ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣବଳାତ୍କାର :ବହିଷ୍କୃତ ପୋଲିସ କନଷ୍ଟେବଳ ଗିରଫ, ୩ ଅଟକ

ପୁରୀ ଅଫିସ, ୩।୧୨: ଶ୍ରୀକ୍ଷେତ୍ରରେ ଘଟିଛି ପୁଣି ଏକ କଳଙ୍କିତ ଘଟଣା। ସୋମବାର ରାତିରେ ଜଣେ ନାବାଳିକା(୧୭)ଙ୍କୁ ପୋଲିସ କ୍ୱାର୍ଟର୍ସରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। କୁମ୍ଭାରପଡ଼ା ଥାନାରେ ନିଜେ ପୀଡ଼ିତା ଏହି ଅଭିଯୋଗ କରିଛନ୍ତି। ନିଜକୁ ପୋଲିସ ବୋଲି ପରିଚୟ ଦେଇ ଜଣେ ଯୁବକଙ୍କ ସମେତ ୪ଜଣ ଲିଫ୍ଟ ଦେବା ବାହାନାରେ ତାଙ୍କୁ ଗଣବଳାତ୍କାର କରିଥିବା ପୀଡ଼ିତା କହିଛନ୍ତି। ଘଟଣା ପ୍ରଚାରିତ ହେବା ପରେ ପୋଲିସ ପ୍ରତି ଅଙ୍ଗୁଳି ଉଠିଛି। ପୁରୀ ଏସ୍‌ପି ଉମାଶଙ୍କର ଦାଶ ତୁରନ୍ତ କୁମ୍ଭାରପଡ଼ା ଥାନାରେ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଯୁବତୀଙ୍କ ବୟାନକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ତଥା ବହିଷ୍କୃତ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀ(ନଂ. ୪୫୦)ଙ୍କୁ ଗିରଫ କରିଛି। ଅନ୍ୟ ୩ଜଣଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି। ପୋଲିସ ଏକ କାର ଏବଂ କନଷ୍ଟେବଳଙ୍କ ପରିଚୟପତ୍ର ଜବତ କରିଛି। ଏନେଇ ଥାନାରେ ଆଇପିସି ଦଫା ୩୭୬, ପୋକ୍‌ସୋ ଆକ୍ଟ ଅନୁଯାୟୀ କେସ୍‌ ନଂ. ୩୦୮/୧୯ରେ ଏକ ମାମଲା ରୁଜୁ ହୋଇଛି। ଥାନାରେ ଡିଆଇଜି ଆଶିଷ କୁମାର ସିଂ ପହଞ୍ଚତ୍ ଘଟଣା ସମ୍ପର୍କରେ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଘଟଣାର ପ୍ରତିବାଦ କରାଯାଇ ରାତି ପ୍ରାୟ ୧୧ଟାରେ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା। ସେହିପରି ପୁରୀରେ ଭାଜପା ମହିଳା ମୋର୍ଚ୍ଚାର ଶତାଧିକ କର୍ମୀ ପୀଡ଼ିତାଙ୍କୁ ନ୍ୟାୟ ଓ କ୍ଷତିପୂରଣ ଦାବିରେ କୁମ୍ଭାରପଡ଼ା ଥାନା ଘେରାଉ କରିବା ସହ ରାସ୍ତାରୋକୋ କରିଥିଲେ। ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ସହ ସ୍ଥାନୀୟ ଲୋକ ଓ ଭାଜପା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ବରିଷ୍ଠ ପୋଲିସ ଅଧିକାରୀମାନେ ମହିଳା ମୋର୍ଚ୍ଚା ନେତା ଓ କର୍ମୀଙ୍କୁ ବୁଝାଶୁଝା କରିବା ପରେ ସେମାନେ ଆନ୍ଦୋଳନରୁ ଉଠିଥିଲେ।
ପୀଡିତାଙ୍କ ବୟାନ ଅନୁଯାୟୀ, ସେ କାକଟପୁର ଯିବା ଲାଗି ନିମାପଡ଼ା ବସ୍‌ଷ୍ଟାଣ୍ଡରେ ସନ୍ଧ୍ୟା ପ୍ରାୟ ୬ଟାରେ ଅପେକ୍ଷା କରିଥିଲେ। ବସଷ୍ଟାଣ୍ଡ ପ୍ରାୟ ଫାଙ୍କା ରହିଥିଲା। ଏହି ସମୟରେ ସେଠାରେ ଏକ କାର୍‌ ଅଟକିଥିଲା। ଜିତେନ୍ଦ୍ର କାରରୁ ବାହାରି ଏଠି କାହିଁକି ଏକା ଠିଆ ହୋଇଛ ବୋଲି ପଚାରିଥିଲେ। ପୀଡିତା ସନ୍ଦେହ କରିବାରୁ ସେ ନିଜକୁ ପୋଲିସ ବୋଲି କହିବା ସହ ପରିଚୟ ପତ୍ର ଦେଖାଇଥିଲେ। ପରେ ତାଙ୍କୁ କାକଟପୁରରେ ଛାଡିଦେବେ ବୋଲି କହିଥିଲେ। ପୀଡ଼ିତା ପୋଲିସ ପରିଚୟ ପାଇବା ପରେ ଭରସା କରି କାରରେ ବସିଥିଲେ। କିନ୍ତୁ କାର ଭିତରେ ଆଉ ୩ଜଣ ଯୁବକ ଥିଲେ। ସେମାନେ ତାଙ୍କୁ କାକଟପୁର ନେବା ପରିବର୍ତ୍ତେ ପୁରୀ ଝାଡେଶ୍ୱରୀ ଛକସ୍ଥିତ ପୋଲିସ ରିଜର୍ଭରେ ଥିବା ଜଣେ କନଷ୍ଟେବଳଙ୍କ କ୍ୱାର୍ଟର୍ସକୁ ନେଇଥିଲେ। ସେଠାରେ ଜିତେନ୍ଦ୍ର ଓ ଅନ୍ୟଜଣେ ତାଙ୍କୁ ଗଣବଳାତ୍କାର କରିଥିବାବେଳେ ଆଉ ଦୁଇଜଣ ବାହାରେ ଅପେକ୍ଷା କରିଥିଲେ। କିନ୍ତୁ କୌଶଳ କ୍ରମେ ସେ ସେଠାରୁ ଖସି ଆସି ଥାନାରେ ପହଞ୍ଚତ୍ଥିଲେ ବୋଲି ପୀଡ଼ିତା ବୟାନ ଦେଇଥିବା ଡିଆଇଜି ସିଂ କହିଛନ୍ତି। ଏସ୍‌ପି ଦାଶ କହିଛନ୍ତି ଯେ, ପୀଡ଼ିତା ଖସି ଆସିବା ସମୟରେ ତାଙ୍କ ମୋବାଇଲ ଫୋନରେ ଅଭିଯୁକ୍ତମାନଙ୍କ ଭିଡିଓ ରେକର୍ଡଂ କରିଥିଲେ। ସେଥିରେ ଅଭିଯୁକ୍ତମାନେ ମଦ୍ୟପାନ କରୁଥିବା ଦୃଶ୍ୟ ରହିଥିବା ଦାଶ କହିଛନ୍ତି। ଅଭିଯୁକ୍ତ ଜିତେନ୍ଦ୍ରଙ୍କ ନାମରେ ପୂର୍ବରୁ ଜଣେ ମହିଳାଙ୍କୁ ପୋଡି ମାରିଦେବା ଉଦ୍ୟମରେ ମାମଲା ରୁଜୁ ହୋଇଛି। ସେହି ଘଟଣାରେ ଜିତେନ୍ଦ୍ରଙ୍କୁ ୧୬।୨।୨୦୧୯ରେ ଚାକିରିରୁ ବହିଷ୍କୃତ କରାଯାଇଥିଲା।
ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ମାନବାଧିକାର କର୍ମୀ ଜୟନ୍ତ କୁମାର ଦାଶ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ, ମହିଳା ସଂଗଠନ ତୀବ୍ର ବିରୋଧ କରିଛନ୍ତି। ପ୍ରକାଶ ଯେ, ଗତ ରଥଯାତ୍ରା ସମୟରେ ଗୁୁଣ୍ଡିଚା ମନ୍ଦିର ନିକଟ ବସ୍‌ଷ୍ଟାଣ୍ଡରେ ଏକ ଘରୋଇ ବସ୍‌ ଭିତରେ କେନ୍ଦୁଝର ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯିବା ଘଟଣା ଦେଶରେ ହଇଚଇ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

ଡୋନାଲ୍ଡ ଟ୍ରମ୍ପଙ୍କ ପୁଅଙ୍କ ଖର୍ଚ୍ଚର ଯାଞ୍ଚ କରାଯିବ; ତଦନ୍ତ ପାଇଁ ଦାବି କରିଛନ୍ତି ରିପବ୍ଲିକାନ ସିନେଟର୍‌

ଓ୍ବାଶିଂଟନ,୨୩।୯: ୟୁଟାହ ରିପବ୍ଲିକାନ ସେନେଟର ଜନ କର୍ଟିସ ସିନେଟ ନ୍ୟାୟପାଳିକା କମିଟିକୁ ତଦନ୍ତ କରିବାକୁ ଆହ୍ବାନ କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଜୁନିଅର ଆର୍ଥିକ ଲାଭ ପାଇଁ…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ନୂଆ ପ୍ରଦେଶ ପ୍ରଭାରୀ ଘୋଷଣା କଲା ଭାଜପା: ସ୍ମୃତି, ବୈଜୟନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜାଣନ୍ତୁ ଓଡ଼ିଶା ଦାୟିତ୍ୱରେ କିଏ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଦେଶ ପ୍ରଭାରୀ ଓ…

ସ୍ବତନ୍ତ୍ର ତକିଆ କିଣିଲେ ବୁମ୍‌ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?