ପୋଲିସ ଜାଲରେ ବ୍ରାଉନସୁଗାର ଡିଲର ସନ୍ତୋଷ: ୩୦୦ ଗ୍ରାମ ବ୍ରାଉନସୁଗାର ଓ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ଭୁବନେଶ୍ୱର,୧୦ା୯(ବ୍ୟୁରୋ): କମିଶନରେଟ ପୋଲିସ ଜାଲରେ ବ୍ରାଉନସୁଗାର ଡିଲର ସନ୍ତୋଷ କୁମାର ପଣ୍ଡା। ୫ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବ୍ରାଉନ୍‌ସୁଗାର ଯୋଗାଉଥିବା ସନ୍ତୋଷଙ୍କୁ ଖଣ୍ଡଗିରି ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଗିରଫ କରିଛି। ଏଥିସହ ତାଙ୍କ ନିକଟରୁ ୩ଶହ ଗ୍ରାମର ବ୍ରାଉନ୍‌ସୁଗାର, ନଗଦ ୨ଲକ୍ଷ ୧୪ ହଜାର ଟଙ୍କା, ୫ ମୋବାଇଲ ଫୋନ୍‌ ଓ ବାଇକ୍‌ ଜବତ କରିଛି। ଜବତ ବ୍ରାଉନସୁଗାର ମୂଲ୍ୟ ୩ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏନେଇ ଖଣ୍ଡଗିରି ଥାନାରେ ତାଙ୍କ ନାମରେ ମାମଲା (ନଂ.୪୯୧/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ର଼୍ୟାକେଟ ସମ୍ପର୍କରେ ପଚରାଉଚରା କରାଯାଉଛି ବୋଲି ଡିସିପି ଅନୁପ କୁମାର ସାହୁ କହିଛନ୍ତି।

ପଚରାଉଚରାବେଳେ ମିଳିଥିବା ତଥ୍ୟ ଆଧାରରେ ଡିସିପି ସାହୁ କହିଛନ୍ତି, ସନ୍ତୋଷଙ୍କ ଘର ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ। ସେ ବାଲେଶ୍ୱରରୁ ବ୍ରାଉନସୁଗାର ଆଣି ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଇଥାନ୍ତି। ବିଶେଷକରି ପୁରୀ ଓ ଖୋର୍ଦ୍ଧା ଜିଲାରେ ତାଙ୍କ ର଼୍ୟାକେଟ ବେଶ୍‌ ସକ୍ରିୟ ରହିଛି। ତାଙ୍କ ନାମରେ ପୂର୍ବରୁ ଆପରାଧିକ ମାମଲା ରହିଛି। ଖୋର୍ଦ୍ଧା ଥାନାରେ ରହିଥିବା ଏକ ହତ୍ୟା ମାମଲା (ନଂ. ୩୦୦/୧୧)ରେ ତାଙ୍କୁ ଦଣ୍ଡାଦେଶ ହୋଇଥିବାବେଳେ ୨୦୧୪ରେ ଜେଲରୁ ପାରୋଲରେ ଆସି ଫେରାର ହୋଇଯାଇଥବଲେ। ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହୋଇଥିଲା। ଖୋର୍ଦ୍ଧା, ଟାଙ୍କୀ ଓ ବଳଙ୍ଗା ଥାନାରେ ତାଙ୍କ ନାମରେ ୬ରୁ ଊର୍ଦ୍ଧ୍ୱ ଆପରାଧିକ ମାମଲା ରହିଥିବାବେଳେ ସେ ପୋଲିସ ଟାର୍ଗେଟରେ ଥିଲେ। ରାଜଧାନୀ ଓ ଉପକଣ୍ଠ ଅଞ୍ଚଳରେ ବ୍ୟାପୁଥିବା ଡ୍ରଗ୍ସ କାରବାର ଉପରେ ରୋକ୍‌ ଲଗାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୨ ମାସ ଧରି ସ୍ବତନ୍ତ୍ର ଚଢାଉ ଆରମ୍ଭ ହୋଇଥିଲା। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଖୁଚୁରା ବେପାରିଙ୍କୁ ପୋଲିସ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା। ସେମାନଙ୍କଠାରୁ ସନ୍ତୋଷଙ୍କ ବ୍ରାଉନସୁଗାର ସାମ୍ରାଜ୍ୟ ସମ୍ପର୍କରେ ସୁରାକ ପାଇଥିଲା ପୋଲିସ। ଟିକିନିଖି ତଥ୍ୟ ହାସଲ କରିବା ପରେ ସନ୍ତୋଷଙ୍କ ଉପରେ ପୂରା ନଜର ରଖାଯିବା ସହ ତାଙ୍କୁ ଧରିବାକୁ ଜାଲ ବିଛାଯାଇଥିଲା। ସେ ଖଣ୍ଡଗିରି ଥାନା ଅଧୀନ କଳିଙ୍ଗନଗରସ୍ଥିତ ବଗ ପାର୍କ ନିକଟରେ ଖୁଚୁରା ବେପାରିଙ୍କୁ ବ୍ରାଉନ୍‌ସୁଗାର ବିିକ୍ରି କରିବାର ଆଗୁଆ ସୂଚନା ପାଇ ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ସେଠାରେ ଜଗି ରହିଥିଲା। ସନ୍ତୋଷ ବ୍ରାଉନସୁଗାର ଧରି ବାଇକ୍‌ରେ ପହଞ୍ଚତ୍ବା ମାତ୍ରେ ତାଙ୍କୁ କାବୁ କରି ନିଆଯାଇଥିଲା। ବୁଧବାର ଅଭିଯୁକ୍ତ ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri