ପୁରୀ ଜିଲା ଚିଠି: ତୀର୍ଥ ପୁଷ୍କରିଣୀକୁ ହତାଦର

ଭାରତର ଚାରିଧାମ ମଧ୍ୟରୁ ଶ୍ରେଷ୍ଠଧାମ ପୁରୀ। ଏହା ଜଗନ୍ନାଥ ଧାମ ନାମରେ ବେଶ୍‌ ପରିଚିତ। ଏହି ପବିତ୍ର ଧାମରେ ରହିଛି ଏକାଧିକ ତୀର୍ଥ ପୁଷ୍କରିଣୀ। ସେଗୁଡ଼ିକ ପ୍ରତି ଶ୍ରଦ୍ଧାଳୁଙ୍କ ରହିଛି ଗଭୀର ଆସ୍ଥା ଓ ବିଶ୍ୱାସ। ପ୍ରାୟ ଅଧିକାଂଶ ତୀର୍ଥ ପୁଷ୍କରିଣୀ ଦେବଦେବୀଙ୍କ ପୀଠସ୍ଥଳରେ ରହିଥିବାରୁ ପ୍ରତ୍ୟହ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ସେଠାକୁ ଯାଇଥାନ୍ତି। ତୀର୍ଥ ପୁଷ୍କରିଣୀରେ ଗୋଡ, ହାତ ଧୋଇ ଠାକୁରଙ୍କୁ ଦର୍ଶନ କରିବା ସହ କେହି ମାନସିକ ବୁଡ଼ ମଧ୍ୟ ପକାଇଥାନ୍ତି। ପୁଣି ମହାପ୍ରଭୁଙ୍କ କେତେକ ନୀତି ମଧ୍ୟ ତୀର୍ଥ ପୁଷ୍କରିଣୀରେ ସମ୍ପାଦିତ ହୋଇଥାଏ। ହେଲେ ଶ୍ରୀକ୍ଷେତ୍ରର ପ୍ରମୁଖ ତୀର୍ଥ ପୁଷ୍କରିଣୀଗୁଡ଼ିକ ଏବେ ଅବହେଳିତ ହୋଇପଡିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କାହାର ପାଚେରି ମେଲି ଅଁା କରିଛି ତ ଆଉ କେଉଁଠି ଆବର୍ଜନା ପାଣି ପଶୁଛି। ହେଲେ ପ୍ରଶାସନ ବେଫିକର। ସବୁ ଜାଣି ବି ଚୁପ୍‌। ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ। ହେଲେ ଏହି ପବିତ୍ର ପୁଷ୍କରିଣୀର ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଦୟନୀୟ। ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଜଡ଼ିତ ଇନ୍ଦ୍ରଦ୍ୟୁମ୍ନର ତିନିପାର୍ଶ୍ୱରେ ପାଚେରି ଭୁଶୁଡି ପଡିଥିବାରୁ ତାହା ଅସୁନ୍ଦର ଦେଖାଯାଉଛି। ଭାଙ୍ଗି ଯାଇଥିବା ପାଚେରି ତିଆରି କରାଯାଉ ନ ଥିବା ବେଳେ ଅସ୍ଥାୟୀ ଭାବେ ବାଲିବସ୍ତା ଏବଂ ସିମେଣ୍ଟ କାନ୍ଥ ବାଡ଼ା କରାଯାଇଛି। ହେଲେ ବାଲିବସ୍ତାଗୁଡ଼ିକ ଫାଟି ବାଲି ପୁଷ୍କରିଣୀ ଭିତରେ ପଡ଼ୁଛି। ଅନେକ ସମୟରେ ସ୍ବେରେଜ ନଳା ଫାଟି ମଇଳା ପାଣି ପବିତ୍ର ଇନ୍ଦ୍ରଦ୍ୟୁମ୍ନରେ ମିଶୁଛି। ଶ୍ରୀକ୍ଷେତ୍ରର ଅନ୍ୟତମ ତୀର୍ଥ ପୁଷ୍କରିଣୀ ହେଲା ପାର୍ବତୀ ସାଗର। ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର ନିକଟରେ ରହିଛି ଏହି ତୀର୍ଥ ପୁଷ୍କରିଣୀ। ସୁଉଚ୍ଚ ପାଚେରି ଦ୍ୱାରା ଏହା ପରିବେଷ୍ଟିତ। ଲୋକନାଥ ମନ୍ଦିରକୁ ଯିବାବେଳେ ଶ୍ରଦ୍ଧାଳୁମାନେ ଏହି ପୁଷ୍କରିଣୀରେ ଗୋଡ, ହାତ ଧୋଇ ଯାଇଥାନ୍ତି। ଶ୍ରାବଣ ମାସରେ ବୋଲବମ୍‌ ଭକ୍ତ ଏଠାରେ ସ୍ନାନ କରିଥାନ୍ତି। ସେହିପରି ସରନ୍ତି ସୋମବାର ରାତିରେ ଶ୍ରଦ୍ଧାଳୁ ଗାଧୋଇବା ସହ ଠାକୁରଙ୍କ ବାସନ ମଧ୍ୟ ଏହି ପୋଖରୀରେ ସଫା କରାଯାଏ। କିନ୍ତୁ ଗତବର୍ଷ ଅକ୍ଟୋବର ୨୦ରେ ଲଗାଣ ବର୍ଷା ଯୋଗୁ ଉତ୍ତର ପାର୍ଶ୍ୱରେ ପ୍ରାୟ ୧୦୦ ଫୁଟ ପାଚେରି ଭୁଶୁଡ଼ି ପଡ଼ିଥିଲା। ଏ ପର୍ଯ୍ୟନ୍ତ ପାଚେରି ମରାମତି ହୋଇନାହିଁ। ପୁରୀର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ମାର୍କଣ୍ଡେୟ ପୁଷ୍କରିଣୀ। ଏହାର ଅବସ୍ଥା ବି ତଦ୍ରୂପ। ପୂର୍ବ-ଉତ୍ତର କୋଣରେ ପ୍ରାୟ ୮୦ ଫୁଟର ପାଚେରି ଭୁଶୁଡ଼ି ପଡିଛି। ଗତବର୍ଷ ଏହା ଭୁଶୁଡି ପଡିଥିବାବେଳେ ବହୁ ଦାବି ପରେ ଏବେ ଏହାର ମରାମତି ଆରମ୍ଭ ହୋଇଛି। ଐତିହ୍ୟ, ସଂସ୍କୃତିକୁ ନେଇ ଗର୍ବ କରୁଥିବା ଶ୍ରୀକ୍ଷେତ୍ରରେ ତୀର୍ଥ ପୁଷ୍କରିଣୀ ପ୍ରତି ହତାଦରକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଉଦ୍‌ବେଗ ପ୍ରକାଶ ପାଇଛି।

– ହେମନ୍ତ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

ଭୟାବହ ଅଗ୍ନିକାଣ୍ଡ: ଶୋ-ରୁମରେ ୫୦ରୁ ଅଧିକ ବାଇକ ଭସ୍ମ

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?