ପୁରୀକୁ ଗଡ଼ିବ ୨୦୦ ସ୍ବତନ୍ତ୍ର ବସ୍‌

କଟକ ଅଫିସ, ୧୧।୬: ରଥଯାତ୍ରା ପାଇଁ ପୁରୀକୁ ଅଧିକ ସ୍ବତନ୍ତ୍ର ୨୦୦ ବସ୍‌ ଚାଲିବ। ୪ ଦିନ ଏହି ବସ୍‌ ଚାଲିବ। ଜୁଲାଇ ୪ ତାରିଖରେ ରଥଯାତ୍ରା। ରଥଯାତ୍ରା ଦିନ ଓ ତା’ପରଦିନ ଏହି ସ୍ବତନ୍ତ୍ର ବସ୍‌ ପୁରୀକୁ ଗଡ଼ିବ। ସେହିପରି ଜୁଲାଇ ୧୩ ତାରିଖରେ ବାହୁଡ଼ା ପଡ଼ୁଥିବାରୁ ବାହୁଡ଼ା ଦିନ ଓ ପରଦିନ ଏହି ସ୍ବତନ୍ତ୍ର ବସ୍‌ ପୁରୀକୁ ଚଳାଚଳ କରିବ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କ ପକ୍ଷରୁ ସୋମବାର କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସମ୍ମିଳନୀ କକ୍ଷରେ ରଥଯାତ୍ରା ପାଇଁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦୈନନ୍ଦିନ ପୁରୀକୁ କଟକ ଓ ଭୁବନେଶ୍ୱରରୁ ପାଖାପାଖି ୨୩୦ ବସ୍‌ ଚାଲୁଥିବା ବେଳେ ରାତିରେ ୩୦ଟି ନାଇଟ୍‌କୋଚ୍‌ ବସ୍‌ ଚାଲୁଛି। ମାତ୍ର ରଥଯାତ୍ରା ପାଇଁ ଏହି ବସ୍‌ ଯଥେଷ୍ଟ ନୁହେଁ। ତେଣୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଅଧିକ ୨୦୦ ସ୍ବତନ୍ତ୍ର ବସ୍‌ ଚଳାଚଳ କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ଏହି ସ୍ବତନ୍ତ୍ର ବସ୍‌ଗୁଡ଼ିକୁ ପରିବହନ ବିଭାଗ ପକ୍ଷରୁ ଅସ୍ଥାୟୀ ପର୍‌ମିଟ୍‌ ପ୍ରଦାନ କରାଯିବ। ବସ୍‌ରେ ଯାତ୍ରୀ ଭଡ଼ା ଉଲ୍ଲେଖ ରହିବ। ବରମୁଣ୍ଡା, ବାଦାମବାଡ଼ି, ପୁରୀ, ପିପିଲି, କୋଣାର୍କ ଆଦି ଅଞ୍ଚଳରେ ଚଳାଚଳ କରୁଥିବା ବସ୍‌ ଓ ଅଟୋଗୁଡ଼ିକରେ ମଧ୍ୟ ଯାତ୍ରୀଭଡ଼ା ଉଲ୍ଲେଖ ରହିବ ବୋଲି ନିଷ୍ପତ୍ତି ହୋଇଛି। ପ୍ରତିବର୍ଷ ଘରୋଇ ବସ୍‌ଗୁଡ଼ିକ ରଥଯାତ୍ରା ସମୟରେ ଅଧିକ ଭଡ଼ା ଦାବି କରୁଥିବା ଓ ବସ୍‌ ଛାତ ଉପରେ ଯାତ୍ରୀ ପରିବହନ କରୁଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏଭଳି ଘଟଣା ନଜରକୁ ଆସିଲେ କଡ଼ା ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରାଞ୍ଚଳ ଆର୍‌ଡିସି ତଥା ପରିବହନ କମିଶନର ଅନିଲ କୁମାର ସାମଲ ଚେତାବନୀ ଦେଇଛନ୍ତି। କୋଣାର୍କ, ସତ୍ୟବାଦୀ, ବ୍ରହ୍ମଗିରି ଓ ପିପିଲି ଥାନାରେ ୪ ଜଣ ମୋଟର ଯାନ ନିରୀକ୍ଷକ (ଏମ୍‌ଭିଆଇ) ରଥଯାତ୍ରା ସମୟରେ ମୁତୟନ ରହିବେ। ସେହିପରି ୩ ଜଣ ଟ୍ରାଫିକ ଇନ୍ସପେକ୍ଟର ପୁରୀ ତାଳବଣିଆ ଅସ୍ଥାୟୀ ବସ୍‌ ଟର୍ମିନାଲରେ ମୁତୟନ ରହିବେ। ଜାତୀୟ ରାଜପଥ ଉପରେ ଯାନଗୁଡ଼ିକ ନିରୀକ୍ଷଣ ନିମନ୍ତେ ୪ ଜଣ ଟ୍ରାଫିକ ଇନ୍ସପେକ୍ଟର ମହଜୁଦ ରହିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ପୁରୀ ଆର୍‌ଟିଓଙ୍କ ପକ୍ଷରୁ ଜୁଲାଇ ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ଗୋଟିଏ ସୂଚନା କେନ୍ଦ୍ର ଖୋଲାଯିବ। ଏହି କେନ୍ଦ୍ରର ନମ୍ବର ୦୬୭୫୨-୨୨୩୪୭୮ ରଖାଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ସ୍ବତନ୍ତ୍ର ବସଗୁଡ଼ିକ ନିମନ୍ତେ ପୁରୀର ତାଳବଣିଆଠାରେ ଅସ୍ଥାୟୀ ବସ୍‌ ଟର୍ମିନାଲ କରାଯିବ। ତାଳବଣିଆଠାରେ ମଧ୍ୟ ଯାତ୍ରୀମାନଙ୍କ ପାଇଁ ଗୋଟିଏ ଅସ୍ଥାୟୀ ରେଷ୍ଟ ସେଡ୍‌ ଖୋଲାଯିବ। ସେଠାରେ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ ସୁଲଭ ମୂଲ୍ୟ ଅର୍ଥାତ୍‌ ୨୦ ଟଙ୍କାରେ ଖାଦ୍ୟ ଯୋଗାଇଦେବାକୁ ବ୍ୟବସ୍ଥା ହୋଇଛି। ସେହିପରି ତାଳବଣିଆରୁ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ୫ଟି ବ୍ୟାଟେରିଚାଳିତ ଗାଡି ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ପୁରୀ ରାସ୍ତାରେ କ୍ରେନ୍‌, ଆମ୍ବୁଲାନ୍ସ ଆଦି ମହଜୁଦ ରହିବ। ଦୁର୍ଘଟଣାଜନିତ ପରିସ୍ଥିତି ଉପୁଜିଲେ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଯିବା ସହିତ ରାସ୍ତା ସଫା ପାଇଁ କ୍ରେନକୁ ବ୍ୟବହାର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ପୁରୀ ଏସ୍‌ପି ଉମାଶଙ୍କର ଦାସଙ୍କ ସମେତ ପରିବହନ ବିଭାଗର ଅଧିକାରୀ ଓ ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri