ପୁନରୁଦ୍ଧାର ହେବ କମାରଯୋଡା ପୋଖରୀ

ଯୋଡ଼ା, ୫।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ପୌରପାଳିକା ଅନ୍ତର୍ଗତ ୧୧ ନଂ ଓ୍ବାର୍ଡ କମାରଯୋଡା ବାଂଶପାଣିଠାରେ ଠାରେ ଥିବା କମାରଯୋଡା ପୋଖରୀର ପୁନରୁଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରବିବାର କମାରଯୋଡାଠାରେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଡା ସହରାଞ୍ଚଳର କମାରଯୋଡାଠାରେ ଥିବା ସର୍ବପୁରାତନ ପୋଖରୀର ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା କରାଯାଇଥିଲା।
ପ୍ରକାଶଯୋଗ୍ୟକି, ପ୍ରାୟ ୧୬ ଏକର ପରିମିତ ଏହି ପୋଖରିଟି ପ୍ରାୟ ୫୫ ବର୍ଷ ହେବ ରହିଅଛି। ଏହା ଉପରେ ସହରର ୭ ହଜାରରୁ ଅଧିକ ଲୋକ ନିର୍ଭରଶୀଳ। ଏହି ପୋଖରୀର କେତେକ ସ୍ଥାନରେ ପ୍ରାକୃତିକ ଜଳସ୍ରୋତର ଝର ରହିଛି। ପୋଖରୀରେ ଜଳ ପୁରିଗଲେ ଏହାର ଜଳ ଏକ ଗେଟ୍‌ ଦେଇ ନାଳ ରୂପରେ ପ୍ରବାହିତ ହୋଇ ଏହାର ଜଳ ସହରର ୬, ୮ ଓ ୯ ନଂ ଓ୍ବାର୍ଡରେ ଜଳ ଅଭାବକୁ ଦୂର କରୁଥିଲା। ଏହି ନାଳ ଉପରେ ଭରସା କରି ପୂର୍ବେ ଭୂୟାଁ ବସ୍ତିର ଲୋକମାନେ ଧାନ ଚାଷ, ପରିବା ଚାଷ କରି ନିଜର ଜିବୀକା ନିର୍ବାହ କରୁଥିଲେ। ଏହି ପୋଖରୀ ନିକଟକୁ ଲାଗି ବାଂଶପାଣି ରେଳ ସାଇଡିଂ ରହିଛି। ଏହି ରେଳ ସାଇଡିଂରେ ହଜାର ହଜାର ଟନ୍‌ ଲୁହାପଥର ଗୁଣ୍ଡ ଗଛିତ ହୋଇ ରହୁଥିଲା ା ଫଳରେ ବର୍ଷା ଦିନରେ ଏହି ଲୁହାପଥର ଗୁଣ୍ଡ ଧୋଇ ହୋଇ ପୋଖରୀରେ ମିଶି ଏହାକୁ ସଙ୍କୁଚିତ କରିଦେଇଛି। ପ୍ରାକୃତିକ ଝରରୁ ପଙ୍କ ଉଦ୍ଧାର ନ ହେବାରୁ ଝର ସ୍ରୋତ ଧୀରେ ଧୀରେ କମିବାରେ ଲାଗିଲା ଓ ପ୍ରବାହିତ ନାଳ ଶୁଷ୍କ ହେଲା ା ପୋଖରୀର ପାଣି ନିଷ୍କାସିତ ନହୋଇ ପଙ୍କ ଜମି ଧୀରେ ଧୀରେ ଏହା ଦୂଷିତ ହେଲା। ଏହା ସହିତ ସ୍ଥାନୀୟ ଲୋକେ ଗାଧୋଇବା, ଲୁଗାସଫା ଏବଂ ପଶୁପକ୍ଷୀମାନଙ୍କ ଦ୍ୱାରା ପୋଖରୀର ଜଳ ଦୂଷିତ ହେଲା ା ଫଳରେ ପୋଖରୀର ଜଳ ବ୍ୟବହାର ଅନୁପଯୋଗୀ ହେଲା। ସ୍ଥାନୀୟ ଲୋକେ ଏହାର ପୁନରୁଦ୍ଧାର ପାଇଁ ଦୀର୍ଘ ବର୍ଷରୁ ପୌରପାଳିକାକୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଧରିତ୍ରୀରେ ଅନେକ ଥର ଖବର ପରିବେଷଣ ହୋଇଆସିଛି। ଗତ ତା୨୭।୪।୨୦୧୭ ରିଖରେ ଶୀର୍ଷକ ‘୧୬ ଏକର ବନ୍ଧ ଏବେ ୫ ଏକର’ ଖବର ପ୍ରକାଶିତ ହୋଇଥିଲା ା ଏହାପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଧରିତ୍ରୀରେ ପ୍ରକାଶିତ ଏହି ଖବରର ପ୍ରଭାବ ପଡିଥିଲା ା ତେବେ ବିଳମ୍ବରେ ହେଲେ ମଧ୍ୟ ଏହି ପୋଖରୀର ପୁନରୁଦ୍ଧାର ପାଇଁ ଯୋଡା ପୌରପାଳିକା ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ ସରକାରଙ୍କ ଗୃହ କମିଟି, ସହରାଞ୍ଚଳ ଉନ୍ନୟନ ବିଭାଗ ଓ ଓଡିଶା ମାଇନିଂ ବିୟରିଂ ଏରିଆ ଡେଭେଲପମେଣ୍ଟ ସୋସାଇଟି(ଓମବାଡିସି) ଅନୁଦାନରୁ ୬.୩୧ କୋଟି ଟଙ୍କା ଅର୍ଥ ବ୍ୟୟରେ ଏହାର ପୁନରୁଦ୍ଧାର ପାଇଁ ଯୋଡା ପୌରପାଳିକାକୁ ନିର୍ଦ୍ଦେଶ ହୋଇଥିବା ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂଯର୍‌ୟମଣୀ ପାଟ୍ଟଯୋଶୀ ସୂଚନା ଦେଇଛନ୍ତି। ଏହାକୁ ଇ-ଟେଣ୍ଡର ମାଧ୍ୟମରେ ୧୧ ମାସ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri