ପୁଣି ଚର୍ଚ୍ଚାରେ ସୋନା ମହାପାତ୍ର: ସଲ୍‌ମାନ ‘ବିଷାକ୍ତ ପୌରୁଷତ୍ୱର ପୋଷ୍ଟର ଚାଇଲ୍ଡ’

ଭୁବନେଶ୍ୱର,୨୯ା୫(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶା ଜନ୍ମିତ କଣ୍ଠଶିଳ୍ପୀ ସୋନା ମହାପାତ୍ର। ସବୁବେଳେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଆସିଥିବା ଏହି ବୋଲ୍‌ଡ ବଲିଉଡ୍‌ ପ୍ଲେବ୍ୟାକ୍‌ ସିଙ୍ଗର୍‌ ଏଥର ଟାର୍ଗେଟ କରିଛନ୍ତି ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କୁ। ଗୋଟିଏ ପରେ ଗୋଟିଏ ସିରିଜ୍‌ ଟୁଇଟ୍‌ ମାଧ୍ୟମରେ ସଲମାନଙ୍କ ଉପରେ ବର୍ଷିଛନ୍ତି ସୋନା। ପ୍ରିୟଙ୍କା ଚୋପ୍ରା ନିଜ ବାହାଘର ପାଇଁ ସଲମାନ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଭାରତ’ ଛାଡିବାକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଏଭଳି ଟୁଇଟ୍‌ କରିଛନ୍ତି ଏହି କଣ୍ଠଶିଳ୍ପୀ। ଏପରିକି ବିନା କୌଣସି ଭୟରେ ସେ ସଲ୍‌ମାନଙ୍କୁ ‘ବିଷାକ୍ତ ପୌରୁଷତ୍ୱର ପୋଷ୍ଟର ଚାଇଲ୍ଡ’ ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି।
ବଲିଉଡ୍‌ର ଦବଙ୍ଗ୍‌ ବା ଟାଇଗରଭାବେ ଜଣାଶୁଣା ସଲ୍‌ମାନ ଖାନ୍‌ଙ୍କ ରାଜ୍‌ ସବୁବେଳେ ଇଣ୍ଡଷ୍ଟ୍ରିରେ ରହି ଆସିଛି। ବଡ଼ ବଡ଼ ପ୍ରଯୋଜକଙ୍କଠାରୁ ଆରମ୍ଭକରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଡରିଥାନ୍ତି। ସଲ୍‌ମାନଙ୍କ ନାକ ଉପରେ ରହୁଥିବା ରାଗ ପାଇଁ ତାଙ୍କସହ ଲାଗିବାକୁ ସମସ୍ତେ ଭୟ କରନ୍ତି ବୋଲି କୁହାଯାଏ। ହେଲେ ଗାୟିକା ସୋନା ମହାପାତ୍ର ଭାଇଜାନ୍‌ଙ୍କୁ ଖାତିର୍‌ ନ କରି ଟୁଇଟରରେ ତାଙ୍କ ଉପରେ ଥିବା ସମସ୍ତ ରାଗକୁ ଏକାଥରେ ସୁଝାଇଛନ୍ତି। ସଲମାନ୍‌ ଖାନଙ୍କ ଫିଲ୍ମ ‘ଭାରତ’କୁ ଅଭିନେତ୍ରୀ ପ୍ରିୟଙ୍କା ନିଜ ବାହାଘର ପାଇଁ ଅଧାରୁ ଛାଡିଥିଲେ। ଏହା ବଲିଉଡ୍‌ ସୁପରଷ୍ଟାରଙ୍କୁ ପସନ୍ଦ ଆସି ନ ଥିଲା। ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସଲ୍‌ମାନ ଏହି କଥା ଦୋହରାଇ କହିଥିଲେ, ଯେତେବେଳେ ଅନ୍ୟମାନେ ‘ଭାରତ’ ଫିଲ୍ମ ପାଇଁ ନିଜର ସର୍ବସ୍ବ ଏପରିକି ସ୍ବାମୀଙ୍କୁ ଛାଡିବାକୁ ପ୍ରସ୍ତୁତ ହୋଇଥିଲେ ସେତେବେଳ ପ୍ରିୟଙ୍କା କିନ୍ତୁ ଫିଲ୍ମ ଛାଡିଦେଇଥିଲେ। ସଲ୍‌ମାନଙ୍କ ଏହି ମନ୍ତବ୍ୟ ପରେ ସୋନା ପ୍ରିୟଙ୍କାଙ୍କ ସମର୍ଥନରେ ଟୁଇଟ୍‌ କରି କହିଛନ୍ତି, ପ୍ରିୟଙ୍କା ଚୋପ୍ରାଙ୍କୁ ନିଜ ଜୀବନରେ ଆହୁରି ବହୁତ ଭଲ କାମ କରିବାର ଅଛି। ଜଣେ ସଚ୍ଚୋଟ ବ୍ୟକ୍ତିଙ୍କ ସହ ଜୀବନ ବିତାଇବା ସହ ନିଜ ସଫଳତାର ଯାତ୍ରା ମାଧ୍ୟମରେ ଅନ୍ୟ ଝିଅମାନଙ୍କୁ ପ୍ରେରଣା ଯୋଗାଉଛନ୍ତି ପ୍ରିୟଙ୍କା। ହେଲେ ଏଭଳି ମନ୍ତବ୍ୟ ମାଧ୍ୟମରେ ସଲ୍‌ମାନ ନିଜ ଭିତରେ ଥିବା ବିଷାକ୍ତ ପୌରୁଷତ୍ୱକୁ ଦେଖାଇଦେଇଛନ୍ତି ବୋଲି ସୋନା କଟାକ୍ଷ କରିଛନ୍ତି। ତେବେ ସୋନାଙ୍କ ଏହି ଟୁଇଟ୍‌କୁ କିନ୍ତୁ ସଲମାନଙ୍କ ଫ୍ୟାନ୍‌ମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। ଏହି ବିବାଦ ଏବେ ଟୁଇଟରରେ ଟ୍ରେଣ୍ଡ୍‌ କରୁଥିବାବେଳେ ସଲ୍‌ମାନ୍‌ ଏପର୍ଯ୍ୟନ୍ତ ଏହାକୁ ନେଇ ମୁହଁ ଖୋଲିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri