Posted inଖେଳ

ପୂର୍ବତନ ଖେଳାଳିଙ୍କ ଅଭିଜ୍ଞତାକୁ ବେକାର ହେବାକୁ ଦିଅନି: ଡ୍ରାଭିଡ୍‌

ମୁମ୍ବାଇ,୧୩।୮(ପି.ଟି.): ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ହେଡ୍‌ କୋଚ୍‌ ରାହୁଲ ଡ୍ରାଭିଡ୍‌ ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦ୍ୱାରା ଆୟୋଜିତ ଓ୍ବେବିନାରରେ ଯୋଗ ଦେଇ ରାଜ୍ୟ ଆସୋସିଏଶନଗୁଡିକୁ ବହୁ ମୂଲ୍ୟ ଉପଦେଶ ଦେଇଛନ୍ତି। ପୂର୍ବତନ କ୍ରିକେଟରମାନଙ୍କ ଅଭିଜ୍ଞତାର ଫାଇଦା ଯେତେ ସମ୍ଭବ ଉଠାଇବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଖେଳାଳିମାନଙ୍କ ଅଭିଜ୍ଞତାକୁ ବେକାର ହେବାକୁ ଦିଅନି ବୋଲି ସେ କହିଛନ୍ତି।
ଏହି ଓ୍ବେବିନାରରେ ବିଭିନ୍ନ ରାଜ୍ୟ ୟୁନିଟ୍‌ଗୁଡିକର ସମ୍ପାଦକ ଓ କ୍ରିକେଟ ଅପରେଶନ ମୁଖ୍ୟମାନେ ଯୋଗ ଦେଇଥିଲେ। ଡ୍ରାଭିଡ୍‌ଙ୍କୁ ବାଦ୍‌ ଦେଲେ ବିସିସିଆ- ଏନ୍‌ସିଏ ହେଡ୍‌ ଅଫ୍‌ ଏଜୁକେଶନ ତଥା ପୂର୍ବତନ ଦିନିକିଆ ଓପନର ସୁଜିତ୍‌ ସୋମସୁନ୍ଦର ଓ ଟ୍ରେନର ଆଶିଷ କୌଶିକ୍‌ ମଧ୍ୟ ଏହି ଓ୍ବେବିନାରରେ ସାମିଲ ହୋଇଥିଲେ। ଆଜିର କୋଭିଡ୍‌-୧୯ ମହାମାରୀ ପରିସ୍ଥିତିରେ ଫିଟ୍‌ନେସ୍‌ ଡାଟା କଲେକ୍ସନ ଓ ଫିଟ୍‌ନେସ ଟ୍ରେନିଂର ପୁନଃଆରମ୍ଭ ନେଇ ଚର୍ଚ୍ଚା ହୋଇଥିଲା। ଅସୁବିଧା ସମୟରେ ପ୍ରଶାସକମାନେ ଯେପରି ବିଭିନ୍ନ ପରିସ୍ଥିତିର ସମ୍ନା କରି ତା’ର ସମାଧାନ କରୁଛନ୍ତି ତାହାକୁ ଡ୍ରାଭିଡ୍‌ ପ୍ରଶଂସା କରିଥିଲେ। ଭିତ୍ତିଭୂମି ସହିତ ଜଡିତ ରହି ପୂର୍ବତନ ଖେଳାଳିମାନେ ନିଜର ବହୁମୂଲ୍ୟ ଅଭିଜ୍ଞତା ଦ୍ୱାରା କ୍ରିକେଟର ଆହୁରି ଉନ୍ନତି କରିପାରିବେ ବୋଲି ସେ ମତ ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ୨୫ କିମ୍ବା ୩୦ଜଣ ଖେଳାଳି ଏକାଠି ଟ୍ରେନିଂ କରିବା କଷ୍ଟକର। ତେଣୁ ରାଜ୍ୟ ଟ୍ରେନର ଓ ଫିଜିଓମାନେ ପର୍ଯ୍ୟାୟକ୍ରମେ ଭର୍ଚୁଆଲ ଟ୍ରେନିଂ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେହିପରି ଷ୍ଟ୍ରେନ୍ଥ ଟ୍ରେନିଂ ଓ ସ୍କିଲ୍ସ ଟ୍ରେନିଂ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ କୌଶିକ ପ୍ରାଧାନ୍ୟ ଦେଇଥିଲେ। ସ୍କିଲ୍ସ ଟ୍ରେନିଂ କରିବା ବେଳେ ଷ୍ଟ୍ରେନ୍ଥ ଟ୍ରେନିଂ କମ୍‌ କରିବାକୁ ଏହାର ଠିକ୍‌ ଓଲ୍‌ଟା କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ଟିମ୍‌ ଫିଜିଓମାନେ ଡାଇଭର୍ସ ଡାଟା କଲେକ୍‌ଶନ ଉପରେ ସେ ଗୁରୁତ୍ୱ ଦେବା ଉଚିତ ଓ ରିହାବିଲିଟେଶନ ଅବସରରେ ଏହାର ପ୍ରାସଙ୍ଗିକତା ରହିଛି ବୋଲି କୌଶିକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri