ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର,୧୩।୮(ନି.ପ୍ର.)-ଗଡଜାତ ପରମ୍ପରା ଅନୁସାରେ ନୂଆଁଖାଇ ଲଗ୍ନ ବୁଧବାର ସନ୍ଧ୍ୟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର ପରିସରରେ ଧାର୍ଯ୍ୟ ହୋଇଛି । ଆସନ୍ତା ୨୩ ତାରିଖ ଋଷି ପଞ୍ଚମୀ ଶୁକ୍ଳ ପକ୍ଷ ରବିବାର ସମଲେଇ ମନ୍ଦିରରୁ ସ୍ବତନ୍ତ୍ର ଭାବେ ପାହୁର ଶୋଭାଯାତ୍ରା ସକାଳ ୮ଟା ୪୦ମିନିଟ୍‌ରୁ ୯ଟା ମଧ୍ୟରେ ବାହାରିବ। ଏହା ଅଷ୍ଟଚଣ୍ଡୀ ଓ ବଡ ହନୁମାନଙ୍କ ପୀଠକୁ ଯିବ । ପୂର୍ବାହ୍ନ ୯ଟା ୩୦ରୁ ୯ଟା୪୪ମିନିଟ ମଧ୍ୟେ ତୁଳା ନକ୍ଷତ୍ର ଲଗ୍ନ ଅମୃତ ସମୟରେ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ଠାରେ ନବାନ୍ନ ଭୋଗ ଲାଗିବ । ଏହାପରେ ଜିଲାବାସୀ ନବାହ୍ନ ଭକ୍ଷଣ କରିବେ । ସମସ୍ତଙ୍କ ସମ୍ମତି ହେବା ପରେ ପଣ୍ଡିତଙ୍କ ଦ୍ୱାରା ବିଶେଷ ପୂଜାର୍ଚ୍ଚନା ହୋଇଥିଲା । ପଣ୍ଡିତ ମହାସଭାରେ ଜ୍ୟୋତିର୍ବିଦ୍‌ ସିତାଂଶୁ ଶେଖର ପାଣିଗ୍ରାହୀ, ଗୌରୀଶଙ୍କର ରଥ ଓ ରାମଗୋପାଳ ପୂଜାହାରୀଙ୍କ ସମେତ ବହୁ ପଣ୍ଡିତ ଲଗ୍ନଧାର୍ଯ୍ୟରେ ସାମିଲ ଥିଲେ। ଏଥିରେ ସାମାଜିକ କର୍ମୀ ଶ୍ରୀବତ୍ସ ମଲ୍ଳିକ ଓ ଶିବରାମ ସାହୁ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପରମ୍ପରା ଅନୁଯାୟୀ ଭାଦ୍ରବ କୃଷ୍ଣପକ୍ଷ ନନ୍ଦୋତ୍ସୋବ ତିଥିରେ ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଥାଏ । ଦେବୋତ୍ତର ବିଭାଗ ମ୍ୟୁନିସିପାଲିଟିକୁ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ପୂର୍ବରୁ ଦାୟିତ୍ୱ ନ୍ୟସ୍ତ କରିଛି । କିନ୍ତୁ ଚଳିତ ଥର କୋଭିଡ କଟକଣା ଆଳରେ ଦେବୋତ୍ତର ବିଭାଗ କିମ୍ବା ମ୍ୟୁନିସିପାଲିଟି ପଣ୍ଡିତ ମହାସଭା ଡକାଇ ନ ଥିଲେ । ନୂଆଁଖାଇ ଓ ପାହୁର ଯାତ୍ରା ସହିତ ପ୍ରସିଦ୍ଧ ବଳିଯାତ୍ରାର ସମ୍ପର୍କ ଥିବାରୁ ରୀତିନୀତି ବିଭ୍ରାଟ ହେବା ଜାଣି କିଛି ସାମାଜିକ କର୍ମୀ ବେସରକାରୀ ଭାବେ ଏହା ଆୟୋଜନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସହାୟତା: ଅଙ୍ଗନଓ୍ବାଡି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ସୋନପୁର,୧୬।୪(ନି.ପ୍ର.): କରୋନା ମହାମାରୀର ମୁକାବିଲା କରିବା ପାଇଁ ଅଲ୍‌ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍‌ ଓ୍ବାର୍କରସ ଆସୋସିଏଶନ ସୁବର୍ଣ୍ଣପୁର ଜିଲା ଶାଖା ୨ଲକ୍ଷ ୮୦ହଜାର ଟଙ୍କା ଦାନ...

ବିନିକା-ସୋନପୁର ମୁଖ୍ୟରାସ୍ତାରେ ୫ଫୁଟ୍‌ର ପାଣି, ଅଟକି ରହିଛି ଯାନବାହାନ

ବିନିକା, ୩୧ା୮(ଡି.ଏନ୍‌.ଏ.) ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଓ ଏନଏସି ଅଞ୍ଚଳର ବ୍ୟାପକ ଅଞ୍ଚଳକୁ ଜଳମଗ୍ନ କରିଛି ମହାନଦୀର ବନ୍ୟାଜଳ। ଏନ୍‌ଏସି ଅଧୀନ ଗୁଲାପଡାର ଟିକ୍ରପଡା...

ଦାଦନ୍‌ ଯାଇ ହାତ୍‌ ହରାଲେ ନାଗେସ

ବିନିକା,୧୭।୧୦(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗାଁର ନାଗେସ ସ୍ବାମୀ(୩୭)। ସେ ଝନେ ନିହାତି ଗରିବ୍‌ ଆର ପେସାରେ ପଥର ଫଟାଲି ଶ୍ରମିକ। କାମ୍‌ଧଁଦା...

ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଅମରପାଲି, ୪।୮ (ଡି.ଏନ.ଏ.)-ବିପଦପୂର୍ଣ୍ଣ ଭାବେ ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା...

ବିନିକାରେ କାଳବୈଶାଖୀ: ଗଛ ଉପୁଜିଲା, ଛପର ଉଡିଲା

ବିନିକା,୬ା୫(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକାରେ ମଙ୍ଗଳବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡତୋଫାନ, ବର୍ଷା ଓ କୁଆପଥର ମାଡରେ ବ୍ଲକ ଅଞ୍ଚଳଳରେ ବ୍ୟାପକ କ୍ଷୟକ୍ଷତି...

ଆନ୍ଦୋଳନର ପଞ୍ଚମ ଦିନରେ ଚାଷୀଙ୍କ ନିଆରା ପ୍ରତିବାଦ

ତରଭା, ୨୯ା୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ଆଞ୍ଚଳିକ କୃଷକ ସଂଗଠନ ଆନୁକୂଲ୍ୟରେ ଚାଲିଥିବା ଚାଷୀ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି ା ଶୁକ୍ରବାର ପ୍ରଶାସନର...

ସମସିଆ ଘେରରେ ୫୦ ବଛର ପୁରନା ସ୍କୁଲ

ବିନିକା, ୭ା୧(ଡି.ଏନ୍‌.ଏ.)- ସରକାର ପ୍ରାଥମିକ ଶିକ୍ଷାକେ ଗୁରୁତ୍‌ ଦେଇ ଅନେକ ଯୋଜନା ଜରିଆରେ କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଯୋଜନାକେ କାଯ୍‌କାରୀ କରୁଥିବାର...

ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ

  ବିନିକା,୧୦।୯(ଡି.ଏନ୍‌.ଏ.): ଆମର ରାଏଜେ ବାରବାସେ ୧୩ ପରବ୍‌ ପାଲନ୍‌ ହେଉଛେ। ସେ ଭିତ୍‌ରୁ ଖୁଦୁରୁକୁଣୀ ଓଷା ଅଲଗ୍‌ ଆଏ। ଇ ଓଷା ଫିବଛର ଭୁଦୋମାସର...

Play 250+ Trending Games
Archives

Model This Week

Why Dharitri