ପୁରୀ ପୋଲିସର ଡବଲ ଏନ୍‌କାଉଣ୍ଟର:ମୋଷ୍ଟ ଓ୍ବାଣ୍ଟେଡ ଟିକି ଖାଁ, ବିଶ୍ୱରଞ୍ଜନ ସାହୁ ଆହତ

ପୁରୀ ଅଫିସ, ୧୧-୯:ପୁରୀର ବିକାଶ ପାଇଁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବାବେଳେ ପୁରୀକୁ ଅପରାଧ ମୁକ୍ତ କରିବା ଲାଗି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରାଧୀ କ୍ଲିନ୍‌ ଡ୍ରାଇଭ୍‌। ହାର୍ଡକୋର ଅପରାଧୀଙ୍କୁ ଦମନ କରିବା ଲାଗି ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଛି ପୁରୀ ପୋଲିସ। ପୂର୍ବରୁ ୧୦ଜଣଙ୍କୁ ଏନ୍‌କାଉଣ୍ଟର କରାଯାଇଥିବାବେଳେ ସୋମବାର ବିଳମ୍ବିତ ରାତିରେ ପୋଲିସ ପକ୍ଷରୁ ପୃଥକ ସ୍ଥାନରେ ଡବଲ ଏନ୍‌କାଉଣ୍ଟର କରାଯାଇଛି। ପୋଲିସ ଗୁଳିରେ ଦୁଇ ମୋଷ୍ଟଓ୍ବାଣ୍ଟେଡ୍‌ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କୁମ୍ଭାରପଡା ଥାନା ଅଧୀନ ରାମଚଣ୍ଡୀ ବାଲିକୁଦ ବସ୍ତିର ବାଲି ମାଫିଆ ଟିକି ଓରଫ ସୟାମତ ଖାନ ଏବଂ ଟାଉନ ଥାନା ଅଧୀନ ହାଡଗୋଡିଆ ସାହିର ବ୍ରାଉନ ସୁଗାର ଓ କୋରେକ୍ସ ମାଫିଆ ବିଷ୍ଣୁ ଓରଫ ବିଶ୍ୱରଞ୍ଜନ ସାହୁ। ସେମାନଙ୍କଠାରୁ ଗୋଟିଏ ଲେଖାଏ ପିସ୍ତଲ, ଗୁଳି ଓ ବାଇକ ଜବତ କରାଯାଇଛି। ଆହତ ଦ୍ୱୟଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ମଙ୍ଗଳବାର ଏସ୍‌ପି ଉମାକାନ୍ତ ଦାଶ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ କୁମ୍ଭାରପଡା ଥାନା ଅଧିକାରୀ କେ.ଏମ୍‌. ସେଠୀଙ୍କ ଅଭିଯୋଗ କ୍ରମେ ତାଳବଣିଆ ଥାନାରେ ୬୩/୧୯ ନମ୍ବରରେ ମାମଲା ରୁଜୁ ହୋଇଥିବାବେଳେ ବାସେଳୀସାହି ଥାନାଧିକାରୀ ଜେ.ଏନ୍‌. ଜେନାଙ୍କ ଅଭିଯୋଗକ୍ରମେ ସେହି ଥାନାରେ ନଂ. ୮୨/୧୯ରେ ମାମଲା ରୁଜୁ ହୋଇଛି।
ଏକାଧିକ ମାମଲାରେ ସମ୍ପୃକ୍ତ ମୋଷ୍ଟ ୱାଣ୍ଟେଡ ଟିକି ଖାଁ ବିଳମ୍ବିତ ରାତିରେ ତାଳବଣିଆ ଥାନା ଅଧୀନ ଭୂଦାନ ଛକ ଦେଇ ବାଇକରେ ଯାଉଥିବା ଖବରପାଇ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଟିକି ପ୍ରଥମେ ଗୁଳି ଚଳାଇଥିଲେ। ପୋଲିସର ପାଲାଟା ଗୁଳି ଟିକିଙ୍କ ଡାହାଣ ଗୋଡ ତଳକୁ ବାଜିବାରୁ ସେ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରୁ ୭.୬୫ ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ଗୁଳି, ୨ ମୋବାଇଲ ଫୋନ ଏବଂ ନଗଦ ୧୦୫୦ ଟଙ୍କା ପୋଲିସ ଜବତ କରିଥିଲା। ସେହିପରି ବିଳମ୍ବିତ ରାତିରେ ଅଭିଯୁକ୍ତ ବିଶ୍ୱରଞ୍ଜନ ଅନ୍ୟଜଣେ ସାଥୀ ସହ ବାଇକରେ ମଙ୍ଗଳାଘାଟ ବାଇପାସ ଦେଇ ଭୁବନେଶ୍ୱର ଆଡକୁ ଯାଉଥିବା ଖବରପାଇ ପୋଲିସ ଟିମ୍‌ ସେଠାରେ ପହଞ୍ଚତ୍ଥିଲା। ପୋଲିସକୁ ଦେଖି ବିଶ୍ୱରଞ୍ଜନ ଗୁଳି ଚଳାଇଥିବାବେଳେ ପୋଲିସର ପାଲାଟା ତାଙ୍କ ଡାହାଣ ଗୋଡ ତଳକୁ ବାଜିଥିଲା। ପୋଲିସ ଘଟଣା ସ୍ଥଳରୁ ଏକ ପିସ୍ତଲ, ଗୋଟିଏ ଗୁଳି, ଏକ କଳାରଙ୍ଗର ପଲସର ଜବତ କରିଥିଲା। ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ମିଳିଥିବା ସୂଚନା ପ୍ରକାରେ ଟିକି ଖାଁଙ୍କ ନାମରେ ବିଭିନ୍ନ ଥାନାରେ ୨୩ ମାମଲା ରହିଛି। ସେଥି ମଧ୍ୟରୁ ସଦର ଥାନାରେ ୫, କୁମ୍ଭାରପଡାରେ ୮, ଚନ୍ଦନପୁର, ବାସେଳି ସାହି, ପିପିଲି, ଭୁବନେଶ୍ୱର ସହିଦ ନଗର, ଖାରବେଳ ନଗର, ନୟାପଲ୍ଲୀ ଥାନା, ଗଞ୍ଜାମ ପୁରୁଷୋତ୍ତମପୁର ଥାନାରେ ଗୋଟିଏ ଲେଖାଏ ଏବଂ କଟକ ମଙ୍ଗଳାବାଗରେ ୨ କେଶ ରହିଛି। ସେହିପରି ବିଶ୍ୱରଞ୍ଜନଙ୍କ ନାମରେ ୫ କେସ୍‌ ରହିଛି। ସେଥିରୁ ସଦର, ଟାଉନ, ତାଳବଣିଆ ଥାନାରେ ଗୋଟିଏ ଲେଖାଏ ଏବଂ ବାସେଳିସାହି ଥାନାରେ ୨ଟି ମାମଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?