ପୁରୀ ବନ୍ୟପ୍ରାଣୀ ଡିଭିଜନ: ବର୍ଷା ସମ୍ଭାବନା ଯୋଗୁ ପକ୍ଷୀ ଗଣନା ଘୁଞ୍ଚିଲା

ପୁରୀ ଅଫିସ,୩ା୧: ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଶୁକ୍ରବାର ପକ୍ଷୀ ଗଣନା କରାଯିବ ଲାଗି ସ୍ଥିର ହୋଇଥିଲା। ଏଥିପାଇଁ ଗୁରୁବାର ପକ୍ଷୀ ଗଣନା ତାଲିମ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଶୁକ୍ରବାର ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଗଣନାକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି।
ପକ୍ଷୀ ଗଣନାରେ ସାମିଲ ହେବାକୁ ଥିବା କର୍ମଚାରୀଙ୍କୁ ଗୁରୁବାର ବାଲୁଖଣ୍ଡ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ତାଲିମ ଦିଆଯାଇଥିଲା। ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍‌ଗାତା, ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ ସ୍ବାଇଁ, ପରିବେଶବିତ୍‌ ରମାଶଙ୍କର ପାତ୍ରଙ୍କ ସମେତ ପକ୍ଷୀ ବିଶେଷଜ୍ଞମାନେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଡିଏଫ୍‌ଓ ଉଦ୍‌ଗାତା କହିଛନ୍ତି ଯେ, ବାଲୁଖଣ୍ଡ, କୋଣାର୍କ, ଅସ୍ତରଙ୍ଗ, ଗୋପ, ବ୍ରହ୍ମଗିରି ରେଞ୍ଜ ଅଫିସର, ଫରେଷ୍ଟର, ଗାର୍ଡ ଏବଂ ଅନ୍ୟ କର୍ମଚାରୀଙ୍କୁ ପକ୍ଷୀ ଗଣନା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। କିନ୍ତୁ ବର୍ଷା ସମ୍ଭାବନା ଯୋଗୁ ଶୁକ୍ରବାର ଗଣତିକୁ ଘୁଞ୍ଚାଇ ଦିଆଯାଇଛି। ଯଦି ପାଗ ଠିକ୍‌ ରୁହେ ଶନିବାର ଗଣତି କରାଯିବ। ପୁରୀ ଡିଭିଜନ ଅନ୍ତର୍ଗତ ଯେଉଁସବୁ ସ୍ଥାନରେ ଜଳାଶୟ ରହିଛି ଏବଂ ପକ୍ଷୀ ଆସିଛନ୍ତି ସେ ସବୁ ସ୍ଥାନରେ ଗଣତି କରାଯିବ। ଏଥିଲାଗି ୨୩ଟି ସ୍ଥାନ ଚିହ୍ନଟ କରାଯାଇ ୨୩ ଟିମ୍‌ ଗଠନ କରାଯାଇଛି। ଏରିଆ ଏବଂ ପକ୍ଷୀଙ୍କ ସମାଗମକୁ ନଜରରେ ରଖି ପ୍ରତି ଟିମ୍‌ରେ ୨ରୁ ୪ ଜଣ ଲେଖାଏ ସଦସ୍ୟ ରହିଛନ୍ତି। ରତ୍ନଚିରା ନଦୀ, ଗଙ୍ଗାଦେବୀ, କୁଶଭଦ୍ରା ନଦୀ, ପ୍ରାଚୀ ନଦୀ, କେଳୁଣୀ ମୁହାଣ, କାଦୁଆ ନଦୀ ପ୍ରଭୃତି ୨୩ଟି ସ୍ଥାନରେ ଏହି ଗଣତି ହେବ। ଏହି ଗଣତିରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ, ବନ୍ୟପ୍ରାଣୀ ପ୍ରେମୀ ଓ ବନ୍ୟପ୍ରାଣୀ ବିଶେଷଜ୍ଞ ସାମିଲ ରହିବେ ବୋଲି ଜଣାପଡ଼ିିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

ଆସୁଛି ପୁଣି ଲଘୁଚାପ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ଆଜିଠାରୁ…

ଭୁବନେଶ୍ୱର, ୯ା୯(ବନ୍ଦନା ସେଠୀ):ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍‌ମ୍ୟାନ୍‌…

କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ…

ସାଟେଲାଇଟ୍‌ ଇମେଜିଂ ଟେକ୍ନୋଲୋଜି ପାଇଁ ଭାରତୀୟ କମ୍ପାନୀକୁ ଆମେରିକାର ପ୍ୟାଟେଣ୍ଟ

ନୂଆଦିଲ୍ଲୀ,୯ା୯:ମହାକାଶ ପ୍ରଯୁକ୍ତିବଦିଦ୍ୟା କମ୍ପାନୀ ‘ଗାଲାକ୍ସଆଇ’କୁ ମଙ୍ଗଳବାର ଏହାର ଅପ୍‌ଟୋସାର ଇମେଜିଂ କ୍ଷମତାର ମୂଳ ପ୍ରଯୁକ୍ତିବିଦ୍ୟା ପାଇଁ ଆମେରିକାଠାରୁ ପ୍ୟାଟେଣ୍ଟ ମିଳିଛି। ଏହା ସହ ଏହା ସାଟେଲାଇଟ୍‌ ଇମେଜିଂ…

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri