ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା; ୨୦ ଦିନରେ ଚାର୍ଜଶିିଟ୍‌ ପ୍ରସ୍ତୁତ କରାଯିବ: କେନ୍ଦ୍ରାଞ୍ଚଳ ଡିଆଇଜି

ପୁରୀ ଅଫିସ, ୩ା୧୨: ପୁରୀ ପୋଲିସ କ୍ୱାର୍ଟର୍ସରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବହିଷ୍କୃତ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀ (ସି-୪୫୦) ଏବଂ ପୁରୀ ସଦର ଥାନା ଅନ୍ତର୍ଗତ ଆରିଡ଼ା ଗ୍ରାମର ରାଜା ଓରଫ ରାଜେଶ କୁମାର ସେଠୀ। ପୀଡ଼ିତାଙ୍କ ବୟାନ ଭିତ୍ତିରେ ସୋମବାର ରାତିରେ ଏହି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯାଇଥିଲା। ମଙ୍ଗଳବାର ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେଠାରେ ଜାମିନ୍‌ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ଲାଗି ପୋଲିସ ଉଦ୍ୟମ ଜାରି ରଖିଛି। ଏଥିଲାଗି ୪ଟି ଟିମ୍‌ ଗଠନ ହୋଇଥିବାବେଳେ ୨୦ଦିନ ମଧ୍ୟରେ ଚାର୍ଜଶିଟ୍‌ ପ୍ରସ୍ତୁତ କରାଯାଇ ଫାଷ୍ଟଟ୍ରାକ୍‌ କୋର୍ଟଙ୍କୁ ବିଚାର ପାଇଁ ନିବେଦନ କରାଯିବ ବୋଲି ମଙ୍ଗଳବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ରଞ୍ଚଳ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି।

ଡିଆଇଜି ସିଂ କହିଛନ୍ତି, ପୀଡ଼ିିତା ଦେଇଥିବା ବୟାନ ଅନୁଯାୟୀ ସେ ସୋମବାର ସନ୍ଧ୍ୟାରେ ନିମାପଡ଼ା ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିଲେ। ଗିରଫ ଅଭିଯୁକ୍ତ ଜିତେନ୍ଦ୍ର (ବହିଷ୍କୃତ କନଷ୍ଟେବଳ)ଙ୍କ ସମେତ ୪ଜଣ ତାଙ୍କୁ ସେଠାରୁ ଏକ କାର୍‌ ଯୋଗେ ଅପହରଣ କରି ଆଣି ପୁରୀ ଝାଡ଼େଶ୍ୱର ଛକସ୍ଥିତ ପୋଲିସ କଲୋନୀରେ ଥିବା ଜଣେ କନଷ୍ଟେବଳଙ୍କ କ୍ୱାର୍ଟର୍ସରେ ଗଣବଳାତ୍କାର କରିଥିଲେ। କ୍ୱାର୍ଟର୍ସ ଭିତରେ ଦୁଇଜଣ ତାଙ୍କୁ ବଳାତ୍କାର କରିଥିବାବେଳେ ଅନ୍ୟ ଦୁଇଜଣ ବାହାରେ ଅପେକ୍ଷା କରିଥିଲେ। ପୀଡ଼ିିତାଙ୍କ ଏତଲା ଭିତ୍ତିରେ ପୋଲିସ ଦଫା ୩୬୩, ୩୭୬ (ଡିଏ) ୩୯୪ ଆଇପିସି/୬ ପୋକ୍ସୋ ଆକ୍ଟ ଅନୁଯାୟୀ ୩୦୮/୧୯ରେ ଏକ ମାମଲା ରୁଜୁ କରିଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ହିରୋହୋଣ୍ଡା ସାଇନ ବାଇକ ଓ ଏକ ହୋଣ୍ଡା ଆଭିଏଟର ସ୍କୁଟି ଜବତ କରାଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ରଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ବିଶୃଙ୍ଖଳିତ ଆଚରଣ, ଜନତାଙ୍କୁ ଦୁର୍ବ୍ୟବହାର ଏବଂ ଜଣେ ମହିଳାଙ୍କୁ ପୋଡ଼ି ମାରିବା ଅଭିଯୋଗରେ ତାଙ୍କୁ ଫେବୃୟାରୀ ୧୬ତାରିଖରୁ ଚାକିିରୀରୁ ବହିଷ୍କୃତ କରାଯାଇଛି। ଏଣୁ ପୋଲିସ ପରିଚୟପତ୍ର ବହନ କରିବା ଲାଗି ଆଇନତଃ ତାଙ୍କର କୌଣସି ଅଧିକାର ନାହିଁ। ତେବେ ସେ ପୋଲିସ ପରିଚୟପତ୍ରର ଅପବ୍ୟବହାର କରିଥିବାରୁ ତାଙ୍କ ନାମରେ ଆଉ ଏକ ମାମଲା ରୁଜୁ କରାଯିବ। ମଙ୍ଗଳବାର ପୀଡ଼ିତାଙ୍କ ପରିବାର ଲୋକେ ଆସି ପହଞ୍ଚତ୍ଛନ୍ତି। ସେମାନଙ୍କ ସହ ଆଲୋଚନା କରାଯାଇଛି। ପୀଡ଼ିିତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି। ତାଙ୍କ ମାନସିକ ଅବସ୍ଥା ସ୍ଥିର ରହିଛି। ଜିଲା ପ୍ରଶାସନ ପକ୍ଷରୁ ପୀଡ଼ିିତାଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା କରାଯାଇଛି। ଏହି ଘଟଣାକୁ ପୁରୀ ପୋଲିସ ଗୁରୁତ୍ୱର ସହିତ ନେଇଛି। ୨୦ ଦିନ ମଧ୍ୟରେ କିପରି ଏହାର ଚାର୍ଜଶିଟ୍‌ ପ୍ରସ୍ତୁତ କରାଯିବ ସେ ନେଇ ପ୍ରସ୍ତୁତି ଚାଲିଛି। ଚାର୍ଜଶିଟ୍‌ ପରେ ଫାଷ୍ଟଟ୍ରାକ କୋର୍ଟ ମାଧ୍ୟମରେ ଯେପରି ମାମଲାର ତୁରନ୍ତ ଫଇସଲା ହୋଇପାରିବ ସେଥିଲାଗି କୋର୍ଟଙ୍କୁ ନିବେଦନ କରାଯିବ। ଏଥିଲାଗି ଅଭିଜ୍ଞ ପୋଲିସ ଅଫିସରମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଘଟଣା ଉପରେ ଫୋକସ୍‌ କରିବ। ଏହି ମାମଲା ପରିଚାଳନା ଲାଗି ଜଣେ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର (ପିପି)ଙ୍କ ସହଯୋଗ ନିଆଯିବ ବୋଲି ଡିଆଇଜି ସିଂ କହିଛନ୍ତି। ସେହିପରି ଘଟଣା ଘଟିଥିବା କ୍ୱାର୍ଟର୍ସକୁ ଚିହ୍ନଟ କରାଯାଇଛି। ମଙ୍ଗଳବାର ସାଇଣ୍ଟିଫିକ ଟିମ୍‌ ସେଠାକୁ ଯାଇ ତଦନ୍ତ କରିଛନ୍ତି। ତଦନ୍ତ ବେଳେ ବିିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଏଥିସହ ସେହି କ୍ୱାର୍ଟର୍ସକୁ ସିଲ୍‌ କରାଯାଇଛି। ଉକ୍ତ କ୍ୱାର୍ଟର୍ସ ଜିତେନ୍ଦ୍ରଙ୍କ ସ୍ତ୍ରୀଙ୍କ ନାମରେ ରହିଛି। ସେ ଜଣେ କନଷ୍ଟେବଳ ଭାବେ କାର୍ଯ୍ୟରତ ଅଛନ୍ତି ବୋଲି ଡିଆଇଜି ସିଂ କହିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ ଲାଗି ଏସ୍‌ପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶ କ୍ରମେ ୪ଟି ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇଜଣଙ୍କୁ ଧରିଛି। ଏଏସ୍‌ପି ପି.କେ.ସ୍ବାଇଁ, ଏଏସ୍‌ପି ଅରୁଣ କୁମାର ଜେନା, ସିଟି ଡିଏସ୍‌ପି କ୍ଷୀରସାଗର ନାୟକଙ୍କ ନେତୃତ୍ୱରେ ବିଭିନ୍ନ ଥାନାର ଅଧିକାରୀମାନଙ୍କୁ ନେଇ ଗଠିତ ଟିମ୍‌ ଏହି ଚଢାଉରେ ସାମିଲ ହୋଇଥିଲେ। କୁମ୍ଭାରପଡ଼ା ଥାନା ଅଧିକାରୀ କୁଳମଣି ସେଠୀ ଏହାର ତଦନ୍ତ ଦାୟିତ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri