଆଇଡିରୁ ଯାଜପୁର, ନୟାଗଡ଼ ପୋଲିସର ରଞ୍ଜନ କୁମାର ମାଝିଙ୍କୁ ମାଲକାନଗିରି ବଦଳି କରାଯାଇଛି। ନୟାଗଡ଼ର ରିନାରାଣୀ ସାହୁଙ୍କୁ ପଦୋନ୍ନତି ସତ୍ତ୍ୱେ ଅନ୍ୟ ଜିଲାକୁ ତାଙ୍କର ବଦଳି ହୋଇନାହିଁ। ପାରିବାରିକ କାରଣରୁ ପ୍ରଫୁଲ୍ଲ କୁମାର ସାହୁଙ୍କୁ କେନ୍ଦ୍ରାପଡ଼ାରୁ ବ୍ରହ୍ମପୁର, ସସ୍ମିତା ସେଠୀଙ୍କୁ ଭଦ୍ରକରୁ ବ୍ରହ୍ମପୁର, ଅର୍ଚ୍ଚନା ଛୋଟରାୟଙ୍କୁ କେନ୍ଦୁଝରରୁ ବରଗଡ଼, ସୌମ୍ୟା ରାୟଙ୍କୁ ଅନୁଗୋଳରୁ ଭଦ୍ରକ, ପ୍ରତିଭା ପାଢ଼ୀଙ୍କୁ କଟକରୁ ନୂଆପଡ଼ା, ବଂଶୀଧର ମଲ୍ଲିକଙ୍କୁ କମିଶନରେଟ୍‌ ପୋଲିସରୁ ବୌଦ୍ଧ, ମୁକେଶ କୁମାର ବେହେରାଙ୍କୁ ଗଜପତିରୁ ଖୋର୍ଦ୍ଧା, ସୁଶାନ୍ତ କୁମାର ଖୁଣ୍ଟିଆଙ୍କୁ କେନ୍ଦୁଝରରୁ କଟକ, ସୁଶ୍ରୀ ଶର୍ମିଷ୍ଠା ସୁନାଙ୍କୁ ସମ୍ବଲପୁରରୁ କମିଶନରେଟ୍‌ ପୋଲିସ, ଶାନ୍ତନୁ କୁମାର ଜେନାଙ୍କୁ ଜଗତସିଂହପୁରରୁ ଭଦ୍ରକ, ଶିବ ଶଙ୍କରଙ୍କୁ କନ୍ଧମାଳରୁ କେନ୍ଦୁଝର ଏବଂ ରାଜେଶ କୁମାର ସେଠୀଙ୍କୁ ଯାଜପୁରରୁ ମାଲକାନଗିରିକୁ ବଦଳି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଦୁର୍ଘଟଣା: ବଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?